ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର

ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା ସହର ଏବେ ଠାରୁ ଚଳଚଞ୍ଚଳ ହୋଇଛି। ପ୍ରଥମ କରି ସହରର ୨ଟି ସ୍ଥାନରେ ତେଲୁଗୁ ସଂପ୍ରଦାୟର ଏହି ‘ଉଗାଦି ଉତ୍ସବ’ ପାଳନ ହେବାକୁ ଯାଉଛି। ସହରର ବିଭିନ୍ନ ମୁଖ୍ୟ ଛକଗୁଡିକରେ ଉଗାଦି ଉତ୍ସବର ବ୍ୟାନର ଲାଗିଛି। ରାୟଗଡା ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ସଭାପତିତ୍ୱରେ ରାୟଗଡ଼ା ଡିଷ୍ଟିକ୍‌ ଉଗାଦି ଉତ୍ସବ କମିଟି ପକ୍ଷରୁ ହୋଟେଲ ତେଜସ୍ବୀ ସମ୍ମୁଖ ପଡିଆଠାରେ ୧୧ତମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ ହେବ।

ଜିଲା ଉଗାଦି ଉତ୍ସବ କମିଟି ସଭାପତି ତଥା ଆଇନଜୀବି ଭି.ସନ୍ନ୍ୟାସୀ ରାଜୁ ଏବଂ ଆବାହକ ପି.ଗୈାରୀ ଶଙ୍କର ରାଓଙ୍କ ନେତୃତ୍ୱରେ ୩୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା ହିରୋ ସୋ’ରୁମ ସମ୍ମୁଖ ପଡିଆ ଠାରେ ପ୍ରଥମ ବର୍ଷର ଉଗାଦି ଉତ୍ସବ ୨ଦିନ ଧରି ପାଳନ କରାଯିବ ବୋଲି ଜଣାପଡିଛି। ଉଭୟ କମିଟି ପକ୍ଷରୁ ଉକ୍ତ ୨ଦିନର ସନ୍ଧ୍ୟାରେ ଭରପୁର ମନୋରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମମାନ ରହିଛି। ତେଲୁଗୁ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ, ହାସ୍ୟ କଳାକାରଙ୍କ ସମେତ ଅନ୍ୟ କଳାକାରମାନେ ସହରବାସୀଙ୍କ ମନୋରଞ୍ଜନ କରିବେ। ଯାହାକୁ ନେଇ ସହରର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ହିରୋ ସୋ’ ରୁମ ସମ୍ମୁଖ ପଡିଆରେ ହେବାକୁ ଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେବାକୁ ଥିବା ବେଳେ ବିଶିଷ୍ଠ ଅତିଥି ଭାବେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଏମପି କେ.ରାମମୋହନ ନାଇଡୁ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ସମ୍ମାନିତ ଅତିଥି ଭାବେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା, ବିଜୁ ସୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝି,ଏସଡିସି ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲାପାଳ ସ୍ବଧାଦେବ ସିଂ, ଏସ.ପି. ବିବେକାନନ୍ଦ ଶର୍ମା, ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା ଏବଂ ମୁଖ୍ୟବକ୍ତା ଭାବେ ଟଲିଉଡ ଜଗତର ଖ୍ୟାତାନାମା ଗୀତକାର ବି.ବିଜୟ କୁମାର ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଟଲିଉଡ ଅଭିନେତ୍ରୀ ମେହରିନ, ପ୍ରିୟଙ୍କା ର୍ନିଭାଣାଙ୍କ ସମେତ ଟଲିଉଡ ଏବଂ ବଲିଉଡର କଣ୍ଠଶିଳ୍ପୀ ଦୀପୁ, ଭାର୍ଗଭୀ ପିଲାଇ, ସୋନି ଏବଂ ହାସ୍ୟ ପ୍ରୋଗ୍ରାମର କଳାକାର ବିନୋଦ, ଦୋରାବାବୁ, ଅଭିନାଶ ଏବଂ ଫାଇମାଙ୍କ ସହ ଧୀ ଡେନ୍ସର୍ସ ପ୍ରମୁଖ ଦର୍ଶକଙ୍କ ମନୋରଞ୍ଜନ କରିବେ । ଉଗାଦି ଉତ୍ସବ ଅବସରରେ ୨୨ ତାରିଖ ସକାଳ ୮ଟାରେ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ନୂତନ ପାଞ୍ଜି ପଠନ ସହ ପାରମ୍ପରିକ ଆମ୍ବ ଆଚାର ବିତରଣ,ଗୀତା ପରାୟାଣ,କବି ସମ୍ମିଳନୀ,କବିତା ଗୋଷ୍ଠୀ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ପୂର୍ବତନ ରାଜ୍ୟସଭା ସାଂସଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିବା ଉଗାଦି ଉତ୍ସବ କାର୍ଯ୍ୟକ୍ରମ ମଧ୍ୟରେ ୨୨ତାରିଖ ସକାଳ ୯ଟାରେ ନ୍ୟୁକଲୋନୀର ହୋଟେଲ ସ୍ବାଗତ ନିକଟସ୍ଥ ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ପାଞ୍ଜିି ପଠନ,କବିତା ପାଠୋତ୍ସବ,କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ପାଳନ ଉପଲକ୍ଷେ ବୁଧବାର ତେଜସ୍ବୀ ହୋଟେଲ ସମ୍ମୁଖ ପଡିଆ ଠାରେ ରଙ୍ଗୋଲି,ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଉତ୍ସବ ପାଳନ କମିଟିର ସଭାପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?