ଆମ ଜିଲା ଖବର

ଯୁବକଙ୍କ ଉନ୍ମତ୍ତକାଣ୍ଡ:ବ୍ଲେଡ୍‌ରେ ଦୁଇ ଛାତ୍ରଙ୍କୁ କାଟିଲେ, ସେଲ୍‌ଫି ନେଲେ

ବଲାଙ୍ଗୀର ଅଫିସ, ୧୦ା୨: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇ ଛାତ୍ରଙ୍କୁ ଜଣେ ପୁରାତନ ଛାତ୍ର ବ୍ଲେଡ୍‌ରେ କାଟିବା ପରେ ସେଲ୍‌ଫି ନେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସିମ୍‌ରନ୍‌ ନାମକ ଜଣେ ପୂର୍ବତନ ଛାତ୍ର ହଷ୍ଟେଲରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷର…

ହାଇକୋର୍ଟରେ ଚାର୍ଜସିଟ୍‌ ଦାଖଲ

କଟକ ଅଫିସ,୧୦ା୨:ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍‌ରେ…

ନିୟମାବଳୀ ଯଥାର୍ଥ ଦର୍ଶାଇଲେ ଓପିଏସ୍‌ସି

କଟକ ଅଫିସ,୧୦ା୨:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷାର ନିୟମାବଳୀକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ଓପିଏସ୍‌ପି ଓ ଆଡ୍‌ଭୋକେଟ ଜେନେରାଲ ଜବାବ ଦାଖଲ କରି ପରୀକ୍ଷା ନିମନ୍ତେ…

ଜିଦ୍‌ରେ ଆନ୍ଧ୍ର, ଅନାଇଛି ଓଡ଼ିଶା

ପଟ୍ଟାଙ୍ଗି, ୧୦।୨(ଡି.ଏନ.ଏ.):କୋଟିଆ ଲୋଭ ଛାଡ଼ିପାରୁନାହିଁ ଆନ୍ଧ୍ର। କଳ, ବଳ, କୌଶଳ ଖଟାଇ ସୀମାନ୍ତ ଓଡ଼ିଶାର ଏହି ଭୂଖଣ୍ଡକୁ କରାୟତ୍ତ କରିବା ଲାଗି ଜିଦ୍‌ରେ ଅଟଳ ରହିଛି ପଡ଼ୋଶୀ ରାଜ୍ୟ। ସେଠାକାର ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ନିୟମିତ ବ୍ୟବଧାନରେ କୋଟିଆ ଗ୍ରାମପୁଞ୍ଜରେ…

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ କଲା ପୋଲିସ

କେନ୍ଦୁଝର,୯ା୨(ସ୍ବ.ପ୍ର.): ସାମାଜିକ କର୍ମୀ ନୈନା ସାହୁଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗୁରୁବାର ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି କ୍ରାଇମ ଏହି ମାମଲାକୁ ତଦାରଖ କରୁଛନ୍ତି। ପୂର୍ବରୁ ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଗାଁ ପୋଲିସ ମାମଲା…

ବିବାହ ଭୋଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ

ହିଞ୍ଜିଳିକାଟୁ,୯ା୨(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ।…

ବସ୍‌ ଧକ୍କାରେ ସ୍ବାମୀ ମୃତ: ସ୍ତ୍ରୀ, ୨ ଝିଅ ଗୁରୁତର

ଦେଓଗାଁ,୯ା୨(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟିଟିଲାଗଡ଼ର ସରୋଜ ପଶାୟତ। ଅପରାହ୍ନରେ ଉଡାର…

ସାମାନ୍ୟ ବଚସାରୁ ଖଣ୍ଡାଚୋଟ, ବନ୍ଧା ହେଲେ ଅଭିଯୁକ୍ତ

ହିିଞ୍ଜିଳିକାଟୁ,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଗୁରୁବାର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା। ଜଣେ ଅନ୍ୟଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପାତ୍ର କୁମାର ବେହେରା ଗୁରୁତର ଆହତ…

ଡାକ୍ତରଖାନା ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ

ଗୋପାଳପୁର,୯ା୨(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ସାନକୁଶସ୍ଥଳି ଗ୍ରାମର ସାଇବାଣୀ ସେଠୀ ନିଜ ସ୍ବାମୀଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୫ ତାରିଖରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଘରେ କେହି ନ ଥିବାର ସୁଯୋଗନେଇ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଘରେ…

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଛାତ୍ର ଶକ୍ତି ସାହୁ,…

ଗ୍ୟାସ ଲିକ୍‌ ହୋଇ ଜଳିଗଲା ଜଳିଖିଆ ଦୋକାନ

ବୁଗୁଡ଼ା,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା କଳମ୍ବ ପଞ୍ଚାୟତ ଅଧୀନ ଡେଙ୍ଗାପଦର ଗ୍ରାମର ଏକ ଜଳଖିଆ କ୍ୟାବିନରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି କ୍ୟାବିନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ରୋଷେୟା ଏବଂ ହୋଟେଲ ମାଲିକ ରାମ ପ୍ରଧାନ ଆହତ…

ଗଞ୍ଜେଇ ଭର୍ତ୍ତି ଅଟୋ ଜବତ

ବ୍ରହ୍ମପୁର ଅଫିସ,୯ା୨: ଅବକାରୀ ପୋଲିସ ଗୁରୁବାର ସଦର ଥାନା ଅଧୀନ ଇନ୍ଦିରା ଆବାସ ଛକରୁ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?