ଅସହାୟ ଯୁବତୀଙ୍କୁ ସହାୟତା ମିଳିଲା ନାହିଁ

ନୟାଗଡ଼ ଅଫିସ,୧୩।୩:ନୟାଗଡ଼ ସହରରେ ରବିବାର ଜଣେ ୧୮ ରୁ ୨୦ ବର୍ଷର ଯୁବତୀ ଉଲଗ୍ନ ହୋଇ ଘୁରି ବୁୁଲୁଥିଲେ । ସମସ୍ତେ ଦେଖୁଥିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଉଥିଲେ ା ଏଭଳି ପରିସ୍ଥିତିରେ ଓମ୍‌ ପ୍ରସାଦ ଖାଦ୍ୟ ରଥର ସ୍ବେଛାସେବୀ ବିଭୁତି ପଟ୍ଟନାୟକ, ସହଯୋଗୀ ବିଭୂତି ପଟ୍ଟନାୟକ, ସନ୍ତୋଷ ମିଶ୍ର ପ୍ରମୁଖ ତାଙ୍କୁ ଉଦ୍ଧାର କରି ଡ୍ରେସ ପିନ୍ଧାଇଥିଲେ । ଯୁବତୀ ଜଣକ କଥା ଠିକରେ କହି ପାରୁ ନ ଥିଲେ । ଏହା ଦେଖି ତାଙ୍କୁ ଥଇଥାନ ପାଇଁ ବିଭୂତି ଜିଲାପାଳ, ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ଜିଲା ଜଜଙ୍କ ସହ କଥା ହୋଇଥିଲେ । ସମସ୍ତେ ଯୁବତୀଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ କହିଲେ । ହେଲେ ସହଯୋଗ ମିଳି ନ ଥିଲା । ଶେଷରେ ତ୍ରିିନାଥ ଛକଠାରେ ଥିବା ନିରାଶ୍ରୟଙ୍କ ଆଶ୍ରୟ ସ୍ଥଳରେ ରଖିଲେ ଅସୁବିଧା ହେବା ଦର୍ଶାଇ ରଖାଗଲା ନାହିଁ । ତେବେ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଯୁବତୀଙ୍କୁ ନିଜ ହେପାଜତକୁ ନେଇ ଥଇଥାନ କରିବାକୁ ରାଜି ହୋଇ ନ ଥିଲେ। ଶେଷରେ ସ୍ବେଛାସେବୀମାନେ ନୟାଗଡ ନୂଆବସଷ୍ଟାଣ୍ଡସ୍ଥିତ ସେବା ଅନୁଷ୍ଠାନରେ ନେଇ ରଖିଥିଲେ ।
ଏନେଇ ନୟାଗଡ଼ ଟାଉନ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ସିଆଳ କୁହନ୍ତି, ଆମେ ନେଇ ସେବାରେ ଛାଡିବାକୁ ପ୍ରସ୍ତୁତ । ହେଲେ ଆମକୁ ଲେଖା ମାଗୁଛନ୍ତି । ଆମେ ସେମାନଙ୍କୁ ଯୁବତୀ ସମ୍ପର୍କରେ କ’ଣ ଲେଖା ଦେବୁ । ସବୁ ବିଷୟ ପୋଲିସ ଉପରେ ଲଦି ଦେଲେ କ’ଣ ହେବ । ଏଥିପାଇଁ ସହଯୋଗ ଓ ଭିତ୍ତିଭୂମିର ସୁବିଧା ସୁଯୋଗ ମିଳୁ ନାହିଁ । ଏଣୁ ଉଦ୍ଧାର ଯୁବତୀଙ୍କୁ ପୋଲିସ କେଉଁଠାରେ ରଖିବ ? ସେବା ଅନୁଷ୍ଠାନର ସଞ୍ଜୟ ସୁବୁଦ୍ଧିଙ୍କୁ ପଚାରିବାରୁ କହିଥିଲେ ପୋଲିସ କଥା ଛାଡନ୍ତୁ । ଆପଣମାନେ ଆମ ଅନୁଷ୍ଠାନରେ ପହଞ୍ଚାଇଦେଲେ ଆମେ ସେବାରେ ରଖିବୁ । ଜିଲା ଜଜ କହିଥିବାରୁ ଆମେ ନିର୍ଦ୍ଦେଶ ଅଣଦେଖା କରିପାରିବୁ ନାହିଁ ବୋଲି କହିଥିଲେ। ତେବେ ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ନୟାଗଡ଼ ଜିଲାରେ ଅଥବା ଆମ ଅନୁଷ୍ଠାନରେ ସେପରି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ସ୍ବେଛାସେବୀ ବିଭୂତି ପଟ୍ଟନାୟକ କୁହନ୍ତି, ମୁଣ୍ଡ କାମ କରୁ ନ ଥିବା ଯୁବତୀଙ୍କୁ ଥଇଥାନ କରିବାକୁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଟେନଶନ ବଢ଼ିଥିଲା। ପରେ ଅଟୋରିକ୍ସା କରି ସେବାରେ ନେଇ ରଖି ଆସିଛୁ । ଦାୟିତ୍ୱ ନେବାକୁ କେହି ପ୍ରସ୍ତୁତି ହେଉ ନ ଥିବାରୁ କାମ କରିବାକୁ ଆଗ୍ରହ ଲାଗୁ ନାହିଁ ବୋଲି କହିଥିଲେ ।
ଡଷ୍ଟବିନରୁ ଖାଦ୍ୟ ଖାଇ ଭୋକ ମେଣ୍ଟାଉଥିଲେ
ଯୁବତୀ ଜଣକ ଭୋକ ହେଲେ ଡଷ୍ଟବିନରୁ ଖାଇ ଭୋକ ମେଣ୍ଟାଉଥିଲେ ା ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଚିନ୍ତା କାହାର ନ ଥିଲା ା ବେଳେବେଳେ ହିନ୍ଦିରେ କଥା ହେଉଥିଲେ ା ହେଲେ ନିଜର ଠିକଣା କହୁ ନ ଥିଲେ ା କେବଳ ଏହି ଯୁବତୀ ନୁହନ୍ତି, ସହରରେ ଏପରି ୫ ରୁ ୧୦ ଜଣ ମହିଳା, ପୁରୁଷ ଘୁରି ବୁଲୁଛନ୍ତି । ସେମାନଙ୍କ ରହଣୀ ଓ ଖାଦ୍ୟ ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ନୟାଗଡ଼ ସହରର ତ୍ରିନାଥ ଛକରେ ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳ ରହିଛି । ପତିତ ଉଦ୍ଧାର ସମତି ଏହାକୁ ପରିଚାଳନା କରୁଛି । କେହି ଲୋକ ନିଜ ଘରକୁ ଯିବାରେ ଅସୁବିଧା ଥିଲେ ଅଥବା ନିରାଶ୍ରୟ ଲୋକ ସେଠାରେ ରହି ପାରିବେ । କିନ୍ତୁ ସ୍ବଳ୍ପ ଦିନ ରହଣୀ ସହିତ ମାଗଣା ଖାଦ୍ୟର ବ୍ୟବସ୍ଥା ରହିଛି । ତେବେ ଏନେଇ ଅନେକ ଜାଣି ନ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?