ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ

ମ.ରାମପୁର,୧୬ା୩(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ମହାସଂଘ ଆହ୍ବାନରେ ଷ୍ଟିୟରିଂ ଛାଡ଼ି ଆନ୍ଦୋଳନରେ କଳାହାଣ୍ଡି ଜି ମ.ରାମପୁର ଗାଡ଼ି ଚାଳକ ମହାସଂଘ ପକ୍ଷରୁ ମ.ରାମପୁରଠାରେ ଗୁରୁବାର ରାସ୍ତା ଅବରୋଧ କରାଯାଇଥିଲା। ୧୧ ଦଫା ଦାବି ନେଇ ମ.ରାମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬ (କ) ଓ ଆର୍‌.ଆର୍‌.କେ ରାସ୍ତା ସଂଯୋଗୀକରଣ କରିଥିବା ଚାରିଛକଠାରେ ଗାଡ଼ିଚାଳକମାନେ ଆନ୍ଦୋଳନ ଜାରିରଖିଛନ୍ତି। ବ୍ଲକ ସଭାପତି ବିଶ୍ୱରନ ମାହାର, ସମ୍ପାଦକ ସ୍ବାଗତ ମହାନ୍ତି, ଉପସଭାପତି ତରୁଣ ହାତୀ, ସହସମ୍ପାଦକ ଶିବ ନାହାକ, କୋଷାଧ୍ୟକ୍ଷ ଭବାନୀ ବିଶି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗାଡ଼ିଚାଳକ ରାସ୍ତାରୋକୋ ଆନ୍ଦୋଳନକୁ ଆଗେଇ ନେଇଛନ୍ତି। ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ ହେଉଥିବାବେଳେ ସ୍ଥାନୀୟ ପୋଲିସ ମୁତୟନ କରାଯାଇ ତୀକ୍ଷ୍ମଣ ନଜର ରଖାଯାଇଛି। ଖବରଲେଖା ସୁଦ୍ଧା ରାସ୍ତାରୋକୋ ସ୍ଥଳରେ କୌଣସି ରାଜନୈତିକ ଦଳର ନେତୃବୃନ୍ଦ ପହଞ୍ଚି ସଂଘ କର୍ମକର୍ତ୍ତାଙ୍କୁ ବୁଝାଇବା କିମ୍ବା ଦାବି ସମୂହ ପ୍ରତି ଦୃଷ୍ଟି ଦେଇ ନ ଥିବାରୁ ଚାଳକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ମ.ରାମପୁର ସହରର ଶାସକଦଳର ନେତା ପୁଷ୍ପେନ୍ଦ୍ର ସିଂହଦେଓ, ଜିଲା ପରିଷଦ ଅଧ୍ୟକ୍ଷ ଥିବାବେଳେ ତାଙ୍କ ଭାଇବୋହୂ ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ଏହା ବାଦ୍‌ ବିଭୂତି ଭୂଷଣ ମହାଖୁଡ ଜିଲା ଯୁବ ନେତା ତଥା ପିସିସି ସଭ୍ୟ ରହିଛନ୍ତି, ବିଶ୍ୱଜିତ୍‌ ଚାଟାର୍ଜୀ ଓ ସତ୍ୟଜିତ୍‌ ଚାଟାର୍ଜୀ ସିପିଆଇଏମ୍‌ର ଜିଲା କର୍ମକର୍ତ୍ତା ମଧ୍ୟ ମ.ରାମପୁର ଅଞ୍ଚଳର ଅଟନ୍ତି। ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀର ପରାଜିତ ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କର ମଧ୍ୟ ମ.ରାମପୁର ଅଟେ। ଏହା ସତ୍ତ୍ୱେ କୌଣସି ନେତା ଘଟଣାସ୍ଥଳରେ ପହଞ୍ଚିନାହାନ୍ତି। ଏହି ରାସ୍ତା ଅବରୋଧ ଯୋଗୁ ବାହାର ଜିଲାରୁ ଆସୁଥିବା ଅର୍ଥନୈତିକ କାରବାରରେ ଲିପ୍ତ ଭାରୀଯାନ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚକା ଫାଟିବାରୁ ନଦୀକୁ ଖସିଲା ଟ୍ରକ୍‌

ପରଜଙ୍ଗ,୧୨।୧୨(ଡି.ଏନ.ଏ.)- ୫୩ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଜଟିଆ ଛକ ନିକଟରେ ଏକ ଟ୍ରକ୍‌ ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଖସିପଡ଼ିଛି।...

ବାଲିବୋରେ ମଣ୍ଡି ଆରମ୍ଭ

ଭୁବନ, ୮।୧(ଡି.ଏନ୍‌.ଏ.) ଭୁବନ ବ୍ଲକ ବାଲିବୋରେ ଶୁକ୍ରବାରଠାରୁ ଖରିଫ୍‌ ଧାନ ମଣ୍ଡି ଆରମ୍ଭ ହୋଇଛି। ସିଡିପିଓ ଦାୟିତ୍ୱରେ ଥିବା ସୁପରଭାଇଜର ନିର୍ମଳ ସେଠୀ ମୁଖ୍ୟ ଅତିଥି...

ଏସ୍‌ବିଆଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୂଆପଡା ଅଫିସ,୭ା୮-ସ୍ଥାନୀୟ ଏସବିଆଇ ପ୍ରଶିକ୍ଷଣ ପ୍ରତିଷ୍ଠାନ ନୂଆପଡା ଆନୁକୂଲ୍ୟରେ ମହିଳାମାନଙ୍କୁ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶିକ୍ଷଣ ଶିବିରର ନିର୍ଦ୍ଦେଶକ ରଶ୍ମିରଞ୍ଜନ ମହାନ୍ତି...

ଏଣିକି ଗୋଟିଏ ସମୟ ଖୋଲିବ ହାଟ

ଖୋର୍ଦ୍ଧା ଅଫିସ,୩।୪: ମହାମାରୀ କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତିନି ସପ୍ତାହ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। କିନ୍ତୁ...

ରାଉରକେଲାରୁ ବିଜେଡି ନେତା ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୨।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗ୍ରାମାଞ୍ଚଳ ପୋଲିସ ସୋମବାର ଅଭିଯୁକ୍ତ ବିଜେଡି ନେତା ଭିକାରୀ ସ୍ବାଇଁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।...

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ ଅଫିସ,୨୫।୫: ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ...

କମୁଛି ଚାଷଜମି, ବଢ଼ୁଛି ଘରବାରି

ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ...

ମଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନନ୍ଦପୁର, ୧।୪ (ସ୍ବ.ପ୍ର.)-କରୋନା କଟକଣା ବେଳେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମରେ ଅବାଧ ମଦ କାରବାର ଚାଲିଥିବା ଅଭିଯୋଗ...

Advertisement
Archives

Model This Week