ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ଦାବି

ରସୁଲପୁର,୧୩ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରିହାତି ଆମ୍ବୁଲାନ୍ସ ସେବାକୁ ପୁନଃ ଆରମ୍ଭ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସନ୍ତୋଷଜନକ ହୋଇପାରୁ ନ ଥିବାରୁ ଏଭଳି ଦାବି କରାଯାଉଛି। ୨୦୧୩ରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ପରେ ୨୦୧୮ ଅଗଷ୍ଟରୁ ଯାଜପୁର ଜିଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ଥିବା ଆମ୍ବୁଲାନ୍ସ ସେବାକୁ ବନ୍ଦ କରିଦିଆଯାଇଛି। ରୋଗୀଙ୍କୁ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମାତ୍ର ୧୦୮ ଆମ୍ବୁଲାନ୍ସ ଦ୍ୱାରା ରୋଗୀଙ୍କୁ ସମୟୋଚିତ ସେବା ପହଞ୍ଚାଯାଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ନିଃଶୁଳ୍କ ଆମ୍ବୁଲାନ୍ସ ସେବା ପ୍ରଦାନ ଆଳରେ ରୋଗୀଙ୍କୁ ମହଙ୍ଗା ସେବା ଉପାୟକୁ ପ୍ରୋତ୍ସାହିତ କରାଯାଉଛି ବୋଲି ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଏହିଭଳି ରୋଗୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ସୁପାରିସ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ହେଲେ ଏହି ଆମ୍ବୁଲାନ୍ସ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ସ୍ଥାନୀୟ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ଅନ୍ୟ କାମରେ ନିୟୋଜିତ ହୋଇଯାଇଥିଲେ, ଜିଲାର ଅନ୍ୟ ଅଞ୍ଚଳ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଇଥାଏ। ଏଭଳି ସ୍ଥିତି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଠିକ୍‌ ସମୟରେ ପହଞ୍ଚାଇବାରେ ବାଧକ ସୃଷ୍ଟି କରୁଛି। ଏହାଛଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇପାରିବ ବୋଲି ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ କୁହାଯାଉଛି। ଫଳରେ ଜଣେ ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଠିକ୍‌ ସମୟରେ ମିଳିବାରେ ଅସୁବିଧା ହେଉଛି। ଡାକ୍ତରଖାନାରେ କମ୍‌ ଖର୍ଚ୍ଚର ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ଫଳରେ ରୋଗୀ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସକୁ ଭରସା କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଗରିବ ରୋଗୀମାନେ ମାଗଣା ଆମ୍ବୁଲାନ୍ସ ସେବାର ଦ୍ୱନ୍ଦ୍ୱ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ସେମାନେ ଘରୋଇ ଗାଡ଼ି ବ୍ୟବହାର କରି ଅଧିକ ଖର୍ଚ୍ଚାନ୍ତ ହୋଇ ନିଜସ୍ବ ପସନ୍ଦର ଡାକ୍ତରଖାନା ଯାଉଛନ୍ତି।
୨୦୦୯ରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଏମ୍‌ପିଙ୍କ ହାତପାଣ୍ଠିରୁ ଗୋଟିଏ ଲେଖାଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଉକ୍ତ ଆମ୍ବୁଲାନ୍ସରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କମ୍‌ ଦରମାରେ ଜଣେ ଲେଖାଏ ଚାଳକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେତେବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉଥିଲା। ରୋଗୀ ସମ୍ପର୍କୀୟମାନେ କେବଳ ଆମ୍ବୁଲାନ୍ସର ଇନ୍ଧନ ଖର୍ଚ୍ଚ ପୈଠ କରି ଡାକ୍ତରଙ୍କ ପରାମର୍ଶକ୍ରମେ ଯେକୌଣସି ଡାକ୍ତରଖାନାକୁ ରୋଗୀଙ୍କୁ ସ୍ଥାନାନ୍ତର କରିପାରୁଥିଲେ। ୧୦୮ ଆମ୍ବୁଲାନ୍ସ ସେବା ଆଳରେ ଡାକ୍ତରଖାନା ଆମ୍ବୁଲାନ୍ସ ସେବାକୁ ବନ୍ଦ କରିଦିଆଗଲା। ବିଭିନ୍ନ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସଗୁଡ଼ିକ ପଡ଼ି ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣେ ସରକାରୀ ଆମ୍ବୁଲାନ୍ସରେ ଗୋଟିଏ ଦିନରେ ୬ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଜଣେ ଚାଳକଙ୍କୁ ନେଇ ଡାକ୍ତରଖାନାରୁ ରୋଗୀଙ୍କୁ ଯେଉଁ ସେବା ମିଳୁଥିଲା ସେହି ଗୁଣବତ୍ତାର ସେବା ୧୦୮ ଆମ୍ବୁଲାନ୍ସରୁ ମିଳିପାରୁନାହିଁ। ଏଭଳି ସ୍ଥିତିକୁ ମୁକାବିଲା ପାଇଁ ଡାକ୍ତରଖାନା ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ କରିବା ଏକ ଶ୍ରେଷ୍ଠ ବିକଳ୍ପ ବୋଲି କୁହାଯାଉଛି।
ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବାକୁ ପୁଣି ଆରମ୍ଭ କରିବା ନେଇ କୌଣସି ପ୍ରସ୍ତାବ ନାହିଁ। ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବାକୁ ଲକ୍ଷ୍ୟ ରଖାଯାଇ ଯୋଜନା ପ୍ରସ୍ତୁତ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବହୁ ଉନ୍ନତମାନର ରୋଗୀସେବା ଉପଲବ୍ଧ ପାଇଁ ପଦକ୍ଷେପ ନିଆଯାଉଛି। ସବୁ ରୋଗୀ କଟକ ବଡ଼ ଡାକ୍ତରଖାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାର ଆବଶ୍ୟକତା ନାହିଁ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୪।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri