ଅସହାୟ ଯୁବତୀଙ୍କୁ ସହାୟତା ମିଳିଲା ନାହିଁ

ନୟାଗଡ଼ ଅଫିସ,୧୩।୩:ନୟାଗଡ଼ ସହରରେ ରବିବାର ଜଣେ ୧୮ ରୁ ୨୦ ବର୍ଷର ଯୁବତୀ ଉଲଗ୍ନ ହୋଇ ଘୁରି ବୁୁଲୁଥିଲେ । ସମସ୍ତେ ଦେଖୁଥିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଉଥିଲେ ା ଏଭଳି ପରିସ୍ଥିତିରେ ଓମ୍‌ ପ୍ରସାଦ ଖାଦ୍ୟ ରଥର ସ୍ବେଛାସେବୀ ବିଭୁତି ପଟ୍ଟନାୟକ, ସହଯୋଗୀ ବିଭୂତି ପଟ୍ଟନାୟକ, ସନ୍ତୋଷ ମିଶ୍ର ପ୍ରମୁଖ ତାଙ୍କୁ ଉଦ୍ଧାର କରି ଡ୍ରେସ ପିନ୍ଧାଇଥିଲେ । ଯୁବତୀ ଜଣକ କଥା ଠିକରେ କହି ପାରୁ ନ ଥିଲେ । ଏହା ଦେଖି ତାଙ୍କୁ ଥଇଥାନ ପାଇଁ ବିଭୂତି ଜିଲାପାଳ, ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ଜିଲା ଜଜଙ୍କ ସହ କଥା ହୋଇଥିଲେ । ସମସ୍ତେ ଯୁବତୀଙ୍କ ରହଣୀ ପାଇଁ ବ୍ୟବସ୍ଥା କରିବାକୁ କହିଲେ । ହେଲେ ସହଯୋଗ ମିଳି ନ ଥିଲା । ଶେଷରେ ତ୍ରିିନାଥ ଛକଠାରେ ଥିବା ନିରାଶ୍ରୟଙ୍କ ଆଶ୍ରୟ ସ୍ଥଳରେ ରଖିଲେ ଅସୁବିଧା ହେବା ଦର୍ଶାଇ ରଖାଗଲା ନାହିଁ । ତେବେ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଯୁବତୀଙ୍କୁ ନିଜ ହେପାଜତକୁ ନେଇ ଥଇଥାନ କରିବାକୁ ରାଜି ହୋଇ ନ ଥିଲେ। ଶେଷରେ ସ୍ବେଛାସେବୀମାନେ ନୟାଗଡ ନୂଆବସଷ୍ଟାଣ୍ଡସ୍ଥିତ ସେବା ଅନୁଷ୍ଠାନରେ ନେଇ ରଖିଥିଲେ ।
ଏନେଇ ନୟାଗଡ଼ ଟାଉନ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ସିଆଳ କୁହନ୍ତି, ଆମେ ନେଇ ସେବାରେ ଛାଡିବାକୁ ପ୍ରସ୍ତୁତ । ହେଲେ ଆମକୁ ଲେଖା ମାଗୁଛନ୍ତି । ଆମେ ସେମାନଙ୍କୁ ଯୁବତୀ ସମ୍ପର୍କରେ କ’ଣ ଲେଖା ଦେବୁ । ସବୁ ବିଷୟ ପୋଲିସ ଉପରେ ଲଦି ଦେଲେ କ’ଣ ହେବ । ଏଥିପାଇଁ ସହଯୋଗ ଓ ଭିତ୍ତିଭୂମିର ସୁବିଧା ସୁଯୋଗ ମିଳୁ ନାହିଁ । ଏଣୁ ଉଦ୍ଧାର ଯୁବତୀଙ୍କୁ ପୋଲିସ କେଉଁଠାରେ ରଖିବ ? ସେବା ଅନୁଷ୍ଠାନର ସଞ୍ଜୟ ସୁବୁଦ୍ଧିଙ୍କୁ ପଚାରିବାରୁ କହିଥିଲେ ପୋଲିସ କଥା ଛାଡନ୍ତୁ । ଆପଣମାନେ ଆମ ଅନୁଷ୍ଠାନରେ ପହଞ୍ଚାଇଦେଲେ ଆମେ ସେବାରେ ରଖିବୁ । ଜିଲା ଜଜ କହିଥିବାରୁ ଆମେ ନିର୍ଦ୍ଦେଶ ଅଣଦେଖା କରିପାରିବୁ ନାହିଁ ବୋଲି କହିଥିଲେ। ତେବେ ମାନସିକ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ନୟାଗଡ଼ ଜିଲାରେ ଅଥବା ଆମ ଅନୁଷ୍ଠାନରେ ସେପରି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ସ୍ବେଛାସେବୀ ବିଭୂତି ପଟ୍ଟନାୟକ କୁହନ୍ତି, ମୁଣ୍ଡ କାମ କରୁ ନ ଥିବା ଯୁବତୀଙ୍କୁ ଥଇଥାନ କରିବାକୁ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଟେନଶନ ବଢ଼ିଥିଲା। ପରେ ଅଟୋରିକ୍ସା କରି ସେବାରେ ନେଇ ରଖି ଆସିଛୁ । ଦାୟିତ୍ୱ ନେବାକୁ କେହି ପ୍ରସ୍ତୁତି ହେଉ ନ ଥିବାରୁ କାମ କରିବାକୁ ଆଗ୍ରହ ଲାଗୁ ନାହିଁ ବୋଲି କହିଥିଲେ ।
ଡଷ୍ଟବିନରୁ ଖାଦ୍ୟ ଖାଇ ଭୋକ ମେଣ୍ଟାଉଥିଲେ
ଯୁବତୀ ଜଣକ ଭୋକ ହେଲେ ଡଷ୍ଟବିନରୁ ଖାଇ ଭୋକ ମେଣ୍ଟାଉଥିଲେ ା ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଚିନ୍ତା କାହାର ନ ଥିଲା ା ବେଳେବେଳେ ହିନ୍ଦିରେ କଥା ହେଉଥିଲେ ା ହେଲେ ନିଜର ଠିକଣା କହୁ ନ ଥିଲେ ା କେବଳ ଏହି ଯୁବତୀ ନୁହନ୍ତି, ସହରରେ ଏପରି ୫ ରୁ ୧୦ ଜଣ ମହିଳା, ପୁରୁଷ ଘୁରି ବୁଲୁଛନ୍ତି । ସେମାନଙ୍କ ରହଣୀ ଓ ଖାଦ୍ୟ ପାଇଁ ସରକାରୀସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ନୟାଗଡ଼ ସହରର ତ୍ରିନାଥ ଛକରେ ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳ ରହିଛି । ପତିତ ଉଦ୍ଧାର ସମତି ଏହାକୁ ପରିଚାଳନା କରୁଛି । କେହି ଲୋକ ନିଜ ଘରକୁ ଯିବାରେ ଅସୁବିଧା ଥିଲେ ଅଥବା ନିରାଶ୍ରୟ ଲୋକ ସେଠାରେ ରହି ପାରିବେ । କିନ୍ତୁ ସ୍ବଳ୍ପ ଦିନ ରହଣୀ ସହିତ ମାଗଣା ଖାଦ୍ୟର ବ୍ୟବସ୍ଥା ରହିଛି । ତେବେ ଏନେଇ ଅନେକ ଜାଣି ନ ଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ...

ଧାନ ଫସଲରେ ଗିରିଆ ପୋକ, ଚିନ୍ତାରେ ଚାଷୀ

ରାଜନଗର,୧୪ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳ ଚାଷଜମିରେ କରାଯାଇଥିବା ଖରିଫ ଧାନ ଫସଲରେ ଏବେ ଗିରିଆ ପୋକ ଆତଙ୍କ ଦେଖାଦେଇଛି। ଅନିୟମିତ ବର୍ଷା କାରଣରୁ...

ଯୁବକଙ୍କୁ ଛୁରାମାଡ଼ ଘଟଣା: ଜଣେ ଗିରଫ

ବଡ଼ବିଲ,୧୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡରେ ଜଣେ ଯୁବକଙ୍କୁ ଗତ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଘଟଣାରେ...

ନିଶା ନିବାରଣ କେନ୍ଦ୍ର ନାଁରେ ହରିଲୁଟ୍‌

ଯାଜପୁର ଅଫିସ,୨୧ା୧୧: ନିଶା ନିବାରଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ଥିବା ଏକ ନିଶା ନିବାରଣ କେନ୍ଦ୍ର...

କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲା ମଦ, ଜଣେ ଗିରଫ

ଶେରଗଡ଼,୧୮ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା...

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ମାଟିତଳୁ ଦେଢ଼ମାସ ଶିଶୁର ମୃତଦେହ ଜବତ କଲା ପୋଲିସ

ଭଦ୍ରକ ଅଫିସ,୯।୯ : ସୋମବାର ସକାଳୁ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୋଲିସ ଗେଲଟୁଆ ନୂଆସାହିରୁ ଦେଢ଼ମାସର ଶିଶୁପୁତ୍ରର ଗଳିତ ମୃତଦେହକୁ ସାଇଣ୍ଟିଫିକ୍‌ ଟିମ୍‌ ଓ...

ଅନ୍ଧାରରେ ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣଙ୍କ ଭବିଷ୍ୟତ

ବ୍ରହ୍ମପୁର ଅଫିସ୍‌,୩୧ା୮-ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇବାର ୨୩ ଦିନ ପରେ ବି ଛାତ୍ରୀଛାତ୍ରଙ୍କ ପାଖରେ ସାର୍ଟିଫିକେଟ୍‌ ପହଞ୍ଚି ନାହିଁ । ସାର୍ଟିଫିକେଟ୍‌ରେ ମୁଦ୍ରଣରେ ସମସ୍ୟା...

Advertisement
Archives

Model This Week