ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍
ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ,…
ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି
ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪,୯୦୮ ଜଣଙ୍କ ଅକାଳରେ ଜୀବନ ଯାଇଛି।…
ଶ୍ରବଣବାଧିତଙ୍କୁ ଚିକିତ୍ସା ଯୋଗାଇବେ ଅନୁରାଧା ପଡ୍ୱାଲ
ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ, ୩।୨:ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡ୍ୱାଲ ଓଡ଼ିଶାରେ ସେବା କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ତାଙ୍କ ସୂର୍ଯ୍ୟୋଦୟ ଫାଉଣ୍ଡେଶନ, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆର ମିଳିତ ଉଦ୍ୟମରେ ଶ୍ରବଣ ଶକ୍ତି ହରାଇଥିବା…
ଅଭିଯୁକ୍ତଙ୍କ ସହପାଠୀଙ୍କୁ କ୍ରାଇମ୍ବ୍ରାଞ୍ଚର ପଚରାଉଚରା
ବ୍ରହ୍ମପୁର ଅଫିସ,୩ା୨:ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ବ୍ରହ୍ମପୁର ପୈତୃକ ବାସଭବନ, ଭଡ଼ା ଘର ଓ ତାଙ୍କ ସହପାଠୀଙ୍କୁ କ୍ରାଇମ୍ବ୍ରାଞ୍ଚ ଗତ ତିନିଧରି ପର୍ଯ୍ୟାୟକ୍ରମେ ପଚରାଉଚରା ଜାରି ରଖିଛି। ଗୋପାଳକୃଷ୍ଣଙ୍କ ବଡ ଭାଇ ସତ୍ୟନାରାୟଣ ୪୮…
ଗୋପାଳଙ୍କୁ କେନ୍ଦ୍ରୀୟ ସୁରକ୍ଷା ଲୋଡ଼ା: ଜୟନାରାୟଣ
ସମ୍ବଲପୁର, ୩ା୨(ବ୍ୟୁରୋ):ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗିରଫ ହୋଇଥିବାବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ…
ପୋଲିସ ବିଫଳତା ଏଡ଼ାଇବାର ଅପଚେଷ୍ଟା: ସାଲୁଜା
ବଲାଙ୍ଗୀର ଅଫିସ/ବେଲପଡ଼ା,୩ା୨ (ଡି.ଏନ୍.ଏ.):କଣ୍ଟାବାଞ୍ଜି-ବେଲପଡା ରାସ୍ତାରେ ଥିବା ଆଲିସାନ୍ ସିନେମା ହଲ୍ରେ ବୁଧବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ବେଲପଡା ଥାନା ପୋଲିସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ୍ ଓରଫ୍ ସେଜି ସିଂ ସାଲୁଜାଙ୍କ ସମେତ ୬ ଜଣଙ୍କୁ ଗିରଫ…
ସାଲୁଜା ପରିବାର ଦାଦାଗିରି ଦେଖାଉଛନ୍ତି: ବିଜେଡି
ବଲାଙ୍ଗୀର ଅଫିସ, ୩ା୨:କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ୍ ସିନେମା ହଲ୍ରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ଓରଫ୍ ସେଜି ସିଂ ସାଲୁଜାଙ୍କ ଧମକଚମକ ଘଟଣାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ବିଜେଡି ଜିଲା ଉପସଭାପତି ଉମାକାନ୍ତ ସାହୁ, ରାଜ୍ୟ ସାଧାରଣ…
ନାଲ୍କୋ ସିପିପିର ୩ ୟୁନିଟ୍ ଅଚଳ
ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍ ପାଓ୍ବାର ପ୍ଲାଣ୍ଟ (ସିପିପି)ର ୩ଟି ୟୁନିଟ୍ ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି।…
ବାଇକ୍ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ
ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।…
ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ
ବେଲପଡ଼ା,୨ା୨(ଡି.ଏନ୍.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ବାହାରେ ରଖାଯାଇଥିଲା। ବୈଠକରେ ପାଟଣାଗଡ଼ ଏସ୍ଡିପିଓ…
ବସ୍ ଧକ୍କାରେ ବାଇକ୍ ଚାଳକ ମୃତ
ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ରାମ ନାହାକ (୨୩)। ମିଳିଥିବା ସୂଚନା ମୁତାବକ,…
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ
ଗୋପାଳପୁର,୨ା୨(ଡି.ଏନ.ଏ.): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଗୁରୁବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କଇଠାପଲ୍ଳୀ ଗ୍ରାମର ଜନୈକା ଛାତ୍ରୀ ସ୍କୁଲ ଯିବାକୁ କହି ଘରୁ ବାହାରିଯାଇଥିଲେ। ସନ୍ଧ୍ୟାସୁଦ୍ଧା ସେ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି…

