ଚାକିରି କରାଇଦେବା ନାଁରେ ଠକେଇ, ମହିଳାଙ୍କ ସହ ମେଡିକାଲ କର୍ମଚାରୀ ଗିରଫ
ବାରିପଦା ଅଫିସ, ୩।୨- ଚାକିରି କରାଇଦେବା ଆଳରେ ଜଣେ ମହିଳାଙ୍କ ନିକଟରୁ ୨ଲକ୍ଷ ୧୮ହଜାର ଟଙ୍କା ଠକେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ବାରିପଦା ଟାଉନ ଥାନା ପୋଲିସ ଗୁରୁବାର ଜଣେ ମହିଳାଙ୍କ ସହ ଜଣେ ମେଡିକାଲ କର୍ମଚାରୀଙ୍କୁ ଗିରଫ…
ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ: ଭାଗନେଲେ ୧୧ଶହ ପ୍ରତିଯୋଗୀ
ଫୁଲବାଣୀ ଅଫିସ,୩।୨: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଫୁଲବାଣୀସ୍ଥିତ ବଇଡା ଦିନାରା ସିଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍: ନେଇଗଲେ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ଅଳଙ୍କାର
ପରଜଙ୍ଗ,୩।୨(ଡି.ଏନ.ଏ.): ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ୍ ହୋଇଛି। ୪ ଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ସହ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟି…
କଫ ସିରଫ ବେପାରୀଙ୍କୁ କୋର୍ଟ ଚାଲାଣ
ବଲାଙ୍ଗୀର ଅଫିସ,୩।୨: କଫ ସିରଫ କାରବାର ମାମଲାରେ ଶୁକ୍ରବାର ବରପାଲିପଡାର ପ୍ରଶାନ୍ତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସ୍ଡିପିଓ ତୋଫାନ ବାଗ ଶୁକ୍ରବାର ଟାଉନ ଥାନାରେ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପୋଲିସ ବାରମ୍ବାର…
ଗୋପାଳଙ୍କ ଏମ୍ସିଏଲ୍ କ୍ବାର୍ଟର୍ସରେ କ୍ରାଇମବ୍ରାଞ୍ଚର ତନାଘନା: ଗୁଳିକାଣ୍ଡ ସ୍ଥାନରେ ହେବ ସିନ୍ ରିକ୍ରିଏସନ
ଝାରସୁଗୁଡ଼ା ଅଫିସ,୩।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ନେଇ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଶୁକ୍ରବାର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସ୍ପି…
୬ ଜଣ କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ
ବଲାଙ୍ଗୀର ଅଫିସ,୩।୨: ବଲାଙ୍ଗୀର ସହରରେ ଅପରାଧିମାନଙ୍କ ସଂଖ୍ୟା ଓ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି ା ପୋଲିସ ଶୁକ୍ରବାର ୬ ଜଣ ପେସାଦାର କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ କରିଛି।…
୧୫ ଦିନ ହେଲା ମିଳୁନି ପାଣି, ଲୋକେ ହନ୍ତସନ୍ତ
ଫୁଲବାଣୀ ଅଫିସ, ୩ା୨: ୧୫ ଦିନ ହେଲା ମିଳୁନି ପାଣି। ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଳାଇଛନ୍ତି। ଏଭଳି ଘଟଣା କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତରେ ଦେଖିବାକୁ ମିଳିଛି। ୧୫ ଦିନ ହେଲା ପାଜିଗାଡୁ ଗ୍ରାମରେ ପାଣି ସମସ୍ୟାର…
କ୍ଷତିପୂରଣ ଦାବିରେ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ପାଟଣା,୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜତଣ୍ଡ ବିଟ ରୋହଣି ଦୁମା ଗ୍ରାମର ଅନନ୍ତ ମାଝୀଙ୍କର ଗୁରୁବାର ସାରେ ରାସ୍ତାରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଅନନ୍ତଙ୍କୁ ହତ୍ୟା କରାଯାଇଛି କି ବନ୍ୟଜନ୍ତୁ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ…
ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ, ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ
ଗୋଲାମୁଣ୍ଡା,୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ତ୍ରିଲୋଚନ ବିଶି(୩୦)। ବ୍ୟବଚ୍ଛେଦ ପରେ ଦାଦନ ଶ୍ରମିକଙ୍କ ମୃତଦେହ ଗଁାକୁ ଆସୁଥିବା ଜଣାପଡିଛି। ତ୍ରିଲୋଚନ…
ହାଇଓ୍ବା-ଯାତ୍ରୀବାହୀ ବସ୍ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର
ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ…
ପିଡି ଦାୟିତ୍ୱ ନେଲେ ନୀଳମାଧବ
ଛତ୍ରପୁର,୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସେ ୨୦୦୦…
୬୫ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ
ଓଡ଼ଗାଁ,୩ା୨(ସ୍ବ.ପ୍ର.): ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ରଙ୍ଗଣୀପାଟଣା ଛକରୁ ବନ ବିଭାଗ ୬୫ କେଜି ଜଙ୍ଗଲୀ ମାଂସ ସହିତ ଏକ ଗାଡ଼ି ଜବତ ହୋଇଛି। ଏହା ସହିତ କୋମଣ୍ଡ ପଞ୍ଚାୟତ ବାଦଭୂମି ଗ୍ରାମର ବିଦେଶୀ ନାୟକ (୨୮)ଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସକାଳେ…

