୪ଦିନ ହେଲା ଜଳଯୋଗାଣ ବନ୍ଦ

ସମ୍ବଲପୁର,୧୬ା୩(ବ୍ୟୁରୋ): ରାସ୍ତା କଡରେ ଡ୍ରେନ୍‌ କାମ ସମୟରେ ଜଳଯୋଗାଣ ମୁଖ୍ୟ ପାଇପ୍‌ ଫାଟିଯାଇଥିବାରୁ ୪ଦିନ ହେଲା ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଛୋଟବଡ ୮ ଗ୍ରାମର ପ୍ରାୟ ୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡରେ ଏଭଳିି ଘଟଣା ଦେଖିବାକୁ ମିଳିିଛି। ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ସାଧାରଣ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା କାମ ଆରମ୍ଭରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା। ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାମ ହୋଇଥିଲା। ଅଧିକୃତ ଜମିରେ ଜନସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ପାଇପ ଓ ସର୍ଭିସ ପାଇପ ବିଛାଇଛି। ଏବେ ରାସ୍ତା କାମ ସମୟରେ ଠିକା ସଂସ୍ଥା ଜେସିବି ସାହାଯ୍ୟରେ ମନଇଚ୍ଛା ଖୋଳିଚାଲିଛି। ପାଇପ୍‌ ବିଛା ହୋଇଥିବା ଜାଣିବା ପରେ ମଧ୍ୟ ଡ୍ରେନ୍‌ ପାଇଁ ମାଟି ଖୋଳିଦେଲେ। ତେଣୁ ପାଇପ୍‌ ଛିଣ୍ଡି ଦୁଇଖଣ୍ଡ ହୋଇଯାଇଛି। ଫଳରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଅଭିଯୋଗ କରିବା ପରେ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ହେଲେ ପାଇପ୍‌ ମରାମତିି କରିବା ପାଇଁ ଆବଶ୍ୟକ ସାମଗ୍ରୀ ନ ଥିବା କହି ଫେରିଆସିଥିଲେ। ୩ଦିନ ହେଲା ସାମଗ୍ରୀ ନ ଆସିବାରୁ ମରାମତି କରାଯାଇ ପାରି ନ ଥିଲା। ନିକଟରେ ଅନୁଷ୍ଠିତ ବୈଠକରେ ଗ୍ରୀଷ୍ମଋତୁର ମୁକାବିଲା ପାଇଁ ଜିଲା ପ୍ରଶାସନ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା। ଏପରି କି ଆବଶ୍ୟକ ସାମଗ୍ରୀ ରଖିବାକୁ କୁହାଯାଇଥିଲା। ହେଲେ ଜନସ୍ବାସ୍ଥ୍ୟ ବିଭାଗ ପାଖରେ ସାମାନ୍ୟ ପାଇପ୍‌ ଯୋଡିବା ସାମଗ୍ରୀ ନ ଥିବାରୁ ମରାମତି ହୋଇପାରିନାହିଁ। ଆଗକୁ ବିଭାଗ କିଭଳି ମୁକାବିଲା କରିବ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ସ୍ଥାନୀୟ ଲୋକେ ପାଇପ ନଷ୍ଟ କରିଥିବା ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମଙ୍ଗଳ ସିଂ କହିଛନ୍ତି, ପାଇପ୍‌ ମରାମତି କରିବାକୁ କର୍ମଚାରୀ ଯାଇଥିଲେ, ହେଲେ ହୋଇପାରି ନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ଯେଭଲି ଭାବେ ମରାମତି କରାଯାଇ ଲୋକଙ୍କୁ ପାଣି ଦିଆଯିବ ବୋଲି ସେ କହିଥିଲେ। ଅନ୍ୟପଟେ ଠିକା ସଂସ୍ଥା ପ୍ରକଳ୍ପ ମ୍ୟାନେଜର ଗୌରବ ଦାସ କହିଛନ୍ତି, କାମ କରୁଥିବା ସମୟରେ ପାଇପ୍‌ ଫାଟି ଯାଇଥିଲା। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମରାମତି କାମ କରାଯିବ। ମରାମତି ବାବଦକୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର

ବାଲେଶ୍ୱର ଅଫିସ,୩୦।୮:ବାଲେଶ୍ୱର ଫାମିଲି କୋର୍ଟକୁ ଛାଡ଼ପତ୍ର ପାଇଁ ଆସିଥିବା ଏକ ଦମ୍ପତି ସୋମବାର ମାରପିଟ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ସାମ୍ନାସାମ୍ନି ହେବା ପରେ...

ଦୁଇ କୃଷସାର ମୃଗ ମଧ୍ୟରେ ଲଢ଼େଇ: ଆହତକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଚକରାପଲ୍ଲୀ ଗ୍ରାମ ନିକଟରେ ଥିବା ଏକ ବିଲରୁ ବୁଧବାର ସକାଳେ ଆହତ ଅବସ୍ଥାରେ ୫ ବର୍ଷର ଅଣ୍ଡିରା...

ଗାଡ଼ି ରଖି ଛୁ’

ଅନୁଗୋଳ ଅଫିସ,୧୮ା୩: ନୂଆ ରୂପ ନେଉଛି ଅନୁଗୋଳ। ବଦଳୁଛି ସହରର କଳେବର। ସହରବାସୀଙ୍କ ଯାତାୟାତ ସୁଗମ ଲାଗି ଜବରଦଖଲ ଉଚ୍ଛେଦ ଚାଲିଛି। ରାତାରାତି ଚଉଡ଼ା ହେଉଛି...

ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଦୁର୍ବୃତ୍ତ: ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ପଦ୍ମପୁର, ୧୪।୧୧ (ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ଦଧିବାମନପୁର ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ରାତିରେ କେହି ଦୃର୍ବୃତ୍ତ ତାଲା ପକାଇ...

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ

ସଜନାଗଡ଼,୨୬।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ତେଲିପାଳ ଆଶ୍ରମ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଗାଧୁଆ ଘରେ ବଳାତ୍କାର ଉଦ୍ୟମ...

ଦାରିଙ୍ଗବାଡ଼ିରେ ଝଡବର୍ଷା, କୁଆ ପଥର ବୃଷ୍ଟି

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକର ଦାରିଙ୍ଗବାଡ଼ି ସମେତ ଶ୍ରାନିକେତା, ଦଣ୍ଡିମା, ସିମନବାଡ଼ି, ତେରାବାଡ଼ି, ଡବୁଲମାହା, କିରିକୁଟି ଆଦି ଅଞ୍ଚଳରେ ସୋମବାର ଅପରାହ୍ନରେ ବର୍ଷାପବନ ସହ କୁଆପଥର ବୃଷ୍ଟି...

ଟୋକନ ପାଇ ଟାର୍ଗେଟକୁ ଚାହିଁ ବସିଛି ଚାଷୀ

ଖପ୍ରାଖୋଲ, ୩୧ା୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ଅପର ସୁକତେଲ ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳ ସେଚିତ ଅଞ୍ଚଳ ଓ ସୁକତେଲ ନଦୀକୂଳେ ଥିବା ଦମେଇପାଲି, ଯୁରିଆ,...

ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଶିଥିଳ

ଅନୁଗୋଳ ଅଫିସ, ୨।୧ – ଅନୁଗୋଳ ଜିଲାରେ ଦୁର୍ନୀତିର ଚେର ମାଡ଼ିଚାଲିଛି। ବିନା ପିସିରେ କୌଣସି କାମ ହେଉ ନ ଥିବା ଅଭିଯୋଗ ହେଉଛି। ହେଲେ...

Advertisement
Archives

Model This Week