କର୍ଲାପାଟରେ ପୁଣି ହାତୀ ମୃତ୍ୟୁ

ଭବାନୀପାଟଣା,୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାକମରୁ ୧୦୦ ମିଟର କୁକୁରଘାଟିର ସେମିଝରନଠାରେ ହାତୀର ମୃତ୍ୟୁ ଘଟିଛି। ଏହି ଘଟଣା ଗତ ୪ ତାରିଖରେ ଘଟିଥିବା ଜଣାଯାଇଛି। ଦୁର୍ଗନ୍ଧ ଦେବା ପରେ ବନ ବିଭାଗ ଖବର ପାଇ ରାତାରାତି ହାତୀର ବ୍ୟବଚ୍ଛେଦ କରି ପୋତି ଦେଇଥିବା ଜଣାପଡିଛି। ଫଳରେ ବନ ବିଭାଗ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଯଦି କୌଣସି କାରଣରୁ ହାତୀ ମୃତ୍ୟୁ ହେଲା ବିଭାଗ ଏହାର ସୂଚନା ନ ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ସମ୍ପର୍କରେ ବିଭାଗୀୟ ଜଣେ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ ପରେ ହାତୀ ମୃତ୍ୟୁ ହୋଇଥିବା ସେ କହିଛନ୍ତି। ହାତୀର କିଭଳି ମୃତ୍ୟୁ ଘଟିଲା, କେଉଁ କାରଣରୁ ମୃତ୍ୟୁ ହେଲା ସ୍ପଷ୍ଟ ହୋଇ ନ ଥିବାବେଳେ ଦୋଷ ଲୁଚାଇବାକୁ ଯାଇ ରାତିରାତି ପୋତି ଦେବା ଘଟଣା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ କର୍ଲାପାଟ ଅଭୟାରଣ୍ୟରେ ୭ଟି ହାତୀର ମୃତ୍ୟୁ ହୋଇଥିଲା। ଏଥିରେ ମାଈ ଓ ଗୋଟିଏ ଛୋଟ ଛୁଆ ହାତୀ ରହିଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟ ବ୍ୟାପି ଚର୍ଚ୍ଚା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri