ଓଡ଼ିଆ ବୈଜ୍ଞାନିକଙ୍କୁ ଆନ୍ତର୍ଜାତିକ ପୁରସ୍କାର

ବାଲିକୁଦା,୧୦।୩(ସ୍ବ.ପ୍ର.):ଭାବା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ୨୦୨୩ ମସିହାର ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର (ଆଇୟୁପିଏସି ଡିଷ୍ଟିଂଉଇସ୍‌ ଓମା୍ୟନ ଇନ୍‌ କେମେଷ୍ଟି ଅର୍‌ କେମିକାଲ ଇଞ୍ଜିନିୟରିଂ) ପାଇଁ ମନୋନୀତ ହୋଇଛନ୍ତି। ଭାରତର ପ୍ରଥମ ମହିଳାଭାବେ ସେ ଏହି ଶ୍ରେଣୀରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଇୟୁପିଏସି(ଇଣ୍ଟରନ୍ୟାଶନାଲ ୟୁନିୟନ ଅଫ୍‌ ପିଓର ଆଣ୍ଡ ଆପ୍ଲାଏଡ୍‌ କେମେଷ୍ଟ୍ରି) ପକ୍ଷରୁ ୨୦୧୧ ରୁ ଏହି ପୁରସ୍କାର ପ୍ରତି ଦୁଇ ବର୍ଷରେ ଥରେ ରସାୟନ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ନିମନ୍ତେ ବିଶ୍ୱର ୧୨ ଜଣ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଥାଏ । ଆସନ୍ତା ଅଗଷ୍ଟରେ ୨୦ରୁ ୨୫ ପର୍ଯ୍ୟନ୍ତ ଆଇୟୁପିଏସି ପକ୍ଷରୁ ନେଦରଲ୍ୟାଣ୍ଡର ଦି ହେଗ୍‌ଠାରେ ହେବାକୁ ଓ୍ବାଲର୍‌ଡ କେମେଷ୍ଟି କଂଗ୍ରେସରେ ଜ୍ୟୋତିର୍ମୟୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯୋଗ୍ୟ, ଡ.ଜ୍ୟୋତିର୍ମୟୀ କଟକସ୍ଥିତ ଚାଉଳିଆଗଞ୍ଜ ନିବାସୀ ଶିଶୁରୋଗ ବିଶେଷଜ୍ଞ ଡା. ବୈକୁଣ୍ଠନାଥ ପାତ୍ରଙ୍କ କନ୍ୟା ତଥା ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ବିଷ୍ଣୁଚରଣ ମହାନ୍ତିଙ୍କ ପୁତ୍ରବଧୂ। ସେ ମୁମ୍ବାଇ ନିବାସୀ ଉଦ୍ୟୋଗପତି ଓ ବୈଜ୍ଞାନିକ ଡ. ରଶ୍ମିରଞ୍ଜନ ମହାନ୍ତିଙ୍କ ସ୍ତ୍ରୀ। ୨୦୨୨ରେ ତାଙ୍କୁ ପରମାଣୁ ଉର୍ଜା ବିଭାଗ ତରଫରୁ ହୋମି ଭାବା ବିଜ୍ଞାନ ଓ ପ୍ରଦ୍ୟୋଗିକୀ ପୁରସ୍କାର ଦିଆଯାଇଥିଲା। ଉକ୍ତ ବର୍ଷ ତାଙ୍କୁ ରୟାଲ ସୋସାଇଟି ଅଫ୍‌ କେମିଷ୍ଟ୍ରି, ଲଣ୍ଡନର ଫେଲୋ (ଏଫ୍‌ଆରଏସ୍‌ସି) ଭାବେ ଚୟନ କରାଯାଇଛି । ଦୀର୍ଘ ୨୮ ବର୍ଷର ଗବେଷଣା କାଳ ମଧ୍ୟରେ ଡ. ଜ୍ୟୋତିର୍ମୟୀ ବିବିଧ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ୨୦୧୧ରେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ସେ ଶହେରୁ ଊର୍ଦ୍ଧ୍ୱ ଗବେଷଣା ଜନିତ ନିବନ୍ଧ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ କରି ରସାୟନ ବିଜ୍ଞାନ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?