ବରଗଡ଼ରେ ଗୁଳିମାଡ଼, ଯୁବକ ଗୁରୁତର

ବରଗଡ଼ ଅଫିସ,୯।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗରୁବାର ରାତିରେ ଗୁଳି ଏବଂ ଭୁଜାଲି ମାଡ଼ ହୋଇଛି। ଏଥିରେ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଗନ୍ନାଥ ସରକାରୀ ବସ୍‌ଷ୍ଟାଣ୍ଡରୁ ନିଶାମଣି ସ୍କୁଲ ପଟକୁ ଯାଉଥିଲେ। ହେଲେ କେତେକ ଦୁର୍ବୃତ୍ତ ଆସି ଜଗନ୍ନାଥଙ୍କ ଉପରକୁ ସଂଘବଦ୍ଧ ଭାବେ ଗୁଳି ଏବଂ ଭୁଜାଲି ମାଡ଼ କରିଥିଲେ। ସେଠାରେ ସେ ଗୁରୁତର ଅବସ୍ଥାରେ ଟଲି ପଡିଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଜୀବନ୍ତ ଗୁଳି ଏବଂ ଆଉ ଗୋଟିଏ ଫୁଟା ଗୁଳି ଜବତ କରି ଛାନଭିନ ଚଲାଇଛି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳର ବୋଲି ସାଧାରଣରେ ଆଲୋଚିତ ହେଉଛି। ତାଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା ମଧ୍ୟରେ ତାରାତାରିଣୀ ପୀଠରେ ଶାରଦୀୟ ପର୍ବ ଆରମ୍ଭ, ଭକ୍ତଶୂନ୍ୟ ହୋଇଛି ମନ୍ଦିର

ପୁରୁଷୋତ୍ତମପୁର,୧୦ା୯: ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ହୋଇଛି। ପ୍ରତିବର୍ଷ ଶହଶହ...

ଚିଙ୍ଗୁଡ଼ି ସହ ୫ ହଜାର ଲାଞ୍ଚ ମାଗି ଏଏସ୍‌ଆଇ ନିଲମ୍ବିତ

ଭଦ୍ରକ ଅଫିସ/ଚାନ୍ଦବାଲି, ୩୦।୪ (ଡି.ଏନ.ଏ.)- ଜଣେ ଅଭିଯୁକ୍ତଙ୍କୁ ଖସାଇ ଦେବା ପାଇଁ ଚିଙ୍ଗୁଡ଼ି ସହ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ଭଦ୍ରକ ଜିଲା...

୨୬ ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ

ଛତ୍ରପୁର,୧୧।୮(ଡି.ଏନ.ଏ.): ଛତ୍ରପୁରସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ କେତେଜଣ ଅଙ୍ଗନଓ୍ବାଡି କର୍ମୀ ତାଲା ପକାଇ...

ବିଡିଓ, ତହସିଲଦାର, ଏସ୍‌ଡିପିଓଙ୍କ ମିଳିତ ଚଢ଼ାଉ: ଅମାନିଆଙ୍କଠାରୁ ତଣ୍ଡ ଆଦାୟ

ଶେରଗଡ,୨୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଚାରି ଛକରେ ରବିବାର ବିଡିଓ, ତହସିଲଦାର ଓ ଆସିକା ଏସ୍‌ଡିପିଓ ମିଳିତ ମିଳିତ ଚଢ଼ାଉ କରିଛନ୍ତି। ଚଢ଼ାଉରେ ଅମାନିଆଙ୍କଠାରୁ ତଣ୍ଡ...

ହୀରାକୁଦରେ ଖୋଲିଲା ଆଉ ୫ ଗେଟ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏ ନେଇ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ମୋଟ ୩୧ଟି ଗେଟ୍‌ ଦେଇ ବନ୍ୟାଜଳ...

ଡରାଇଲାଣି ଭଦ୍ରକ, ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମିତ ବେଶି

ଭଦ୍ରକ ଅଫିସ,୨୪।୭: ଭଦ୍ରକ ଜିଲାରେ ଶୁକ୍ରବାର ୬୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ରେ ପହଞ୍ଚିଛି।...

୧୬୦୦ କୀର୍ତ୍ତିରାଜି ଫଟୋରେ ନିର୍ମିତ ବିଶ୍ୱକର୍ମା

ପୁରୁଣା ଭୁବନେଶ୍ୱର,୧୭-୯(ଡି.ଏନ.ଏ);ମଙ୍ଗଳବାର ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ଏଥିପାଇଁ ପ୍ରସ୍ତୁତି ସରିଥିବାବେଳେ ସହରଠୁ ଗାଁ ସବୁଠି ଉତ୍ସାହ ଆଉ ଉତ୍କଣ୍ଠା। ବିଶେଷକରି ବିଭିନ୍ନ ସହର ଓ ବଜାରରେ...

ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର...

Advertisement
Archives

Model This Week