‘ଚକ ମଡ଼ାଣ ଉଦ୍ୟମ ହେଲେ ପରିସ୍ଥିତି ଜଟିଳ ହେବ’

ଜଗତସିଂହପୁର ଅଫିସ, ୨୦ା୨: ଜଗତ୍‌ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି । କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚକ ପ୍ରସ୍ତୁତ ପରେ ଜିଲାର ବିଭିନ୍ନ ମୌଜାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଅନେକ ସ୍ଥାନରେ ଚକ ମଡାଣ ବନ୍ଦ ରହିଛି । ଏପରି କି ଏ ସଂକ୍ରାନ୍ତୀୟ ମାମଲା ନ୍ୟାୟାଳୟରେ ପହଞ୍ଚତ୍ଛି । ଏହାସତ୍ତ୍ବେ ଅର୍ଥାତ୍‌ ଦୀର୍ଘ ୨୦ ବର୍ଷ ପରେ ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅନ୍ତର୍ଗତ ଏରଡ଼ା ସମେତ କିଛି ମୌଜାରେ ପୁଣି ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଏରଡ଼ା ମୌଜାର ଶତାଧିକ ଲୋକ ପ୍ରତିକ୍ରିୟାରେ କହିଛନ୍ତି, ଏରଡ଼ା ମୌଜାରେ ତୁରନ୍ତ ସେଟଲମେଣ୍ଟ କରାଯାଉ । ନଚେତ ୧୯୭୯ ରେକର୍ଡ ମୁତାବକ ଜମି ଦିଆଯାଉ। ତାହା ନ ହେଲେ କୌଣସି ପରିସ୍ଥିତିରେ ଚକ ମଡାଣ କରାଇ ଦିଆଯିବ ନାହିଁ । ଏଭଳି ଉଦ୍ୟମ ହେଲେ ରକ୍ତପାତ ପର୍ଯ୍ୟନ୍ତ ଘଟଣା ଘଟିପାରେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଚକ ପ୍ରସ୍ତୁତ ପୂର୍ବରୁ ଜମିର ମାନ, ମୃତ୍ତିକାର ପ୍ରକାର, ମାଟିର ଉତ୍ପାଦିତ ଶକ୍ତି, ସେଟଲମେଣ୍ଟ ରିପୋର୍ଟ ଓ ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟକୁ ବିଚାରକୁ ନିଆଯାଇଥାଏ। ସମ୍ପୃକ୍ତ ଅଞ୍ଚଳର ପୂର୍ବର ସେଟଲମେଣ୍ଟ ରିପୋର୍ଟ, ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ, ମାଟିର ଉତ୍ପାଦିକା ଶକ୍ତିକୁ ବିଚାରକୁ ନିଆଯାଇ ଶ୍ରେଣୀ ବିଭାଗ କରାଯାଇଥାଏ । ଏହା ପରେ ଚକ ପ୍ରସ୍ତୁତ କଥା ଚିନ୍ତା କରାଯାଏ । ସେହିପରି ଜମିର ଅବସ୍ଥିତି, ଭୂମି ମାଲିକଙ୍କ ମନୋନୟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନିଆଯାଏ । ଚକ ଦେବା ସମୟରେ ଭୂମିମାଲିକଙ୍କର ସ୍ବାର୍ଥ ପ୍ରତି ଗୁରୁତ୍ୱ ଦିଆଯାଏ। କୌଣସି ଭୂମି ମାଲିକଙ୍କର ସମସ୍ତ ଜମି ଗୋଟିଏ ସ୍ଥାନରେ ଥିଲେ ସେଠାରେ ହିଁ ତାଙ୍କୁ ଚକ ଦିଆଯିବା କଥା। ଏନେଇ ନୀତି ନିର୍ଦ୍ଧାରଣ ପତ୍ରର ପ୍ରଥମ ଭାଗରେ ଭୂମି ମାଲିକଙ୍କ ଜମି ବଣ୍ଟନର ରୂପରେଖ ଯଥା ଜମି ୧ ଏକର ମଧ୍ୟରେ, ୧ ଏକର ଓ ତଦୁର୍ଦ୍ଧ, ୨ ଏକର ମଧ୍ୟରେ ଥିଲେ କିପରି ଚକ ଦିଆଯିବ ତା’ଉପରେ ବର୍ଣ୍ଣନା କରାଯାଇଛି । ଏହି ପରିସଂଖ୍ୟାନ ୪ର୍ଥ ଅଧ୍ୟାୟରେ ଜମି ରେଜିଷ୍ଟରରୁ ସଂଗୃହିତ ତଥ୍ୟକୁ ଆଧାର କରି କୌଣସି ଜମି ମାଲିକ ଏକ ବା ଇଜିମାଇଲ ଭାବେ ୩ଟି ଚକରୁ ଅଧିକ ସ୍ଥାନରେ ଜମି ପାଇବେ ନାହିଁ । ଯେଉଁଠି ୩ ଏକର ବା ତହିଁରୁ କମ୍‌ ତାହା ଗୋଟିଏ ଚକରେ ଦିଆଯିବ । ସେହିପରି ୩ ଏକରରୁ ଅଧିକ ଓ ୧୦ ଏକରରୁ କମ୍‌ ଥିଲେ ୨ଟି ଚକ ହେବ । ମୌଜାରେ ମୋଟ ଚକ ସଂଖ୍ୟା ଏହି ପ୍ରକାରେ ନିର୍ଦ୍ଧାରଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଯେଉଁ ଜମି ମାଲିକଙ୍କର ଯେଉଁଠି ବେଶି ଜମି ଥିବ ତାଙ୍କୁ ଯେତେଦୂର ସମ୍ଭବ ସେଠାରେ ଚକ ଦିଆଯିବ । ଭୂମି ମାଲିକଙ୍କର ଯେଉଁଠାରେ ବ୍ୟକ୍ତିଗତ ଜଳାଧାର ଥିବ ସେଠାରେ ହେଉ ଅବା ତା ପାଖରେ ଯେତେଦୂର ସମ୍ଭବ ଚକ ଦିଆଯିବା ବିଧେୟ । ଭୂମି ମାଲିକଙ୍କୁ କୌଣସି ୟୁନିଟ୍‌ରେ ୩ ଚକରୁ ଅଧିକ ସ୍ଥାନରେ ଜମି ଦିଆଯିବ ନାହିଁ ବୋଲି ସରକାରୀ ନିୟମ ରହିଛି। କିନ୍ତୁ ସରକାରଙ୍କ ଏହି ନିୟମକୁ ଏରଡ଼ା ମୌଜାରେ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମୌଜାରେ ମୋଟ ୬୦୦ ଚକ ପରିବର୍ତ୍ତେ ୯୦୦ କରାଯାଇଛି । ଏପରିକି ଜଣେ ଜଣେ ୯/୧୦ଟା ଚକ ହାତେଇଛନ୍ତି । ଯେଉଁମାନଙ୍କର ଘର ଆଖପାଖରେ ଅଧିକ ଜମି ରହିଛି ସେମାନଙ୍କୁ ସେ ସ୍ଥାନରେ ଚକ ଦିଆଯାଇନାହିଁ । ଏପରିକି ଉର୍ବର ଜମିର ମୂଲ୍ୟ କମ୍‌ ଦର୍ଶାଯାଇଥିବାବେଳେ ଓ ଅନୁର୍ବରର ଅଧିକ କରାଯାଇଛି । ଜଳ ଉତ୍ସ ନିକଟରେ ଥିବା ଜମିକୁ ଏକତ୍ରିତକରଣ କରାଯାଇ ସେଠାରେ ଚକ ଦିଆଯିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ଦିଆଯାଇଛି । ଚକରେ ଜମି ମାଲିକଙ୍କ ଜମି ପରିମାଣ ବିଭିନ୍ନ ଆଳ ଦେଖାଯାଇ କମ, ବେଶି କରାଯାଇଛି । ବାସ୍ତବରେ ଚକ ପ୍ରସ୍ତୁତ ସମୟରେ ଅଧିକାଂଶ ଜମି ମାଲିକଙ୍କ ମତାମତ ନିଆଯାଇନାହିଁ । ଏଭଳି ତ୍ରୁଟି ପ୍ରଥମେ ଅନେକଙ୍କ ଦୃଷ୍ଟିକୁ ଆସି ନ ଥିଲା। ପରବର୍ତ୍ତୀ ସମୟରେ ଜଣାପଡିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଚକ ମଡାଣ ଉଦ୍ୟମ ବେଳେ ଲୋକେ ଠେଙ୍ଗା, ଲାଠି ଆଦି ଧରି ବିରୋଧ କରିବାରୁ ମଡାଣ ବନ୍ଦ ରହିଥିଲା । ୧୭ ବର୍ଷ ପରେ ମଧ୍ୟ ପୁଣି ଉଦ୍ୟମ ହୋଇଥିଲେ ସୁଦ୍ଧା ସମାନ ପରିସ୍ଥିତି ଯୋଗୁ କିଛି ହୋଇପାରି ନ ଥିଲା । ଦୀର୍ଘ ୨୦ ବର୍ଷ ପରେ ପୁଣି ହାତଗଣତି କେତେଜଣ ମୁଷ୍ଟିମେୟ ଜମି ମାଲିକ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଆଲୋଚନା ହେଉଛି। ଏନେଇ ଏରଡ଼ା ମୌଜାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏହି ଗାଁର ନାରାୟଣ ପାଢୀ, ବ୍ରହ୍ମାନନ୍ଦ ପାଢୀ, ବିଶ୍ୱନାଥ ପାଢୀ, ଦୁଃଶାସନ ବାରିକ, ଶ୍ରୀନିବାସ ସ୍ବାଇଁ, ରୁଦ୍ରମଣୀ ସ୍ବାଇଁ, କୃଷ୍ଣଚନ୍ଦ୍ର ଲେଙ୍କା, ଦେବାଶିଷ ସ୍ବାଇଁ, ଅନ୍ତର୍ଯାମୀ ବିଶ୍ୱାଳ, ଓ ବିଭୂତି ନାୟକ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ଛୁଟିରେ ଅଛନ୍ତି । ଏଥିଯୋଗୁ ଏ ପ୍ରସଙ୍ଗରେ ସେକିଛି ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?