ପୁନଃ ନିର୍ମାଣ ଅପେକ୍ଷାରେ ଶୀତଳ ଭଣ୍ଡାର

କଟକ ସଦର,୧୩ା୩ (ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମବାୟ ଶୀତଳ ଭଣ୍ଡାର ୧୯୯୯ ମହାବାତ୍ୟା ପରଠାରୁ ଅଚଳ ଅବସ୍ଥାରେ ରହିଛି। ଏହାକୁ ପୁନଃ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପଡୁଛି। ତେଣୁ ଘରୋଇ ସହ ଭାଗିତାରେ ଏହାକୁ ପୁନଃ ନିର୍ମାଣ କରି ଚଲାଇବା ପାଇଁ ରାଜ୍ୟ ସମବାୟ ବିଭାଗ ଟେଣ୍ଡର ଆହ୍ବାନ କରିଛି। ନିର୍ଦ୍ଧାରିତ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ମାତ୍ର ୩ଟି ସଂସ୍ଥା ଏହାକୁ ନେବା ପାଇଁ ଆଗ୍ରହ ପ୍ରକାଶ କରି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଟେଣ୍ଡର ଫାଇଲ ଖୋଲିବା ପରେ ଯଦି ସରକାର କୌଣସି ଏକ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତା’ହେଲେ ଉକ୍ତ ଶୀତଳ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହୋଇପାରିବ।
କାଠଯୋଡ଼ି ଓ ସିଡୁଆ ନଦୀ ଅବବାହିକାରେ ଥିବା ୪୨ ଅଞ୍ଚଳରେ ଆଳୁ, କୋବି ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ୧୯୬୨ ମସିହାରେ ସମବାୟ ବିଭାଗ ଜରିଆରେ ଏହି ଶୀତଳ ଭଣ୍ଡାର ନିର୍ମାଣ କରାଯାଇଥିଲା। ଏଥିପାଇଁ ରାଜ୍ୟ ଅର୍ଥ ନିଗମ ୧ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରିଥିଲା। ଲାଭ ହେବା ଦ୍ୱାରା ଋଣ ଶୁଝା ଯାଇଥିଲା। ମାତ୍ର ପରିଚାଳନାରେ ତ୍ରୁଟି ଯୋଗୁ ୧୯୮୫ ପରଠାରୁ ଆଉ ଲାଭ ହୋଇ ନ ଥିଲା। ଶେଷରେ ମହାବାତ୍ୟା ଯୋଗୁ ଉକ୍ତ ଶୀତଳ ଭଣ୍ଡାରର ବ୍ୟାପକ କ୍ଷୟକ୍ଷତି ହେବାରୁ ଆଉ ଚାଲିପାରିଲା ନାହିଁ। ଶୀତଳଭଣ୍ଡାର ଗୃହ ଭାଙ୍ଗିରୁଜି ଯାଇଥିବାବେଳେ ଯନ୍ତ୍ରପାତି କଥା ନ କହିବା ଭଲ। ତେଣୁ ଏହାକୁ ପୁନଃ ନିର୍ମାଣ କରି କାର୍ଯ୍ୟକ୍ଷମ କରାଗଲେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ।
ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ କହିଛନ୍ତି, ସରକାର କୋହଳ ସର୍ତ୍ତ ରଖିଲେ ୪୨ ମୌଜା ସମବାୟ ଶୀତଳ ଭଣ୍ଡାର ଚାଲିପାରିବ। ୧୯୬୨ ମସିହାରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କଠାରୁ ସମବାୟ ବିଭାଗ ଜମି କିଣି ଉକ୍ତ ଶୀତଳଭଣ୍ଡାର ନିର୍ମାଣ କରିଥିଲା। ହେଲେ ଉକ୍ତ ଜମିର ମାଲିକାନା ଏବେ ବି ସମ୍ପୃକ୍ତ ବ୍ୟକ୍ତିମାନଙ୍କ ନଁାରେ ରହିଛି। ସରକାର ପ୍ରଥମେ ଏହାକୁ ସମବାୟ ବିଭାଗ ଅଧୀନକୁ ଆଣିବା ଦରକାର ବୋଲି ସେ କହିଛନ୍ତି। ସେହିପରି ୪୨ ମୌଜା ଦେଉଳି ଅଞ୍ଚଳର ଚାଷୀ ସନ୍ତୋଷ କୁମାର ପତି କହିଛନ୍ତି, ଏହି ଶୀତଳ ଭଣ୍ଡାର ଚାଲିବା ପାଇଁ ଘରୋଇ ସଂସ୍ଥା ଉପରେ ନ ଛାଡ଼ି ଏଥିପାଇଁ ସରକାର ସବ୍‌ସିଡି ଦେଲେ ଅଧିକ ପ୍ରୋତ୍ସାହନ ମିଳିପାରନ୍ତା। କଟକ ଉପ ସହକାରୀ ସମବାୟ ନିବନ୍ଧକ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ସ୍ବଳ୍ପ ବିଦ୍ୟୁତ୍‌ ଖର୍ଚ୍ଚରେ କିପରି ନୂଆ ଯନ୍ତ୍ରାଂଶ ଦ୍ୱାରା ଶୀତଳ ଭଣ୍ଡାର ଚାଲିବ ସେଥିପାଇଁ ଘରୋଇ ସଂସ୍ଥା ଇଛୁକ। ତେବେ ଟେଣ୍ଡର ଫାଇଲ ଖୋଲାଯିବା ପରେ ଏହାକୁ କେଉଁ ସଂସ୍ଥା ନେବାକୁ ଇଛୁକ ତାହା ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ମ୍ୟୁଟେଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

କଙ୍ଗନାଙ୍କୁ ରକ୍ଷାବନ୍ଧନର ବିଶେଷ ଉପହାର ପଠାଇଲେ ବାବା ରାମଦେବ, ଜାଣନ୍ତୁ କ’ଣ ଦେଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୮: ରାଜନୈତିକ ଓ ସାର୍ବଜନୀନ ଜୀବନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ମଧ୍ୟରେ ସଂଳାପର ଆବଶ୍ୟକତା ଉପରେ ବଡ଼ ବାର୍ତ୍ତା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ହରିଦ୍ୱାରରେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri