୪ ଗ୍ରାମକୁ ରାଜସ୍ବ ମାନ୍ୟତା

ଠାକୁରମୁଣ୍ଡା,୧୩।୩ (ଡି.ଏନ.ଏ.): ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍‌ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ ପରିଷଦ କଟକଙ୍କ ପତ୍ର ସଂଖ୍ୟା ଭିଆଇ,୧୦/୨୦୧୮ ୭୭୬/ଏଲଆର ଏବଂ ଏସ୍‌ ୭ ଫେବୃୟାରୀ ୨୦୨୩ ରିଖରେ ଉପରୋକ୍ତ ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି ବୋଲି ମୟୂରଭଞ୍ଜ ଜିଲାପାଳଙ୍କୁ ଅବଗତ କରିଛନ୍ତି l
ଜଙ୍ଗଲ ଅଧିକାର ଆଇନ ୨୦୦୬ ଆସିବା ପରେ ୨୦୧୪ରେ ଭାଲିଆଡ଼ାଳ ପଞ୍ଚାୟତର ଜାମୁବଣି, ବଉଳା, ଝରଝରୀ ଓ ଅଶୁରଖାଲ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଆବେଦନ କରିଥିଲେ। ସ୍ବେଚ୍ଛାସେବୀ ସଂଗଠନ ଆରସିଡ଼ିସି ଏହି ପ୍ରକ୍ରିୟାକୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଜାରି ରଖିଥିଲେ। ଏଥିସହ ତତ୍କାଳୀନ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଃଖବନ୍ଧୁ ନାଏକ ଏବେର ଅତିରିକ୍ତ ଜିଲାପାଳ ଯାଜପୁର, ତହସିଲଦାର ଦିନମଣୀ ନାୟକ ଆଜିର ଫୁଲବାଣୀ ତହସିଲଦାର, ପ୍ରଦ୍ୟୁମ୍ନ ନାୟକ ଏବେ ବିଡ଼ିଓ ବ୍ରହ୍ମଗିରି ଓ ସେତେବେଳର ଉପ ଜିଲାପାଳ ଦେବେଶ ବିଶ୍ୱାଳ ପ୍ରମୁଖ ବିଶେଷ ଗୁରୁତ୍ୱ ଦେଇ ପ୍ରକ୍ରିୟା ତ୍ୱରାନ୍ବିତ କରିଥିଲେ। ବିଡ଼ମ୍ବନା ସରକାରୀ ଫାଇଲ ଚାଷ ବିଳମ୍ବ ହେତୁ ୨୦୨୩ ମସିହାରେ ଏହା ଅନୁମୋଦନ ପାଇଲା। ବିଶେଷ କରି ତତ୍କାଳୀନ ସରପଞ୍ଚ ପ୍ରଭାସିନି ହେମ୍ବ୍ରମ ଓ ଏବେକାର ସରପଞ୍ଚ ଜାହ୍ନବୀ ସୟଙ୍କ ନେତୃତ୍ୱରେ ଅନେକ ଦାବି ଦରଖାସ୍ତ ଗୁଡ଼ିକୁ ଦେବା ସମ୍ଭବ ହୋଇଥିଲା। ଏଥିପାଇଁ ସରପଞ୍ଚ ସୟ ଓ ଆର୍‌ସିଡ଼ିସି ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠୀ, ରାଜସ୍ବ, ବନ ବିଭାଗ, ମଙ୍ଗଳ ବିଭାଗ, ସାମାଜିକ ଗଣମାଧ୍ୟମ, ବର୍ତ୍ତମାନ ତହସିଲଦାର ଠାକୁରମୁଣ୍ଡା ସୁଶ୍ରୀ ସୁପ୍ରିୟା ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ଛାଡିଲେ ସରକାରୀ ସୁରକ୍ଷା, ୧୬ ସୁରକ୍ଷାକର୍ମୀ, ୩ଟି ଗାଡ଼ି ଫେରାଇ ଦେଲେ

ରାଞ୍ଚି,୩।୭: ଅର୍ଥମନ୍ତ୍ରୀ ରାଧା କୃଷ୍ଣ କିଶୋର ତାଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପାଇଁ ପୋଲିସ ମୁଖ୍ୟାଳୟ ଉପରେ ଅସନ୍ତୁଷ୍ଟ। ଯଦିଓ ସେ ସ୍ପଷ୍ଟ ଭାବରେ ତାଙ୍କର ଅଭିଯୋଗ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ଅନ୍ଧାରରେ ପାଙ୍ଗାଲି ଗ୍ରାମବାସୀ, ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇ କହିଲେ…

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): ଦିନେ କି ଦୁଇ ଦିନ ନୁହଁ ଗତ ୪ ଦିନ ବିତିଲା ଏକ ଅନୁସୂଚିତ ଜନଜାତି ବସବାସ କରୁଥିବା ଦୁର୍ଗମ ଗ୍ରାମ ଅନ୍ଧାରରେ ରହିଛି…

ଦୁଇ ବାଇକ୍‌ ମୁହାଁମୁହିଁ, ଜଣଙ୍କ ଜୀବନ ଗଲା, ୨ ଗୁରୁତରଙ୍କୁ…

ମୋହନା,୩ା୭(ମନ୍ମଥ ମିଶ୍ର): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗଜପତି ଜିଲା ମୋହନା ଥାନା ୩୨୬ ଜାତୀୟ…

ପିଲାଦିନର ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ବାଚସ୍ପତି: ପରିବାର ଲୋକଙ୍କୁ ଭେଟି କହିଲେ…

ନୂଆଦିଲ୍ଲୀ,୩।୭: କୋଟା-ବୁନ୍ଦିର ଏମ୍‌ପି ତଥା ଲୋକ ସଭା ବାଚସ୍ପତି ଓମ ବିର୍ଲା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ…

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri