ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତିବାଦରେ ତାତିଲା ମୋଟର ଚାଳକ ସଂଘ

ବରଗଡ଼ ଅଫିସ, ୧୬।୩- ଡ୍ରାଇଭରମାନଙ୍କୁ ସମ୍ମାନ, ସୁରକ୍ଷା ଏବଂ ଅଧିକାର ଦାବି ନେଇ ଡ୍ରାଇଭର ମହାସଂଘ ବୁଧବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଧର୍ମଘଟ ଏବଂ ଅଖ ଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ତେବେ ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନକୁ ମୋଟର ଚାଳକ ସଂଘ ବିରୋଧ କରିଛି। ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୋଟର ଚାଳକ ସଂଘ ପୂର୍ବରୁ ପୋଲିସ, ପ୍ରଶାସନକୁ ଜଣାଇ ଗାଡ଼ି ଚଳାଚଳ ସମୟରେ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଥିଲା। ଗାଡ଼ି ଚଳାଚଳ ସମୟରେ ସୁରକ୍ଷା ଯୋଗାଇ ଦେବାକୁ ସେତେବେଳେ, ପ୍ରଶାସନ ନିର୍ଭର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ମୋଟର ଚାଳକ ସଂଘର ସଦସ୍ୟମାନେ ଗାଡ଼ି ଚଲାଇ ଯାଉଥିବା ବେଳେ ଡ୍ରାଇଭର ମହାସଂଘର ସଦସ୍ୟମାନେ ରାସ୍ତା ଛାଡୁ ନାହାନ୍ତି। କେବଳ ସେତିକି ନୁହେଁ, ଗାଡ଼ି ଧରି ଯାଉଥିବା ମୋଟର ଚାଳକ ସଂଘର ସଦସ୍ୟମାନଙ୍କୁ ଡ୍ରାଇଭର ମହାସଂଘର ସଦସ୍ୟମାନେ ପୋଲିସ ଉପସ୍ଥିତିରେ ଜୋର ଜବରଦସ୍ତ ଗାଡିରୁ ଓହ୍ଲାଇ ଠେଲାପେଲା କରିବା ସହିତ ଚନ୍ଦନ, ସିନ୍ଦୁର, ଫୁଲମାଳା ପିନ୍ଧାଉଛନ୍ତି। ଏପରିକି ସିଲଟ ବେକରେ ଝୁଲାଇ ଅପମାନିତ କରୁଥିବା ମୋଟର ଚାଳକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଏଭଳି ଅଭିଯୋଗ ନେଇ ଗୁରୁବାର ମୋଟର ଚାଳକ ସଂଘ ବରଗଡ଼ ଜିଲା ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି। ସଂଘର ଜିଲା ସଭାପତି ନିରୋଜ ପୋଢ ଯାଦବଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏସ୍‌ପି ଅଫିସକୁ ଆସିଥିଲେ। ଓଡ଼ଶା ଡ୍ରାଇଭର ମହାସଂଘ ଏବଂ ଓ ମୋଟର ଚାଳକ ସଂଘ ଏଭଳି ମୁହାଁମୁହିଁ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାର ସମାଧାନ କରା ନ ଗଲେ ଆଗକୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରେ ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ

କାମାକ୍ଷାନଗର,୨୦।୬(ଡି.ଏନ୍‌.ଏ.): ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ...

୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ବାହାନଗା, ୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ କଲ୍ୟାଣି ପଞ୍ଚାୟତର ଗିଲିଦା ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରଙ୍କ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଜିବନ ବିନ୍ଦୁ କାର୍ଯ୍ୟକ୍ରମ...

ନନ୍ଦନକାନନରେ ମାଈ ଶାବକ ମୃତ

ବାରଙ୍ଗ,୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣି ରୁପାଠାରୁ ଜନ୍ମିତ ଆଉ ଏକ ମାଈ ଶାବକ ପ୍ରାଣ ହରାଇଛି । ଛୁଆଟି ବୁଧବାର ଅସୁସ୍ଥ ହୋଇ ପଡିଥିବା ବେଳେ...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତକୁ ବିରୋଧ ଭୟ, କଂଗ୍ରେସ-ଭାଜପା କର୍ମୀଙ୍କୁ ନଜରବନ୍ଦୀ ରଖିଛି ପୋଲିସ

ଦାରିଙ୍ଗବାଡ଼ି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି ା...

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ଭାପୁର,୧୮ା୧୦(ଡି.ଏନ୍‌.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି...

ସଞ୍ଜ ହେଲେ ଗାଁରେ ଭାଲୁ

ଆନନ୍ଦପୁର,୨୭।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍‌ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଯାଇଛି। ସଞ୍ଜ ହେଲେ ପଲ ପଲ ହୋଇ ଭାଲୁ...

ଏଣିକି ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ସୋମବାରଠାରୁ ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ଲୋକଙ୍କ  ମୃତଦେହ ସତ୍କାର କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ, କେବଳ...

Advertisement
Archives

Model This Week