ଗୋଚର ଜମି ଜବରଦଖଲ: ସଙ୍କଟରେ ପ୍ରାଣୀ ସମ୍ପଦ

କଣାସ,୨୦।୨(ସ୍ବ.ପ୍ର.): ପୁରୀ ଜିଲା ଚିଲିକା ଉପକୂଳରେ ଅବସ୍ଥିତ କଣାସ ବ୍ଲକରେ ଗୋଚରଜମି ଜବରଦଖଲ ହୋଇଥିବାବେଳେ ପଶୁଙ୍କ ପାଇଁ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ବ୍ଲକରେ ଦିନକୁ ଦିନ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ଏବଂ ପ୍ରାଣୀ ସମ୍ପଦ କମି ଯାଉଥିବାରୁ ଘୋର ସଙ୍କଟ ଦେଖାଦେଇଛି। ଅନୁସନ୍ଧାନରୁ ଜଣାପଡିଛି, କଣାସ ବ୍ଲକର ୨୮ଟି ପଞ୍ଚାୟତରେ ୧୩୯ଟି ରାଜସ୍ବ ଗ୍ରାମ ଓ ୧୦୮ପଡାଗ୍ରାମରେ ୪୫୪୩ ହେକ୍ଟର ପୂର୍ବରୁ ଅନାବାଦୀ ଓ ଗୋଚରଜମି ପ୍ରାଣୀମାନଙ୍କ ଚରିବା ପାଇଁ ଥିଲା। ହେଲେ ପ୍ରଶାସନର ଉଦାସୀନତା ଯୋଗୁଁ ଏହି ଗୋଚରଜମିକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିମାନେ ଜବରଦଖଲ କରି ସେଥିରେ ବଗିଚା, ପୋଖରୀ, କୋଠାବାଡି ନିର୍ମାଣ କରିଛନ୍ତି। ଗୋଚରଜମି ଅଭାବରୁ ଅନେକ ଚାଷୀ ଗୋ ପାଳନ କରିବା ପାଇଁ ଆଉ ଆଗଭର ହେଉନାହାନ୍ତି। ସେଥିଯାଗୁ ଗୋରୁ ଘାସ ଖାଇବା କଷ୍ଟକର ବ୍ୟାପାର ହୋଇପଡିଛି। ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଏହି ବ୍ଲକ ଚିଲିକା ଉପକୂଳରେ ଥିବାରୁ ଏଠାରେ ପ୍ରତିବର୍ଷ ଗୋରୁ, ମଇଁଷିଙ୍କୁ ବଜବଜିଆ, ସାହାଣ ରୋଗ ହେଉଛି ଏବଂ ଅନେକ ଗୋରୁ ମୃତ୍ୟୁମୁଖରେ ପଡୁଛନ୍ତି। ବ୍ଲକର କଣାସଠାରେ ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୧ଟି ସହାୟକ ପ୍ରାଣୀଚିକିତ୍ସା କେନ୍ଦ୍ର ରହିଛି। ହେଲେ ଆବଶ୍ୟକ କର୍ମଚାରୀ ଅଭାବରୁ ପ୍ରାଣୀମାନେ ଠିକ୍‌ ଚିକିତ୍ସା ପାଇପାରୁନାହାନ୍ତି। ଫଳରେ ସେମାନଙ୍କ ମୃତ୍ୟୁ ହେଉଛି। ଏଥିନେଇ ଚାଷୀ ଗୋ ପାଳନ କରିବାକୁ ମନ ବଳାଉ ନାହାନ୍ତି। ଏକ ସର୍ଭେରୁ ଜଣାପଡିଛି, ବ୍ଲକରେ ବର୍ତ୍ତମାନ ଗାଈ, ବଳଦ, ମଇଁଷିଙ୍କ ସଂଖ୍ୟା ୪୩ ହଜାର ୬୦୬ ରହିଥିବାବେଳେ ୫୮୧୧ ମେଣ୍ଢା, ୪୫୩୮ ଛେଳି, ୮୩୫୪ କୁକୁଡ଼ା ଓ ବତକ ଏବଂ ୩୧୪୧ କୁକୁର ଥିବା ଜଣାପଡିଛି। ପ୍ରାଣୀ ସମ୍ପଦ ସୁରକ୍ଷା ଓ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଏ ଦିଗରେ ତୁରନ୍ତ ପଦେକ୍ଷ ନିଆଯିବା ଆବଶ୍ୟକ ହୋଇପଡିଛି। ଜବରଦଖଲ ଗୋଚର ଓ ଅନାବାଦୀ ଜମି ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ ବୋଲି କଣାସ ଅଞ୍ଚଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏଥିସହ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଖାଲିଥିବା ପଦବୀଗୁଡିକ ପୂରଣ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?