ଇଟାଭାଟି ଧୂଆଁରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୩ା୩(ସ୍ବ.ପ୍ର.):ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଲାଣି ା ଆଗାମୀ ଦିନରେ ତାହା ଭୟଙ୍କର ହେବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ା ତାତିର ଏହି ଭୟଙ୍କର ରୂପ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଟି ଇଟାଭାଟି ସଂଖ୍ୟା ବଢ଼ି ଚାଲିଛି। ଇଟାଭାଟିରୁ ବାହାରୁ ଥିବା ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବା ବେଳେ ତାତି ବଢାଉଛି ବୋଲି ଅଭିଯୋଗ ହେଉଛି। ଲୋକମାନେ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି ା ବିଶେଷ କରି ରୋଗୀ ଓ ଛୋଟ ପିଲାମାନେ ଏଥିରେ ବେଶୀ ହଇରାଣ ହେଉଛନ୍ତି। ହେଲେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ା
ସୁପ୍ରିମକୋର୍ଟ, ନ୍ୟାଶନାଲ ଗ୍ରୀନ୍‌ ଟ୍ର୍ୟୁବୁନାଲ(ଏନ୍‌ଜିଟି) ପ୍ରଦୂଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍‌ ଘୋଷଣା କରିଛନ୍ତି ା ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ୍‌ ଲଗାଇଛନ୍ତି । କାରଣ ମାଟି ଇଟା ଗଢିବା ଦ୍ୱାରା ଉର୍ବର ମାଟି ନଷ୍ଟ ହେଉଛି । ପୁଣି ଇଟା ପୋଡ଼ିବା ସମୟରେ ସାଙ୍ଘାତିକ ବାୟୁ ପ୍ରଦୂଷଣ ହେଉଛି । ଇଟାଭାଟିରେ ବହୁଦିନ ଧରି ନିଆଁ ଲାଗି ରହୁଥିବାରୁ ଆଖାପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି ା ତେଣୁ ମାଟି ଇଟା ନିର୍ମାଣକୁ ବନ୍ଦ କରି ପାଉଁଶ ତିଆରି ଇଟା(ଫ୍ଲାଏ ଆଶ୍‌ ଇଟା) ନିର୍ମାଣକୁ ସରକାର ଅନୁମତି ଦେଉଛନ୍ତି ା ତେବେ ଏହି ନିର୍ଦ୍ଦେଶନାମା ପଟ୍ଟମୁଣ୍ଡାଇରେ କାର୍ଯ୍ୟକାରୀ ହେଉନି। ମୃତ୍ତିକାକୁ ନଷ୍ଟ କରି ଆଇନକୁ ଦଳିଚକଟି ବେଆଇନ୍‌ ଭାବେ ଚାଲିଛି ଇଟା ଭାଟି। କିନ୍ତୁ ଏହି ବେଆଇନ୍‌ ଇଟାଭାଟି ଉପରେ ଅଙ୍କୁଶ ଲଗାଇବାକୁ ଉଚିତ ମନେ କରୁନି ସ୍ଥାନୀୟ ପ୍ରଶାସନ । ବରଂ ସବୁ ଜାଣି ନ ଜାଣିବା ପରି ନୀରବ ରହିଛି ପଟ୍ଟାମୁଣ୍ଡାଇ ରାଜସ୍ବ ବିଭାଗ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା
ଜଣେ ପ୍ରଶାସନିକ ଅଧିକାରୀ କହିବା ମୁତାବକ ଫ୍ଲାଏ ଆଶ ଇଟା ଓ ମାଟି ଇଟା ମଧ୍ୟରେ ବହୁ ଫରକ ରହିଛି। ବିଭିନ୍ନ ସରକାରୀ ଯୋଜନାରେ ଘର ନିର୍ମାଣ ସହ ଆବାସ ଯୋଜନାର ଘର ନିର୍ମାଣ ପାଇଁ ଫ୍ଲାଏ ଆଶ୍‌ ଇଟାକୁ ହିଁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି ା ସେଭଳି ସହର ଓ ଗାଁରେ ବ୍ୟାପକ ଭାବେ ଘର ନିର୍ମାଣ ଚାଲିଥିବାରୁ ଇଟାର ବି ବ୍ୟାପକ ଚାହିଦା ରହିଛି। ଫ୍ଲାଏ ଆଶ୍‌ ଇଟାଠାରୁ ମାଟି ପୋଡ଼ା ଇଟା ମଜବୁତ ରହୁଛି। ତେଣୁ ଲୋକେ ମାଟି ଇଟାକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି ା ଚାହିଦାକୁ ଦୃଷ୍ଟିରେ ରଖି ମାଟି ଇଟା ପୋଡ଼ା ବି ଅଧିକା ହେଉଛି। ଗୋଟିଏ ପଟେ ମୃତ୍ତିକା କ୍ଷୟ ଓ ଅନ୍ୟ ପଟେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି। ଅନ୍ୟପକ୍ଷେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିର ଇଟାଭାଟି ନିର୍ମାଣ ହୋଇପାରିବ ନାହିଁ। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁ ନାହାନ୍ତି ା ପୋଡ଼ା ମାଟି ଇଟା ଚାହିଦା ରହୁଥିବାରୁ ଫ୍ଲାଏ ଆଶ୍‌ ଇଟା କାରଖାନା କରିଥିବା ଶିଳ୍ପୋଦ୍ୟୋଗୀମାନେ କ୍ଷତି ସହୁଛନ୍ତି ା ଫଳରେ ସେମାନେ ବ୍ୟାଙ୍କ ଋଣ ଶୁଝି ନ ପାରି କ୍ଷତି ସହୁଛନ୍ତି। ଏବେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅହେତୁକ ବୃଦ୍ଧି ପାଉଛି । ଏତିକି ବେଳେ ପୋଡ଼ା ମାଟି ଇଟାଭାଟିର ନିଆଁ ଆହୁରି ଉତ୍ତାପକୁ ବୃଦ୍ଧି କରିଛି । ନିଆଁ ଝାସ ପବନ ସାଧାରଣରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଲୋକେ ଅଣ ନିଃଶ୍ୱାସୀ ହୋଇଯାଉଥିବା ବେଳେ ତାର ପାଉଁଶ ଘର ବାହାର ସବୁଠି ଉଡ଼ି ପଡୁଛି । ସାଧାରଣରେ ଅଭିଯୋଗ ହେଉଥିଲେ ମଧ୍ୟ ନା ତହସିଲଦାର ନା ଆରଆଇ କାହାର ନିଘା ନାହିଁ। ପଟ୍ଟାମୁଣ୍ଡାଇ ତହସିଲଠାରୁ ଅନତି ଦୂର ମାଟିଆପାଳ, ତନୁପୁର, ତାତନା, କଷଣଅଣ୍ଟା, ଆଳଭା, ବାଲିପାଟଣାରେ ଦୀର୍ଘ ବର୍ଷ ହେଲା ଗଢି ଉଠିଛି ବେଆଇନ ଇଟାଭାଟି । ପୋଡା ଇଟା ଭାଟିକୁ ଏନ୍‌ଜିଟି ବେଆଇନ କରିଥିବା ବେଳେ ପ୍ରଶାସନର ଗଳା ବାଟରେ ଚାଲିଛି ଏହି ଇଟାଭାଟି। ମାଟିଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ନଦୀପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ର ନିର୍ଦ୍ଦେଶ ଦିଆଯାଇଛି ା ଏ ସବୁ ଜାଣି ମଧ୍ୟ ରାଜସ୍ବ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ବାବଦରେ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ଖରାଦିନକୁ ଲକ୍ଷ୍ୟ କରି ମାଟିଇଟା ନିର୍ମାଣ ଉପରେ ରୋକ୍‌ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ଇଟା ମାଲିକଙ୍କୁ ନୋଟିସ କରିଛୁ। ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ପଶିଲା ବାର୍‌ହା, ଧରିବାକୁ ଉଦ୍ୟମ ଜାରି

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri