‘ଚକ ମଡ଼ାଣ ଉଦ୍ୟମ ହେଲେ ପରିସ୍ଥିତି ଜଟିଳ ହେବ’

ଜଗତସିଂହପୁର ଅଫିସ, ୨୦ା୨: ଜଗତ୍‌ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି । କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି । ଚକ ପ୍ରସ୍ତୁତ ପରେ ଜିଲାର ବିଭିନ୍ନ ମୌଜାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଅନେକ ସ୍ଥାନରେ ଚକ ମଡାଣ ବନ୍ଦ ରହିଛି । ଏପରି କି ଏ ସଂକ୍ରାନ୍ତୀୟ ମାମଲା ନ୍ୟାୟାଳୟରେ ପହଞ୍ଚତ୍ଛି । ଏହାସତ୍ତ୍ବେ ଅର୍ଥାତ୍‌ ଦୀର୍ଘ ୨୦ ବର୍ଷ ପରେ ନାଉଗାଁ ବ୍ଲକ ଗଳଧାରୀ ପଞ୍ଚାୟତ ଅନ୍ତର୍ଗତ ଏରଡ଼ା ସମେତ କିଛି ମୌଜାରେ ପୁଣି ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଏରଡ଼ା ମୌଜାର ଶତାଧିକ ଲୋକ ପ୍ରତିକ୍ରିୟାରେ କହିଛନ୍ତି, ଏରଡ଼ା ମୌଜାରେ ତୁରନ୍ତ ସେଟଲମେଣ୍ଟ କରାଯାଉ । ନଚେତ ୧୯୭୯ ରେକର୍ଡ ମୁତାବକ ଜମି ଦିଆଯାଉ। ତାହା ନ ହେଲେ କୌଣସି ପରିସ୍ଥିତିରେ ଚକ ମଡାଣ କରାଇ ଦିଆଯିବ ନାହିଁ । ଏଭଳି ଉଦ୍ୟମ ହେଲେ ରକ୍ତପାତ ପର୍ଯ୍ୟନ୍ତ ଘଟଣା ଘଟିପାରେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ଚକ ପ୍ରସ୍ତୁତ ପୂର୍ବରୁ ଜମିର ମାନ, ମୃତ୍ତିକାର ପ୍ରକାର, ମାଟିର ଉତ୍ପାଦିତ ଶକ୍ତି, ସେଟଲମେଣ୍ଟ ରିପୋର୍ଟ ଓ ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟକୁ ବିଚାରକୁ ନିଆଯାଇଥାଏ। ସମ୍ପୃକ୍ତ ଅଞ୍ଚଳର ପୂର୍ବର ସେଟଲମେଣ୍ଟ ରିପୋର୍ଟ, ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ, ମାଟିର ଉତ୍ପାଦିକା ଶକ୍ତିକୁ ବିଚାରକୁ ନିଆଯାଇ ଶ୍ରେଣୀ ବିଭାଗ କରାଯାଇଥାଏ । ଏହା ପରେ ଚକ ପ୍ରସ୍ତୁତ କଥା ଚିନ୍ତା କରାଯାଏ । ସେହିପରି ଜମିର ଅବସ୍ଥିତି, ଭୂମି ମାଲିକଙ୍କ ମନୋନୟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନିଆଯାଏ । ଚକ ଦେବା ସମୟରେ ଭୂମିମାଲିକଙ୍କର ସ୍ବାର୍ଥ ପ୍ରତି ଗୁରୁତ୍ୱ ଦିଆଯାଏ। କୌଣସି ଭୂମି ମାଲିକଙ୍କର ସମସ୍ତ ଜମି ଗୋଟିଏ ସ୍ଥାନରେ ଥିଲେ ସେଠାରେ ହିଁ ତାଙ୍କୁ ଚକ ଦିଆଯିବା କଥା। ଏନେଇ ନୀତି ନିର୍ଦ୍ଧାରଣ ପତ୍ରର ପ୍ରଥମ ଭାଗରେ ଭୂମି ମାଲିକଙ୍କ ଜମି ବଣ୍ଟନର ରୂପରେଖ ଯଥା ଜମି ୧ ଏକର ମଧ୍ୟରେ, ୧ ଏକର ଓ ତଦୁର୍ଦ୍ଧ, ୨ ଏକର ମଧ୍ୟରେ ଥିଲେ କିପରି ଚକ ଦିଆଯିବ ତା’ଉପରେ ବର୍ଣ୍ଣନା କରାଯାଇଛି । ଏହି ପରିସଂଖ୍ୟାନ ୪ର୍ଥ ଅଧ୍ୟାୟରେ ଜମି ରେଜିଷ୍ଟରରୁ ସଂଗୃହିତ ତଥ୍ୟକୁ ଆଧାର କରି କୌଣସି ଜମି ମାଲିକ ଏକ ବା ଇଜିମାଇଲ ଭାବେ ୩ଟି ଚକରୁ ଅଧିକ ସ୍ଥାନରେ ଜମି ପାଇବେ ନାହିଁ । ଯେଉଁଠି ୩ ଏକର ବା ତହିଁରୁ କମ୍‌ ତାହା ଗୋଟିଏ ଚକରେ ଦିଆଯିବ । ସେହିପରି ୩ ଏକରରୁ ଅଧିକ ଓ ୧୦ ଏକରରୁ କମ୍‌ ଥିଲେ ୨ଟି ଚକ ହେବ । ମୌଜାରେ ମୋଟ ଚକ ସଂଖ୍ୟା ଏହି ପ୍ରକାରେ ନିର୍ଦ୍ଧାରଣ କରାଯିବା ପାଇଁ ବ୍ୟବସ୍ଥା ରହିଛି । ଯେଉଁ ଜମି ମାଲିକଙ୍କର ଯେଉଁଠି ବେଶି ଜମି ଥିବ ତାଙ୍କୁ ଯେତେଦୂର ସମ୍ଭବ ସେଠାରେ ଚକ ଦିଆଯିବ । ଭୂମି ମାଲିକଙ୍କର ଯେଉଁଠାରେ ବ୍ୟକ୍ତିଗତ ଜଳାଧାର ଥିବ ସେଠାରେ ହେଉ ଅବା ତା ପାଖରେ ଯେତେଦୂର ସମ୍ଭବ ଚକ ଦିଆଯିବା ବିଧେୟ । ଭୂମି ମାଲିକଙ୍କୁ କୌଣସି ୟୁନିଟ୍‌ରେ ୩ ଚକରୁ ଅଧିକ ସ୍ଥାନରେ ଜମି ଦିଆଯିବ ନାହିଁ ବୋଲି ସରକାରୀ ନିୟମ ରହିଛି। କିନ୍ତୁ ସରକାରଙ୍କ ଏହି ନିୟମକୁ ଏରଡ଼ା ମୌଜାରେ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମୌଜାରେ ମୋଟ ୬୦୦ ଚକ ପରିବର୍ତ୍ତେ ୯୦୦ କରାଯାଇଛି । ଏପରିକି ଜଣେ ଜଣେ ୯/୧୦ଟା ଚକ ହାତେଇଛନ୍ତି । ଯେଉଁମାନଙ୍କର ଘର ଆଖପାଖରେ ଅଧିକ ଜମି ରହିଛି ସେମାନଙ୍କୁ ସେ ସ୍ଥାନରେ ଚକ ଦିଆଯାଇନାହିଁ । ଏପରିକି ଉର୍ବର ଜମିର ମୂଲ୍ୟ କମ୍‌ ଦର୍ଶାଯାଇଥିବାବେଳେ ଓ ଅନୁର୍ବରର ଅଧିକ କରାଯାଇଛି । ଜଳ ଉତ୍ସ ନିକଟରେ ଥିବା ଜମିକୁ ଏକତ୍ରିତକରଣ କରାଯାଇ ସେଠାରେ ଚକ ଦିଆଯିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ଦିଆଯାଇଛି । ଚକରେ ଜମି ମାଲିକଙ୍କ ଜମି ପରିମାଣ ବିଭିନ୍ନ ଆଳ ଦେଖାଯାଇ କମ, ବେଶି କରାଯାଇଛି । ବାସ୍ତବରେ ଚକ ପ୍ରସ୍ତୁତ ସମୟରେ ଅଧିକାଂଶ ଜମି ମାଲିକଙ୍କ ମତାମତ ନିଆଯାଇନାହିଁ । ଏଭଳି ତ୍ରୁଟି ପ୍ରଥମେ ଅନେକଙ୍କ ଦୃଷ୍ଟିକୁ ଆସି ନ ଥିଲା। ପରବର୍ତ୍ତୀ ସମୟରେ ଜଣାପଡିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଚକ ମଡାଣ ଉଦ୍ୟମ ବେଳେ ଲୋକେ ଠେଙ୍ଗା, ଲାଠି ଆଦି ଧରି ବିରୋଧ କରିବାରୁ ମଡାଣ ବନ୍ଦ ରହିଥିଲା । ୧୭ ବର୍ଷ ପରେ ମଧ୍ୟ ପୁଣି ଉଦ୍ୟମ ହୋଇଥିଲେ ସୁଦ୍ଧା ସମାନ ପରିସ୍ଥିତି ଯୋଗୁ କିଛି ହୋଇପାରି ନ ଥିଲା । ଦୀର୍ଘ ୨୦ ବର୍ଷ ପରେ ପୁଣି ହାତଗଣତି କେତେଜଣ ମୁଷ୍ଟିମେୟ ଜମି ମାଲିକ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଆଲୋଚନା ହେଉଛି। ଏନେଇ ଏରଡ଼ା ମୌଜାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏହି ଗାଁର ନାରାୟଣ ପାଢୀ, ବ୍ରହ୍ମାନନ୍ଦ ପାଢୀ, ବିଶ୍ୱନାଥ ପାଢୀ, ଦୁଃଶାସନ ବାରିକ, ଶ୍ରୀନିବାସ ସ୍ବାଇଁ, ରୁଦ୍ରମଣୀ ସ୍ବାଇଁ, କୃଷ୍ଣଚନ୍ଦ୍ର ଲେଙ୍କା, ଦେବାଶିଷ ସ୍ବାଇଁ, ଅନ୍ତର୍ଯାମୀ ବିଶ୍ୱାଳ, ଓ ବିଭୂତି ନାୟକ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ ଛୁଟିରେ ଅଛନ୍ତି । ଏଥିଯୋଗୁ ଏ ପ୍ରସଙ୍ଗରେ ସେକିଛି ଜାଣି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri