ଦୂର ହେଉନି ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୧୦ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଦିଆନଚକ ଗ୍ରାମର ଲୋକନାଥ ସ୍ବାଇଁଙ୍କ ପରିବାର ପଲିଥିନ ତଳେ ବାସ କରୁଛନ୍ତି। ଲୋକନାଥ ଆବାସ ପାଇଁ ୨ବର୍ଷ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳି ପାରୁନାହିଁ। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ାଦୌଡ଼ି କରି ସେ ନିରାଶ ହେଉଛନ୍ତି। ଘର ଖଣ୍ଡିଏ ନିର୍ମାଣ କରିବାକୁ ସାମର୍ଥ୍ୟ ନ ଥିବାରୁ ଲୋକନାଥ ପରିବାର ସରକାରଙ୍କ ହାତଟେକାକୁ ଚାହିଁ ବସିଛନ୍ତି। ତେଣେ ସରକାରୀ ଆବାସକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇପାରୁ ନ ଥିବାରୁ ବ୍ଲକ ଅଞ୍ଚଳରେ ୪୦ରୁ ଅଧିକ ହିତାଧିକାରୀ ଆବାସ ପାଇଁ ଚାହିଁ ବସିଛନ୍ତି।
୨୦୦୪/୦୫ ଆର୍ଥିକ ବର୍ଷରେ ଲୋକନାଥଙ୍କୁ ଇନ୍ଦିରା ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା, ଯାହାର ମୂଲ୍ୟ ୩୫ହଜାର ଟଙ୍କା ଥିଲା। ସେତେବେଳ ପ୍ରଥମ କିସ୍ତିରେ ହିତାଧିକାରୀଙ୍କୁ ୫ହଜାର ଟଙ୍କା ମିଳିଥିଲା। ଉକ୍ତ ଟଙ୍କାକୁ ବ୍ୟୟକରି ସେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ତାଙ୍କୁ ଆଉ ୧୦ହଜାର ଟଙ୍କା ମିଳିଥିଲା। ତେବେ ପରିବାରରେ ମେଡିକାଲ ସମସ୍ୟା ଯୋଗୁ ସେ ପାଇଥିବା ୧୦ହଜାର ଟଙ୍କାକୁ ଘର କାମରେ ଖର୍ଚ୍ଚ ନ କରି ଔଷଧ କିଣିବା ବାବାଦକୁ ଖର୍ଚ୍ଚ କରିଦେଲେ। ଘର କାମ ଭୁଇଁରୁ ଉଠି ପାରିଲା ନାହିଁ। ଏହାରି ଭିତରେ ୧୮ବର୍ଷ ବିତି ସାରିଲାଣି। ସରକାରଙ୍କ ଘୋଷଣା ମୁତାବକ, ଘର ପାଇଁ ଟଙ୍କା ଫେରସ୍ତ କରିସାରିଛନ୍ତି। ଟଙ୍କା ଫେରାଇଲେ ସେମାନଙ୍କୁ ନୂଆ ଦରରେ ଆବାସ ପାଇଁ କାର୍ଯ୍ୟାଦେଶ ମିଳିବ। ଏହାଜାଣି ସେ ୨ବର୍ଷ ତଳେ ଧାରକରଜ କରି ବ୍ଲକକୁ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ଏଯାଏ ତାଙ୍କୁ ଆବାସ ମିଳି ପାରିନାହିଁ। ଲୋକନାଥଙ୍କ ପରିବାରର ୪ଜଣ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି। ପରିବାରର ଆର୍ଥତ୍କ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବାରୁ ଲୋକନାଥ ଓ ତାଙ୍କ ପୁଅ ଉଭୟ ସୁଦୂର ବାଙ୍ଗାଲୋରସ୍ଥିତ ଏକ ସପିଂ ମହଲରେ କାମ କରୁଛନ୍ତି। ସେଥିରୁ ଯାହାକିଛି ରୋଜଗାର ହେଉଛି କେବଳ ଘର ଚଳିବା ସମ୍ଭବପର ହୋଇପାରୁଛି। ଘର ଖଣ୍ଡିଏ କରିବାକୁ ସକ୍ଷମ ଓ ସମ୍ବଳ ନ ଥିବା ଲୋକନାଥଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri