ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଏକ ବିଦ୍ୟୁତ୍‌ ଟ୍ରାନ୍ସଫରମର ପୋଡ଼ି ଯାଇଥିବାରୁ ପରିଚାଳନା କେନ୍ଦ୍ର ଅନ୍ଧାରରେ ରହିଥିବା ବେଳେ ଅନ୍ୟାନ୍ୟ କାମ ବନ୍ଦ ହୋଇଯାଇଛି। ମଇଳା ଆବର୍ଜନାକୁ ପ୍ରୋସେସିଂ କରିବା ପାଇଁ ଥିବା ମେଶିନ ସବୁ ବିଦ୍ୟୁତ୍‌ ଠପ୍‌ ହୋଇଯାଇଥିବାରୁ କାମ କରୁନାହିଁ। ସେହିପରି ଅସ୍ବାସ୍ଥ୍ୟକର ପରିବେଶରେ ମହିଳାମାନେ କାମ କରଥିବାରୁ ସେମାନଙ୍କୁ ରୋଗ ବ୍ୟାଦତ୍କ ବ୍ୟାପିବା ଆଶଙ୍କା ରହିଛି। ସେମାନଙ୍କୁ ଉନ୍ନତ ମାନର ମାସ୍କ, ଗ୍ଲୋଭସ କିମ୍ବା ଜୋତା ଆଦି ଯୋଗାଇ ପାଇଁ ଦାବି ହୋଇଛି। ମାତ୍ର ୮ ହଜାର ମାସିକ ଦରମାରେ ସେମାନେ କାମ କରଥିବା ବେଳେ ସରକାରଙ୍କ ସର୍ବନିମ୍ନ ମଜୁରି ନିୟମ ପାଳନ ହେଉଛି କି ନାହିଁ ଶ୍ରମ ବିଭାଗ ଯାଞ୍ଚ କରିବା ସହ ସେଠାକାର ପରିସ୍ଥିତିକୁ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଯାଞ୍ଚ କରିବାକୁ ଦାବି ହେଉଛି। ସେହିପରି ଏହା ମଧ୍ୟରେ ଗୋରୁ ବୁଲୁଥିବାରୁ ସେମାନଙ୍କ ପାଇଁ ବିପଦ ଦେଖାଦେବା ସହ ସେମାନେ ବର୍ଜ୍ୟବସ୍ତୁ ଖାଇ ରୋଗଗ୍ରସ୍ତ ହେବା ସମ୍ଭାବନା ରହିଛି। ସେହିପରି କାମ କରୁଥିବା ଲୋକଙ୍କୁ ମିଳିଥିବା ସୁରକ୍ଷା ସରଞ୍ଜାମର ମାନ ଯାଞ୍ଚ କରିବାକୁ ସାମାଜିକ କର୍ମୀ ପ୍ରଦୀପ ମହାନ୍ତି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି: ୨ ମୃତ, ୩୦ ରୁ ଅଧିକ ଅସୁସ୍ଥ

ହେମଗିର, ୨୪।୫ (ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକ ଅନ୍ତର୍ଗତ ନୂଆଡିହି ଗ୍ରାମରେ ଝାଡ଼ାବାନ୍ତି ପ୍ରକୋପ ଦେଖାଦେଇଛି। ଗାଁର ୩୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ…

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri