ବିପଦରେ ବିରୂପା ନଦୀବନ୍ଧ

ଚଣ୍ଡିଖୋଲ,୧୩ା୩(ଡି.ଏନ୍‌.ଏ.):ବନ୍ୟା ଦାଉରୁ ରକ୍ଷା ପାଇଁ ନଦୀବନ୍ଧ ନିର୍ମାଣ କରାଯାଇଥାଏ। ଏହି ନଦୀବନ୍ଧର ସୁରକ୍ଷା ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ହିଁ ରହିଥାଏ। ମାତ୍ର ବିରୂପା ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ପ୍ରତି ବିପଦ ଦେଖାଦେଇଛି। ଏବେ ଉକ୍ତ ନଦୀବନ୍ଧର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁରଠାରୁ ବେଣୀପୁର ପର୍ଯ୍ୟନ୍ତ ଯାଇଥିବା ଉକ୍ତ ନଦୀବନ୍ଧର ରାସ୍ତା ନିର୍ମାଣ ପାଇଁ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା ପରେ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ଆଳରେ ନଦୀବନ୍ଧର ସୁରକ୍ଷା ପାଇଁ ଯେଉଁ ପଥର ପ୍ୟାକିଂ କରାଯାଇଥିଲା ତାହାକୁ ଠିକାସଂସ୍ଥା କାଢ଼ିଦେଇଛି। ତେଣୁ ବନ୍ୟା ଆସିଲେ ସେଠାରେ ପଡ଼ିଥିବା ନୂଆମାଟି ବନ୍ୟାଜଳ ରୋକିବାରେ ସହାୟକ ହୋଇପାରିବ ନାହିଁ। ପୂର୍ବରୁ ଏହି ନଦୀବନ୍ଧର କଳାଶ୍ରୀଠାରେ ୪ଥର ଘାଇ ସୃଷ୍ଟି ହୋଇଛି। ପତରାଜପୁରଠାରେ ଥରେ ଘାଇ ସୃଷ୍ଟି ହୋଇଛି। ସେଥିପାଇଁ ଘାଇ ବନ୍ଧାଇବା ସମୟରେ ଜଳସମ୍ପଦ ବିଭାଗ ତରଫରୁ ଏହାକୁ ପଥର ପ୍ୟାକିଂ କରାଯାଇଥିଲା। ପୂର୍ତ୍ତ ବିଭାଗର କାମ ନେଇଥିବା ଠିକାସଂସ୍ଥା ଏହି ପଥରଗୁଡ଼ିକ କାଢ଼ି ଦେଇଥିବା ବେଳେ ପୁନର୍ବାର ଘାଇ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଥାଉ କି, କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଥିବା ଏହି ନଦୀବନ୍ଧକୁ ୨୦୧୯ ଡିସେମ୍ବର ୨୩ରେ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନକୁ ରାସ୍ତା ନିର୍ମାଣ ନିମନ୍ତେ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗ ତରଫରୁ ୨୨କୋଟି ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ ଜାରି ରହିଛି। ୧୦ କିଲୋମିଟର ୨ଶହ ମିଟର ଲମ୍ବ ସମ୍ପୃକ୍ତ ନଦୀବନ୍ଧର କଳାଶ୍ରୀଠାରେ ପୂର୍ବରୁ ୪ଥର ଘାଇ ହୋଇଛି। ୧୯୫୫, ୧୯୭୨, ୧୯୮୨ ଓ ୨୦୦୧ରେ ଏଠାରେ ଘାଇ ସୃଷ୍ଟି ହୋଇ ୫ ପଞ୍ଚାୟତ ପାଇଁ ବିପଦ ସୃଷ୍ଟି କରିଥିଲା। ସେହିଭଳି ଏହି ବନ୍ଧର ପତରାଜପୁରଠାରେ ୨୦୦୧ରେ ଘାଇ ସୃଷ୍ଟି ହୋଇଥିଲା। ଏଠାରେ ଘାଇ ସୃଷ୍ଟିହେଲେ କେନ୍ଦ୍ରାପଡ଼ା ଜିଲା ପାଇଁ ବିପଦ। ଯେତେବେଳେ ବଡ଼ ବନ୍ୟା ହୋଇଛି ସେତେବେଳେ ଏଠାରେ ଘାଇ ହୋଇଛି। ପୂର୍ତ୍ତ ବିଭାଗ ତରଫରୁ ଟେଣ୍ଡର ସମୟରେ ଏହି ଘାଇ ସ୍ଥାନରେ ପଥର ପ୍ୟାକିଂ କରିବାକୁ ନିର୍ଦ୍ଦେଶନାମା ରହିଥିବାବେଳେ ଠିକାସଂସ୍ଥା ଏହାକୁ ନ ମାନି ସମ୍ପୃକ୍ତ ଚିହ୍ନଟ ଘାଇ ସ୍ଥାନରୁ ପଥରଗୁଡ଼ିକୁ ଅନ୍ୟତ୍ର ନେଇ ଯାଉଛି, ଯାହାଦ୍ୱାରା ବିପଦ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଯଦି ସେଠାରେ ପଥର ପ୍ୟାକିଂ ପୂର୍ବରୁ ଥିବ ତେବେ ନିଶ୍ଚିତ କରାଯିବ। ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କୁ ପଚାରିବାରେ ସେ କୁହନ୍ତି, ଯଦି ପୂର୍ତ୍ତ ବିଭାଗ ସେଠାରୁ ପଥର କାଢ଼ି ଦେଇଥାଏ ଆମେ ତାକୁ ପୁଣି ତୁରନ୍ତ ପଥର ପ୍ୟାକିଂ ପାଇଁ ନିର୍ଦ୍ଦେଶ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri