୪ ଗ୍ରାମକୁ ରାଜସ୍ବ ମାନ୍ୟତା

ଠାକୁରମୁଣ୍ଡା,୧୩।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍‌ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ ପରିଷଦ କଟକଙ୍କ ପତ୍ର ସଂଖ୍ୟା ଭିଆଇ,୧୦/୨୦୧୮ ୭୭୬/ଏଲଆର ଏବଂ ଏସ୍‌ ୭ ଫେବୃୟାରୀ ୨୦୨୩ ରିଖରେ ଉପରୋକ୍ତ ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି ବୋଲି ମୟୂରଭଞ୍ଜ ଜିଲାପାଳଙ୍କୁ ଅବଗତ କରିଛନ୍ତି l
ଜଙ୍ଗଲ ଅଧିକାର ଆଇନ ୨୦୦୬ ଆସିବା ପରେ ୨୦୧୪ରେ ଭାଲିଆଡ଼ାଳ ପଞ୍ଚାୟତର ଜାମୁବଣି, ବଉଳା, ଝରଝରୀ ଓ ଅଶୁରଖାଲ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଆବେଦନ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନ ଆରସିଡ଼ିସି ଏହି ପ୍ରକ୍ରିୟାକୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜାରି ରଖିଥିଲେ। ଏଥିସହ ତତ୍କାଳୀନ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଃଖବନ୍ଧୁ ନାଏକ ଏବେର ଅତିରିକ୍ତ ଜିଲାପାଳ ଯାଜପୁର, ତହସିଲଦାର ଦିନମଣୀ ନାୟକ ଆଜିର ଫୁଲବାଣୀ ତହସିଲଦାର, ପ୍ରଦ୍ୟୁମ୍ନ ନାୟକ ଏବେ ବିଡ଼ିଓ ବ୍ରହ୍ମଗିରି ଓ ସେତେବେଳର ଉପ ଜିଲାପାଳ ଦେବେଶ ବିଶ୍ୱାଳ ପ୍ରମୁଖ ବିଶେଷ ଗୁରୁତ୍ୱ ଦେଇ ପ୍ରକ୍ରିୟା ତ୍ୱରାନ୍ବିତ କରିଥିଲେ। ବିଡ଼ମ୍ବନା ସରକାରୀ ଫାଇଲ ଚାଷ ବିଳମ୍ବ ହେତୁ ୨୦୨୩ ମସିହାରେ ଏହା ଅନୁମୋଦନ ପାଇଲା। ବିଶେଷ କରି ତତ୍କାଳୀନ ସରପଞ୍ଚ ପ୍ରଭାସିନି ହେମ୍ବ୍ରମ ଓ ଏବେକାର ସରପଞ୍ଚ ଜାହ୍ନବୀ ସୟଙ୍କ ନେତୃତ୍ୱରେ ଅନେକ ଦାବି ଦରଖାସ୍ତ ଗୁଡ଼ିକୁ ଦେବା ସମ୍ଭବ ହୋଇଥିଲା। ଏଥିପାଇଁ ସରପଞ୍ଚ ସୟ ଓ ଆର୍‌ସିଡ଼ିସି ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠୀ, ରାଜସ୍ବ, ବନ ବିଭାଗ, ମଙ୍ଗଳ ବିଭାଗ, ସାମାଜିକ ଗଣମାଧ୍ୟମ, ବର୍ତ୍ତମାନ ତହସିଲଦାର ଠାକୁରମୁଣ୍ଡା ସୁଶ୍ରୀ ସୁପ୍ରିୟା ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri