ଇଟାଭାଟି ଧୂଆଁରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୩ା୩(ସ୍ବ.ପ୍ର.):ଚଳିତ ବର୍ଷ ମାର୍ଚ୍ଚ ଆରମ୍ଭରୁ ତାତି ଅସହ୍ୟ ହେଲାଣି । ସର୍ବୋଚ୍ଚ ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଲାଣି ା ଆଗାମୀ ଦିନରେ ତାହା ଭୟଙ୍କର ହେବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ା ତାତିର ଏହି ଭୟଙ୍କର ରୂପ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ମାଟି ଇଟାଭାଟି ସଂଖ୍ୟା ବଢ଼ି ଚାଲିଛି। ଇଟାଭାଟିରୁ ବାହାରୁ ଥିବା ଧୂଆଁ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବା ବେଳେ ତାତି ବଢାଉଛି ବୋଲି ଅଭିଯୋଗ ହେଉଛି। ଲୋକମାନେ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି ା ବିଶେଷ କରି ରୋଗୀ ଓ ଛୋଟ ପିଲାମାନେ ଏଥିରେ ବେଶୀ ହଇରାଣ ହେଉଛନ୍ତି। ହେଲେ ଏ ସଂକ୍ରାନ୍ତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ା
ସୁପ୍ରିମକୋର୍ଟ, ନ୍ୟାଶନାଲ ଗ୍ରୀନ୍‌ ଟ୍ର୍ୟୁବୁନାଲ(ଏନ୍‌ଜିଟି) ପ୍ରଦୂଷଣକୁ ନଜରରେ ରଖି ଇଟାଭାଟିକୁ ବେଆଇନ୍‌ ଘୋଷଣା କରିଛନ୍ତି ା ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ମାଟି ତିଆରି ଇଟା ନିର୍ମାଣରେ ରୋକ୍‌ ଲଗାଇଛନ୍ତି । କାରଣ ମାଟି ଇଟା ଗଢିବା ଦ୍ୱାରା ଉର୍ବର ମାଟି ନଷ୍ଟ ହେଉଛି । ପୁଣି ଇଟା ପୋଡ଼ିବା ସମୟରେ ସାଙ୍ଘାତିକ ବାୟୁ ପ୍ରଦୂଷଣ ହେଉଛି । ଇଟାଭାଟିରେ ବହୁଦିନ ଧରି ନିଆଁ ଲାଗି ରହୁଥିବାରୁ ଆଖାପାଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି ା ତେଣୁ ମାଟି ଇଟା ନିର୍ମାଣକୁ ବନ୍ଦ କରି ପାଉଁଶ ତିଆରି ଇଟା(ଫ୍ଲାଏ ଆଶ୍‌ ଇଟା) ନିର୍ମାଣକୁ ସରକାର ଅନୁମତି ଦେଉଛନ୍ତି ା ତେବେ ଏହି ନିର୍ଦ୍ଦେଶନାମା ପଟ୍ଟମୁଣ୍ଡାଇରେ କାର୍ଯ୍ୟକାରୀ ହେଉନି। ମୃତ୍ତିକାକୁ ନଷ୍ଟ କରି ଆଇନକୁ ଦଳିଚକଟି ବେଆଇନ୍‌ ଭାବେ ଚାଲିଛି ଇଟା ଭାଟି। କିନ୍ତୁ ଏହି ବେଆଇନ୍‌ ଇଟାଭାଟି ଉପରେ ଅଙ୍କୁଶ ଲଗାଇବାକୁ ଉଚିତ ମନେ କରୁନି ସ୍ଥାନୀୟ ପ୍ରଶାସନ । ବରଂ ସବୁ ଜାଣି ନ ଜାଣିବା ପରି ନୀରବ ରହିଛି ପଟ୍ଟାମୁଣ୍ଡାଇ ରାଜସ୍ବ ବିଭାଗ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା
ଜଣେ ପ୍ରଶାସନିକ ଅଧିକାରୀ କହିବା ମୁତାବକ ଫ୍ଲାଏ ଆଶ ଇଟା ଓ ମାଟି ଇଟା ମଧ୍ୟରେ ବହୁ ଫରକ ରହିଛି। ବିଭିନ୍ନ ସରକାରୀ ଯୋଜନାରେ ଘର ନିର୍ମାଣ ସହ ଆବାସ ଯୋଜନାର ଘର ନିର୍ମାଣ ପାଇଁ ଫ୍ଲାଏ ଆଶ୍‌ ଇଟାକୁ ହିଁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି ା ସେଭଳି ସହର ଓ ଗାଁରେ ବ୍ୟାପକ ଭାବେ ଘର ନିର୍ମାଣ ଚାଲିଥିବାରୁ ଇଟାର ବି ବ୍ୟାପକ ଚାହିଦା ରହିଛି। ଫ୍ଲାଏ ଆଶ୍‌ ଇଟାଠାରୁ ମାଟି ପୋଡ଼ା ଇଟା ମଜବୁତ ରହୁଛି। ତେଣୁ ଲୋକେ ମାଟି ଇଟାକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି ା ଚାହିଦାକୁ ଦୃଷ୍ଟିରେ ରଖି ମାଟି ଇଟା ପୋଡ଼ା ବି ଅଧିକା ହେଉଛି। ଗୋଟିଏ ପଟେ ମୃତ୍ତିକା କ୍ଷୟ ଓ ଅନ୍ୟ ପଟେ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି। ଅନ୍ୟପକ୍ଷେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମାଟିର ଇଟାଭାଟି ନିର୍ମାଣ ହୋଇପାରିବ ନାହିଁ। ତେବେ ଏପରି କଟକଣାକୁ ଜିଲାରେ କେହି ମାନୁ ନାହାନ୍ତି ା ପୋଡ଼ା ମାଟି ଇଟା ଚାହିଦା ରହୁଥିବାରୁ ଫ୍ଲାଏ ଆଶ୍‌ ଇଟା କାରଖାନା କରିଥିବା ଶିଳ୍ପୋଦ୍ୟୋଗୀମାନେ କ୍ଷତି ସହୁଛନ୍ତି ା ଫଳରେ ସେମାନେ ବ୍ୟାଙ୍କ ଋଣ ଶୁଝି ନ ପାରି କ୍ଷତି ସହୁଛନ୍ତି। ଏବେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅହେତୁକ ବୃଦ୍ଧି ପାଉଛି । ଏତିକି ବେଳେ ପୋଡ଼ା ମାଟି ଇଟାଭାଟିର ନିଆଁ ଆହୁରି ଉତ୍ତାପକୁ ବୃଦ୍ଧି କରିଛି । ନିଆଁ ଝାସ ପବନ ସାଧାରଣରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଲୋକେ ଅଣ ନିଃଶ୍ୱାସୀ ହୋଇଯାଉଥିବା ବେଳେ ତାର ପାଉଁଶ ଘର ବାହାର ସବୁଠି ଉଡ଼ି ପଡୁଛି । ସାଧାରଣରେ ଅଭିଯୋଗ ହେଉଥିଲେ ମଧ୍ୟ ନା ତହସିଲଦାର ନା ଆରଆଇ କାହାର ନିଘା ନାହିଁ। ପଟ୍ଟାମୁଣ୍ଡାଇ ତହସିଲଠାରୁ ଅନତି ଦୂର ମାଟିଆପାଳ, ତନୁପୁର, ତାତନା, କଷଣଅଣ୍ଟା, ଆଳଭା, ବାଲିପାଟଣାରେ ଦୀର୍ଘ ବର୍ଷ ହେଲା ଗଢି ଉଠିଛି ବେଆଇନ ଇଟାଭାଟି । ପୋଡା ଇଟା ଭାଟିକୁ ଏନ୍‌ଜିଟି ବେଆଇନ କରିଥିବା ବେଳେ ପ୍ରଶାସନର ଗଳା ବାଟରେ ଚାଲିଛି ଏହି ଇଟାଭାଟି। ମାଟିଇଟା ନିର୍ମାଣ ବନ୍ଦ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୧୯୮୬ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ନଦୀପଠାର ୫୦୦ ମିଟର ପର୍ଯ୍ୟନ୍ତ ମାଟି ନ ଉଠାଇବାକୁ ୨୦୦୫ର ନିର୍ଦ୍ଦେଶ ଦିଆଯାଇଛି ା ଏ ସବୁ ଜାଣି ମଧ୍ୟ ରାଜସ୍ବ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ନିରବ ଦ୍ରଷ୍ଟା ସାଜିଛି । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ବାବଦରେ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରୁ ଖରାଦିନକୁ ଲକ୍ଷ୍ୟ କରି ମାଟିଇଟା ନିର୍ମାଣ ଉପରେ ରୋକ୍‌ ଲଗାଯାଇଛି। ଏ ନେଇ ପ୍ରତ୍ୟେକ ଇଟା ମାଲିକଙ୍କୁ ନୋଟିସ କରିଛୁ। ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?