ପେଣ୍ଠକଟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ

ପୁରୀ ଅଫିସ,୧୩ା୩: ପୁରୀ ସମୁଦ୍ରକୂଳରେ ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପରେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କଇଁଛମାନେ ସୁରକ୍ଷିତ ସ୍ଥାନ ମଣୁଥିବା ବେଳାଭୂମିରେ ଅଣ୍ଡା ଦେଉଛନ୍ତି। ମୁଖ୍ୟତଃ ଓଡ଼ିିଶା ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛମାନେ ଅଣ୍ଡା ଦେଇଥାନ୍ତି। ତେବେ ପ୍ରଥମଥର ପାଇଁ ଅଲିଭ ରିଡ୍‌ଲେ କଇଁଛମାନେ ଅଣ୍ଡାଦାନ ପାଇଁ ପୁରୀ ପେଣ୍ଠକଟା ସମୁଦ୍ର ମୁହାଁ ହୋଇଛନ୍ତି, ଯାହାକୁ ନେଇ ପରିବେଶବିତ୍‌ମାନେ ଖୁସି ବ୍ୟକ୍ତ କରିଛନ୍ତି। ପେଣ୍ଠକଟା ଗଙ୍ଗାଦେବୀ ସାହି ନିକଟ ବେଳାଭୂମିରେ ଅଲିଭ ରିଡଲେ କଇଁଛମାନେ ଅଣ୍ଡା ଦେଇଥିବା ରବିବାର ସକାଳେ ଦେଖିବାକୁ ମିଳିଛି। କଇଁଛମାନେ ଅଣ୍ଡା ଦେଇ ସେଗୁଡିକୁ ବାଲିରେ ପୋତି ଚାଲିଯାଇଛନ୍ତି। ସକାଳୁ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ରକୁ ଡଙ୍ଗା ନେଇ ଯିବାବେଳେ ଏହା ଦେଖି ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଲି ଭିତରୁ ୧୧୫ଟି ଅଣ୍ଡା ଉଦ୍ଧାର କରି ବ୍ୟାଗରେ ପୂରାଇ ନେଇଯାଇଥିଲେ।
ସାମାଜିକ କର୍ମୀ ବିସ୍ମୟ ମିଶ୍ର କହିଛନ୍ତି, ଅଲିଭ ରିଡ୍‌ଲେ ଅଣ୍ଡା ଦେଇଥିବା ନେଇ ରବିବାର ସକାଳ ପ୍ରାୟ ୬ଟାରେ କମ୍ୟୁନିଟିରୁ ତାଙ୍କ ନିକଟକୁ ଫୋନ ଆସିଥିଲା। ଖବର ପାଇ ସେ ସେଠାକୁ ଯାଇ ଦେଖିବା ବେଳକୁ କଇଁଛ ଅଣ୍ଡା ଦେଇ ଚାଲିଯାଇଥିଲା। ତେବେ କୁକୁର ଉକ୍ତ ସ୍ଥାନରେ ମୁହଁ ମାରିଥିବା ସେ ଦେଖିବାକୁ ପାଇଥିଲେ। ତେଣୁ ଉକ୍ତ ସ୍ଥାନକୁ ଯେପରି କୁକୁର ନ ଯିବ ଏବଂ ଅଣ୍ଡା ନଷ୍ଟ ନ କରିବ ସେଥିପ୍ରତି ଧ୍ୟାନ ଦେବାକୁ ବନ ବିଭାଗକୁ ସୂଚନା ଦେଇଥିଲୁ। ଏଣେତେଣେ ପଡ଼ିରହିଥିବା କଇଁଛ ଅଣ୍ଡାଗୁଡିକୁ ଗୋଟିଏ ସ୍ଥାନରେ ବାଲିରେ ପୋତି ରଖିଥିଲୁ। କିଛି ସମୟ ପରେ ବନ ବିଭାଗର କର୍ମଚାରୀ ଆସି ଏକ ସାଧାରଣ ବ୍ୟାଗରେ ସମସ୍ତ ୧୧୫ଟି ଅଣ୍ଡାକୁ ବାଲିରୁ ଉଦ୍ଧାର କରି ନେଇଯାଇଥିଲେ। ତେବେ ରାଜ୍ୟ ସରକାର ବିରଳ ଅଲିଭ ରିଡ୍‌ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ମାତ୍ର ପ୍ରଶାସନ କଇଁଛଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉନାହିଁ। କଇଁଛ ଅଣ୍ଡା ସୁରକ୍ଷିତ ରହିଲେ କଇଁଛ ବଂଶ ବୃଦ୍ଧି ହେବ। ମାତ୍ର ବନ ବିଭାଗ ପକ୍ଷରୁ ସାଧାରଣ ବ୍ୟାଗରେ ଅସୁରକ୍ଷିତ ଭାବେ ଅଣ୍ଡା ନିଆଯିବା କ୍ଷୋଭର ବିଷୟ ବୋଲି ମିଶ୍ର ପ୍ରକାଶ କରିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ପୁରୀ ବେଳାଭୂମିରେ ଶହ ଶହ ସଂଖ୍ୟାରେ ଅଲିଭ ରିଡ୍‌ଲେ କଇଁଛ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟତଃ ପ୍ରଶାସନ ପକ୍ଷରୁ କରାଯାଇଥିବା ନିଷିଦ୍ଧାଞ୍ଚଳରେ ଅବୈଧ ଭାବେ ଟ୍ରଲର ଚଳାଚଳ ଓ ମାଛ ଧରିବା ଫଳରେ ଅନେକ କଇଁଛ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ନଭେମ୍ବରଠାରୁ ମେ ପର୍ଯ୍ୟନ୍ତ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ମାଛମରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଯାଇଥାଏ। ମାତ୍ର ଅନେକ ସମୟରେ ପ୍ରଶାସନର ନିୟମ ଉଲ୍ଲଂଘନ କରି ନିଷିଦ୍ଧାଞ୍ଚଳରେ ମାଛ ମାରିବା ଫଳରେ କଇଁଛମାନଙ୍କର ଅକାଳ ମୃତ୍ୟୁ ହୋଇଥାଏ। ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଏ। ଏଣିକି ପେଣ୍ଠକଟା ବେଳାଭୂମିରେ ଆହୁରି ଅଧିକ କଇଁଛ ଆସି ଅଣ୍ଡାଦେବା ନେଇ ପରିବେଶବିତ୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ତେଣୁ ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri