ଜଳୁଛି କୁଲଡ଼ିହା, ଦେବଗିରି

ନୀଳଗିରି/ସୋର, ୧୩।୩(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟ ଓ ସୋର ତହସିଲ ଅଧୀନ ଦେବଗିରି ପାହାଡ଼ରେ ନିଆଁ ଜଳୁଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ବନବିଭାଗ।
ଆଜକୁ ୩ଦିନ ହେବ ନିଆଁ ଲାଗି କୁଲଡ଼ିହା ଅଭୟାରଣ୍ୟ ୨୭୨.୭୫ ବ.ମି. ପରିବ୍ୟାପ୍ତ ଭିତରେ ଏକାଧିକ ସ୍ଥାନରେ ଏକର ଏକର ଜମିରେ ଥିବା ହଜାର ହଜାର ବୃକ୍ଷଲତା ପୋଡ଼ି ଛାରଖାର ହୋଇଯାଇଛି। ବନାଗ୍ନି ଯୋଗୁ ଔଷଧୀୟ ଭସ୍ମୀଭୂତ ହୋଇଯାଇଛି। ତୃଣଭୋଜି ପ୍ରାଣୀମାନେ ବିଶେଷ ପ୍ରଭାବିତ ହେବା ସହ ସେମାନଙ୍କ ଜୀବନ ସଂକଟ ମଧ୍ୟକୁ ଠେଲି ହେଉଛି। ଅଭୟାରଣ୍ୟର ଅଶୋକନାଳ, ଦ୍ୱାରିକା, ରଙ୍ଗାମାଟିଆ ଆଦି ବିଭିନ୍ନ ଅଞ୍ଚଳରେ ଥିବା ପାହାଡ଼ ପାଦଦେଶରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରେ ଥିବା ଜଙ୍ଗଲରୁ ଅନ୍ୟ ଏକ ପାହାଡ଼ର ଜଙ୍ଗଲକୁ ବ୍ୟାପୁଛି ନିଆଁ। ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ନିଅଁା ଲାଗିବା ଅଭୟାରଣ୍ୟରେ ଥିବା ଜୀବଜନ୍ତୁ ପ୍ରତି ବିପଦ ବଢ଼ାଇଛି। ସରକାର ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ନିଆଁ ଲିଭାଇବାରେ ବନବିଭାଗ କେଉଁଠି ନା କେଉଁଠି ଫେଲ୍‌ ମାରିଛି। ସେହିପରି ଦେବଗିରି ପାହାଡ଼ ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ସଂଖ୍ୟାର ମୂଲ୍ୟବାନ ଗଛ ପୋଡ଼ିଜଳି ପାଉଁଶ ହେଇଯାଇଛି। ଜୀବଜନ୍ତୁ ଏବେ ଭୟଭୀତ ହୋଇ ପାହଳତଳି ଗଁା ମୁହଁା ହୋଇଛନ୍ତି। ଲଗାତର ଜଳୁଥିବା ଏହି ନିଆଁକୁ ଆୟତ୍ତ କରିବା ପାଇଁ ଜଙ୍ଗଲ ବିଭାଗ ତରଫରୁ କୌଣସି ଉଦ୍ୟମ ହେଉ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସୋର ବ୍ଲକ ମାଣିପୁର, ଗୋପୀନାଥପୁର ଏବଂ ଶିଙ୍ଗାଖୁଣ୍ଟା ପଞ୍ଚାୟତ ନିକଟବର୍ତ୍ତୀ ଏଲିଫ୍ୟାଣ୍ଟ ସେଞ୍ଚରୀ ସଂରକ୍ଷିତ ଜଙ୍ଗଲରେ କୌଣସି କାରଣରୁ ବାରମ୍ବାର ଅଗ୍ନିକାଣ୍ଡ ଘଟିଚାଲିଥିବା ବେଳେ ବର୍ତ୍ତମାନ ଏହା ମାଇଲ ମାଇଲ ଧରି ସାଂଘାତିକ ରୂପ ଧାରଣ କରିଛି। ନିଆଁର ଲେଲିହାନ ଶିଖା ଉଜ୍ଜ୍ୱଳ ଆଲୋକ ସଦୃଶ ମାଇଲ ମାଇଲ ଦୂରକୁ ଦୃଶ୍ୟମାନ ହେଉଥିବା ବେଳେ ଏହାର ଗରମ ଧାସ ଗ୍ରାମଆଡ଼କୁ ପ୍ରବାହିତ ହେଉଥିବା ଦେଖାଯାଇଛି। ଏହି ପାହାଡ଼ ଜଙ୍ଗଲରେ ବାସକରୁଥିବା ଜୀବଜନ୍ତୁ ବାହାରି ନ ପାରି ଅନେକଙ୍କ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ କେତେ ସ୍ଥାନରେ ଭାଲୁ ଏବଂ ବାର୍‌ହା ଗାଁ ଆଡ଼କୁ ପଳାଇ ଆସୁଥିବା ଲୋକେ ଦେଖିବାକୁ ପାଉଥିବା କହିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ଏବଂ ଜଙ୍ଗଲ ସୁରକ୍ଷା କମିଟି ତରଫରୁ କୌଣସି ଉଦ୍ୟମ ହେଉ ନ ଥିବା ଲୋକମାନେ ଅଭିଯୋଗ କରିଛନ୍ତି। ବନ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନ ନେଲେ ଧ୍ୱଂସ ପାଇଯିବ ବନ୍ୟ ସମ୍ପଦ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?