ବଢୁଛି ବେଆଇନ ମଦ କାରବାର

ଖୁଣ୍ଟୁଣୀ,୧୩ା୩(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ସମେତ ଅନେକ ସ୍ଥାନରେ ଦେଶୀମଦ ପ୍ରସ୍ତୁତ କରାଯାଇ ବିକ୍ରି ପାଇଁ କଟକ, ଚୌଦ୍ୱାର, ଢେଙ୍କାନାଳ ଓ ବାରଙ୍ଗ ଅଞ୍ଚଳକୁ ପଠାଯାଉଛି। ଏହାଦ୍ୱାରା ମଦ ମାଫିଆମାନେ ମାଲାମାଲ ହେଉଥିବାବେଳେ ନିଶାସକ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏପରି କି ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କଲେ ଅବକାରୀ ବିଭାଗ ଲୋକଦେଖାଣିଆ ଚଢ଼ାଉ କରି ଦାୟିତ୍ୱ ସାରିଦେଉଛି। କିଛିଦିନ ବ୍ୟବଧାନରେ ମଦ ମାଫିଆମାନେ ପୁଣି ଦେଶୀମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଛନ୍ତି। ହେଲେ ଏହାକୁ ସମ୍ପୂର୍ଣ୍ଣ ମାତ୍ରାରେ ରୋକାଯାଇ ପାରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତୁରନ୍ତ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଚଢାଉ କରି ଦେଶୀମଦ ଓ ପୋଚ ଜବତ କରିବା ସହ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମ ପାର୍ଶ୍ୱ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତ କରାଯାଇ ଗାତ ଖୋଳି ରଖାଯାଇଥିଲା। ରବିବାର ଖବରପାଇ ଖୁଣ୍ଟୁଣୀ ପୋଲିସ, ଜିଲା ଓ ଆଠଗଡ଼ ଅବକାରୀ ବିଭାଗ ଏବଂ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଜଙ୍ଗଲର ୩୦ରୁ ଊର୍ଦ୍ଧ୍ୱ ଗାତରେ ୧୩୬୫ ଲିଟର ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ପ୍ଲାଷ୍ଟିକ ଜାର୍‌ରେ ୧୩,୯୪୦ ଲିଟର ପୋଚଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସେଗୁଡିକ ନଷ୍ଟ କରାଯାଇଥିଲା। ଏ ନେଇ ଖୁଣ୍ଟୁଣୀ ଥାନା ପକ୍ଷରୁ ୨ ଜଣ ଓ ଅବକାରୀ ବିଭାଗ ପକ୍ଷରୁ ୩ ଜଣଙ୍କ ନାମରେ ୫ଟି ମାମଲା ରୁଜୁ ହୋଇଛି। ଚଢ଼ାଉବେଳେ ଏମାନେ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ଖୁଣ୍ଟୁଣୀ ଥାନା ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ କହିଛନ୍ତି। ଅପରପକ୍ଷରେ ଆଠଗଡ଼ ଅବକାରୀ ବିଭାଗର ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, ଖୁଣ୍ଟୁଣୀର ଡାଳୁଆ, ଆଠଗଡ଼ର ଭିରୁଡ଼ା ଓ କୋରଙ୍ଗା ଆଦି ସ୍ଥାନରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏହି ସ୍ଥାନରେ ମଦ ପ୍ରସ୍ତୁତି ବନ୍ଦ ପାଇଁ ପଦକ୍ଷେପ ନିଆଯିବ। ଏଣିକି ଚଢ଼ାଉ ଜାରି ରହିବ। ଏଥିସହ ୧୧୦ ଦଫାରେ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଜିଲା ମୋବାଇଲ ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ଏସ୍‌ଆଇ ଅଜିତ୍‌ ପାତ୍ର, ବାଙ୍କୀ ଅବକାରୀ ଏସ୍‌ଆଇ ଦୀପକ ମାରାଣ୍ଡି, ଖୁଣ୍ଟୁଣୀ ବନାଞ୍ଚଳର ଲମ୍ବୋଦର ନାୟକ, ସସ୍ମିତା ପ୍ରଧାନ, ଖୁଣ୍ଟୁଣୀ ଥାନା ଏସ୍‌ଆଇ ଭିକାରି ଚରଣ ସାହୁ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?