ଗାଁ ଗାଁରେ କାମ: ଶ୍ରମିକ ଭିଟାମାଟି ଛାଡ଼ୁଛନ୍ତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟ ପାଇଁ ଶ୍ରମିକ ମିଳୁନାହାନ୍ତି। ସେପଟେ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭିଟାମାଟି ଛାଡୁଥିବା ଅଭିଯୋଗ ହେଉଛି। କେଉଁଠି ତ୍ରୁଟି ରହିବା କାରଣରୁ ଏପରି ଅସୁବିଧାକୁ ସମାଧାନ କରାଯାଇପାରୁ ନାହିଁ।
ନୟାଗଡ଼ ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଭୌଗୋଳିକ ଦୃଷ୍ଟିକୋଣରୁ ଜିଲାର ୩୩ ପ୍ରତିଶତ ପାହାଡ଼ ଓ ବଣ ଜଙ୍ଗଲରେ ଭରପୂର। ଜିଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ନୟାଗଡ଼ରେ ଶ୍ରମିକମାନେ କାମ କରିବାକୁ ମିଳୁ ନ ଥିବା ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ମତ ଦେଉଛନ୍ତି। ଜିଲାର ୯୯ ପ୍ରତିଶତ ପ୍ରକଳ୍ପର କାର୍ଯ୍ୟ ମେଶିନ ଦ୍ୱାରା କରାଯାଉଛି। ତେବେ କାଗଜକଲମରେ ଶ୍ରମ ଦିବସ ସୃଷ୍ଟି କରାଯାଇ ସବୁ କିଛି ଠିକ୍‌ଠାକ୍‌ ବୋଲି ଦର୍ଶାଯାଉଛି। ଏଭଳି ଅଭିଯୋଗ ବିଭିନ୍ନ ସମୟରେ ଉଠୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ଅପରପକ୍ଷେ ପାହାଡ଼ିଆ ଜିଲା ନୟାଗଡ଼ରେ ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଏ ପରିସ୍ଥିତିରେ ଯାହା କିଛି ଉନ୍ନୟନ କାର୍ଯ୍ୟ ହେଉଛି ତାର ସୁଫଳ ଲୋକଙ୍କୁ ମିଳୁନି। ଏଠାକାର ଲୋକଙ୍କର ଆର୍ଥିକ ମାନଦଣ୍ଡ ସ୍ବଚ୍ଛଳ ନ ଥିବାରୁ ପରିବାର ପ୍ରତିପୋଷଣ କରିବାକୁ ଯେତିକି ଅର୍ଥ ଆବଶ୍ୟକ ତାହା ଉପାର୍ଜନ କରିବା କେତେକ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ବହୁତ କମ୍‌ ମିଳୁଛି। ତାହା ପୁଣି ବିଳମ୍ବରେ। ଜବ୍‌କାର୍ଡ ପାଇବାକୁ ପୁଣି ରାଜନୀତି କରାଯାଉଛି ବୋଲି ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି। ଏଥିରୁ ରକ୍ଷା ପାଇଁ ଶ୍ରମିକମାନେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। କେତେଜଣ ନାବାଳକ ଶିଶୁ ଶ୍ରମିକ ମଧ୍ୟ କାମ ପାଇବା ଆଶାରେ ବାହାରକୁ ଯାଉଛନ୍ତି। ଲୋକମାନଙ୍କ ଦୁର୍ଦ୍ଦଶାର ସୁଯୋଗ କେତେଜଣ ଶ୍ରମିକ ଚାଲାଣକାରୀମାନେ ନେଉଛନ୍ତି। ଯେଉଁ ଶ୍ରମିକମାନେ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି ସେମାନଙ୍କୁ ନିୟମିତ କାମ ଓ ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣକାରୀମାନେ ନେଇ ଯାଉଛନ୍ତି। ପରେ ସେମାନଙ୍କ ଉପରେ ଅକଥନୀୟ ମାନସିକ ଓ ଶାରିରୀକ ନିର୍ଯାତନା ଆରମ୍ଭ କରି ଦିଆଯାଉଛି। ପରିବାରର ଭରଣ ପୋଷଣ ପାଇଁ କେତେଜଣ ଶ୍ରମିକ ନିର୍ଯାତିତ ହୋଇ ବି ବାଧ୍ୟ ହୋଇ ମୁହଁ ନ ଖୋଲି ଚୁପ ରହିବାକୁ ଶ୍ରୟ ମଣୁଛନ୍ତି। ଆଉ କେତେଜଣ ନିର୍ଯାତନା ସହି ନ ପାରି ଲୁଚିଛପି ଘରକୁ ଚାଲି ଆସୁଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମସ୍ତେ ଜାଣୁଥିଲେ ମଧ୍ୟ ଜିଲା ପ୍ରଶାସନଠାରୁ ରାଜ୍ୟ ଉଚ୍ଚପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ୍‌ ରହୁଛନ୍ତି। ଫଳରେ ଭିଟାମାଟିର ମୋହ ତୁଟାଇ ଦି ପଇସା ରୋଜଗାର କରିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଳେଇ ଯାଉଛି। ବର୍ତ୍ତମାନ ଜିଲାର ପ୍ରାୟ ୨ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଯାଇ କାର୍ଯ୍ୟରତ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ତେବେ କେହି ହେଲେ ବି ଶ୍ରମିକଙ୍କ ନିର୍ଯାତନା ନେଇ ସଚେତନତା ସୃଷ୍ଟି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ନେଇ ସଚେତନତା ସୃଷ୍ଟି କରାଯିବା ବଦଳରେ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ପରସ୍ପର କାଦୁଅ ଫିଙ୍ଗାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ସୁରଟରେ କାର୍ଯ୍ୟରତ ନୂଆଗଁା ଅଞ୍ଚଳର ସୁବାସ ସାହୁ କୁହନ୍ତି, ଶାନ୍ତିରେ ଯଦି ବଞ୍ଚତ୍ବୁ, ତେବେ ଭିଟାମାଟି ଛାଡ଼ିବାକୁ ହେବ। କେତେ ଆଉ ଜୀବନ ଜୀବିକା ପାଇଁ ସଂଗ୍ରାମ କରିବୁ। କେତେଜଣ ଲୋକଙ୍କ ସହ ଝଗଡ଼ା କରିବୁ। ଆମ ଅଞ୍ଚଳରେ ତ କାମ ମିଳୁନି। କାମ ସବୁ ମେଶିନ ଦ୍ୱାରା କରାଯାଉଛି। ଆମ ପାଇଁ କାମ ଅଭାବ, ଖାଇବୁ କ’ଣ, ଭୋକରେ କ’ଣ ମରିବୁ। ପେଟ ଚାଖଣ୍ଡକ ପାଇଁ ଭିଟାମାଟିର ମୋହ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡୁଛି। ଆପତ୍ତି କରି ଥକି ପଡ଼ିଲେ ବି କିଛି ସୁଫଳ ମିଳୁନାହିଁ। ଏଠି ସବୁକିଛି କାଗଜପତ୍ରରେ ଠିକ୍‌ଠାକ୍‌ ଚାଲିଥିବା କ୍ଷୋଭର ସହ ସାହୁ କହିଥିଲେ। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କୁ ପଚାରିବାରେ ଯେତେବେଳେ ଯେଉଁ ଅଭିଯୋଗ ଆସୁଛି ତାହାକୁ ଗୁରୁତ୍ୱ ଦେଇ ସମାଧାନ କରାଯାଉଛି। ନିର୍ଯାତିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି। ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରୟଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ବୈଠକରେ ଶ୍ରମିକ ମିଳୁ ନ ଥିବା ଅଭିଯୋଗ ହେଉଛି। ତେବେ କାଗଜପତ୍ରରେ ଶ୍ରମିକ କାର୍ଯ୍ୟ କରୁଥିବା ପ୍ରମାଣ ମିଳୁଛି। ମେଶିନ କାର୍ଯ୍ୟ କରୁଥିବା ଅଭିଯୋଗ ଆସୁଥିବା ସ୍ଥାନରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri