ଆମ ଜିଲା ଖବର

ଡ୍ୟାମର ଜଳସ୍ତର ବୃଦ୍ଧି: ଖୋଲିଲା ଗୋଟିଏ ଗେଟ୍‌, ନଦୀକୂଳିଆବାସୀଙ୍କୁ ସତର୍କ ସୂଚନା

ଦିଗପହଣ୍ଡି,୧୦ା୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଘୋଡ଼ାହାଡ଼ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ପାଖାପାଖି ହୋଇଛି। ଡ୍ୟାମର ସୁରକ୍ଷା ପାଇଁ ୬ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇ ଉଦ୍‌ବୃତ ଜଳକୁ ନଦୀଗର୍ଭକୁ ଛଡ଼ାଯାଇଛି। ଆଗକୁ ପ୍ରବଳ ବର୍ଷା…

ତହସିଲ କାର୍ଯ୍ୟାଳୟରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧୦ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରେମୀଯୁଗଳ ହେଲେ କାଶୀକାହାଲ ଗ୍ରାମର ସୁଜିତ ସରାଫ ଓ ଅଙ୍କିତା ସରାଫ। କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆଙ୍କ ଉପସ୍ଥିତିରେ…

ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା

କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ ଓଡ୍ରାଫ୍‌ ଟିମ୍‌ ଜରିଆରେ ଖୋଜାଖୋଜା ଜାରି ରଖିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ…

ସବ୍‌ଜେଲ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋ ଜବତ: ୨ ଗିରଫ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍‌ସିରପ୍‌ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସବ୍‌ଜେଲ୍‌ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋକୁ ପୋଲିସ ଜବତ କରିଛି। ସେହିପରି…

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ

ଜେନାପୁର,୧୦ା୯(ଡି.ଏନ୍‌.ଏ.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଶନିବାର ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଗସ୍ତ କରି ବଉଳମାଳ ପଞ୍ଚାୟତର ଇଚ୍ଛାପୁରଠାରେ ଅନୁସୂଚିତ ଜନଜାତି ସମାବେଶକୁ ସମ୍ବୋଧନ କରିଛନ୍ତି। ଧର୍ମଶାଳା ଭାଜପା ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ଆୟୋଜିତ ଏହି…

ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ

ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତରଭା ଅଞ୍ଚଳର ସମ୍ପୃକ୍ତା ଯୁବତୀ ମୃଦୁ ପାନୀୟରେ ଅବସରପ୍ରାପ୍ତ…

କୋରାପୁଟରେ ରାଜ୍ୟପାଳ ଗଣେଶୀ ଲାଲ୍‌

କୋରାପୁଟ,୧୦।୯(ସ୍ବ.ପ୍ର.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ୨ ଦିନିଆ ଗସ୍ତରେ ଆସି କୋରାପୁଟରେ ପହଞ୍ଚିଛନ୍ତି। ରାଜ୍ୟପାଳ ଶନିବାର ସକାଳ ୯ଟାରେ ହୀରାଖଣ୍ଡ ଟ୍ରେନର ଏକ ସ୍ବତନ୍ତ୍ର ବଗିରେ ଆସି କୋରାପୁଟ ଷ୍ଟେଶନରେ ପହଞ୍ଚିବା ପରେ କୋରାପୁଟ ଜିଲାପାଳ ଅବଦାଲ ଏମ୍‌.…

ପୁଣି ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ

ବଣାଇଁ,୧୦।୯(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବାଙ୍କୀ ବନାଞ୍ଚଳ ଟୁଁଗୁରି ଜଙ୍ଗଲରେ ଶନିବାର ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅଞ୍ଚଳବାସୀଙ୍କ ନିକଟରୁ ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସହ ଏକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ…

ପାଣି ପ୍ରକଳ୍ପ କେବୁଲ ତାର ଚୋରି: ଜଳ ଯୋଗାଣ ବନ୍ଦ

ଆରଡ଼ି,୧୦ା୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ି ବସଷ୍ଟାଣ୍ଡ ଓ କୋଇଲଖା ବାତ୍ୟା ଆଶ୍ରୟସ୍ଥଳ ନିକଟସ୍ଥ ଜଳ ପ୍ରକଳ୍ପରୁ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ପ୍ରକଳ୍ପ ଓ ପାଣିପମ୍ପ୍‌କୁ ସଂଯୋଗ କରୁଥିବା କେବୁଲ ତାର କାଟି ନେଇଛନ୍ତି। ଉଭୟ ପ୍ରକଳ୍ପ କର୍ମଚାରୀ ଜଳ ଯୋଗାଣ…

ପୁନଃନିର୍ମାଣ ପାଇଁ ପ୍ରଶାସନିକ ନିର୍ଦ୍ଦେଶ

କୁଆଁରମୁଣ୍ଡା,୧୦।୯(ଡି.ଏନ.ଏ.): ନବ ନିର୍ମିତ ୪ ଥାକିଆ ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁରଠାରୁ କୁଆଁରମୁଣ୍ଡା ଯମୁନାନାକି ପର୍ଯ୍ୟନ୍ତ ପ୍ରାୟ ୧୮ କି.ମି ଢଳେଇ ରାସ୍ତାର ଅଧିକାଂଶ ସ୍ଥାନରେ ଏବେ ଫାଟ ସୃଷ୍ଟି ହୋଇଛି। ରାଜପଥର ଏହି ଅଂଶ ନିର୍ମାଣ ଶେଷ ହେବାର…

ତଥ୍ୟ ଦେବାକୁ ୨ ବିଡିଓଙ୍କୁ ଲୋକପାଳଙ୍କ ନିର୍ଦ୍ଦେଶ

ମାଲକାନଗିର, ୧୦।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଜାଣିବାକୁ ଚାହୁଁଥିବା କାର୍ଯ୍ୟ ସମ୍ପର୍କରେ ତଥ୍ୟ ମାଗି ନିରାଶ ହେବା ପରେ ଆବେଦନକାରୀ ଲୋକପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଲୋକପାଳ ମାମଲାକୁ ଗ୍ରହଣକରି ଆବେଦନକାରୀଙ୍କୁ ଶୀଘ୍ର ତଥ୍ୟ ଯୋଗାଇଦେବାକୁ ମାଲକାନଗିରି ଜିଲାର ୨ଜଣ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବରରୁ…

ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୧୦।୯(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri