ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ଉଠାଣ

ଚଣ୍ଡିଖୋଲ,୧୦ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ) ଟଙ୍କା ଉଠାଇ ନେଇଛନ୍ତି। ଏନେଇ ସରପଞ୍ଚ ଶୋଭା ବଜ୍ରକବାଟ ପିଇଓ ପ୍ରଶାନ୍ତ ଜେନାଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ବଡ଼ଚଣା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାସହିତ ଗୁରୁବାର ଯାଜପୁର ଜିଲାପାଳଙ୍କୁ ଭେଟି ଏହାର ତଦନ୍ତ ପାଇଁ ନିବେଦନ କରିଛନ୍ତି।
ପିଇଓ ଜେନା ଗତ ସେପ୍ଟେମ୍ବରରେ ୨ ଲକ୍ଷ ୪୨ ହଜାର ଟଙ୍କା ଜଳ ଯୋଗାଣ ପାଇଁ ପଞ୍ଚାୟତ ଅର୍ଥରୁ ଉଠାଇଥିଲେ। ଟଙ୍କା ଉଠାଇବା ସମୟରେ ସରପଞ୍ଚଙ୍କ ଦସ୍ତଖତର ଆବଶ୍ୟକତା ରହିଥିବାବେଳେ ସେ ତାହାକୁ ଜାଲିଆତି କରିଥିଲେ। ଏ ସମ୍ପର୍କରେ ସରପଞ୍ଚ ଜାଣିବା ପରେ ଗତ ସୋମବାର ଜେନାଙ୍କୁ ଟେଲିଫୋନ ଯୋଗେ ଘଟଣା ସମ୍ପର୍କରେ ପଚାରିଥିଲେ। ଘଟଣାକୁ ଜେନା ସ୍ବୀକାର କରିବା ସହ ସମସ୍ତ ଅର୍ଥ ପଇଠ କରିଦେବେ ବୋଲି କହିଥିଲେ। ଏହାପରେ ସରପଞ୍ଚ ବଡ଼ଚଣା ବିଡିଓ ରବୀନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦାଖଲ କରିବା ସହ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ପିଇଓ ଜେନା ପଞ୍ଚାୟତ ଆକାଉଣ୍ଟରେ ୨ଲକ୍ଷ ୪୨ହଜାର ଟଙ୍କା ଜମା କରିଦେଇଥିବା ଜଣାପଡ଼ିଛି।
ସରକାରୀ ନିୟମ ଅନୁସାରେ ସରପଞ୍ଚ ଓ ପିଇଓଙ୍କ ମିଳିତ ଦସ୍ତଖତ ରହିବା ପରେ ଟଙ୍କା ଉଠାଣ ହେବା କଥା। କିନ୍ତୁ ଏଠାରେ ତାହା କିପରି ସମ୍ଭବ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଟଙ୍କା ଉଠାଣ ଘଟଣାରେ କେବଳ ନିର୍ବାହୀ ଅଧିକାରୀ ସାମିଲ ନା ବ୍ଲକର ଅନ୍ୟ କର୍ମଚାରୀ ସାମିଲ ତାହା ଏବେ ସନ୍ଦେହରେ। ସରପଞ୍ଚ କହିଛନ୍ତି, ନିର୍ବାଚନକୁ ଏକ ବର୍ଷ ପୁରିଥିଲେ ମଧ୍ୟ ବାରମ୍ବାର ଆବେଦନ ସତ୍ତ୍ୱେ ମୋତେ ବ୍ଲକ ପ୍ରଶାସନ ପକ୍ଷରୁ ଡିଜିଟାଲ ସିଗ୍ନେଚର ପ୍ରଦାନ କରାଯାଉ ନାହଁି, ଯାହାକୁ ନେଇ ପିଇଓ ଜେନା ଟଙ୍କା ଉଠାଣ କରିଛନ୍ତି। ଅପରପକ୍ଷରେ ଏକ ବର୍ଷ କାଯର୍‌ୟାକାଳ ସମୟରେ ହୋଇଥିବା ସମସ୍ତ ଆର୍ଥିକ କାରବାରର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ ପ୍ରାଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ସରପଞ୍ଚଙ୍କ ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପାଇଁ ଏବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଏବିଡିଓ ରଞ୍ଜନ କୁମାର ବେହେରା ମଝିପଡ଼ା ଯାଇ ତଦନ୍ତ କରି ଫେରିଛନ୍ତି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ସମ୍ପର୍କରେ ପିଇଓ ଜେନାଙ୍କୁ ପଚାରିବାରେ ସେ ପଞ୍ଚାୟତ ଆକାଉଣ୍ଟରେ ଟଙ୍କା ଜମା କରି ଦେଇଥିବା ସୂଚନା ଦେଇଛନ୍ତି। ତେବେ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ଦେଖିବାକୁ ଅପେକ୍ଷା ରହିଛି। ସୂଚନା ଥାଉକି, ପିଇଓ ଜେନା ମଝିପଡ଼ା ସମେତ ଗୋପାଳପୁର ଓ ବରପଦା ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି। ୩ଟି ପଞ୍ଚାୟତର ଦାୟିତ୍ୱରେ ଥିବାବେଳେ ତାଙ୍କ ବିରୋଧଷର ଏହିଭଳି ନ କଲି କାରବାର କରିଥିବା ଅଭିଯୋଗ ଆସି ପହଞ୍ଚତ୍ଲାଣି। ଏହି କାର୍ଯ୍ୟରେ ଜଣେ ନିଲମ୍ବିତ ପିଇଓ ତାଙ୍କୁ ସାହାଯ୍ୟ କରିଥିବା ପଞ୍ଚାୟତ ତରଫରୁ ଅଭିଯୋଗ ହୋଇଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri