ଜଳିଗଲା ୩ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଆରଡ଼ି,୧୨ା୪(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଭୂଇଁପୁର ଗାଁର ସୁସ୍ମନ୍ତ ବିଶ୍ୱାଳଙ୍କ ୩ ବଖର ବୁଧବାର ସମ୍ପୂର୍ଣ୍ଣ ଜଳିଯାଇଛି । ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମବାସୀ ନିଆଁକୁ ଆୟତ୍ତ…
ଦାରିଙ୍ଗବାଡିରେ ଅସହ୍ୟ ତାତି
ଦାରିଙ୍ଗବାଡି,୧୨।୪(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ସର୍ବାଧିକ ୩୪.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାର ସକାଳ ସୁଦ୍ଧା ସର୍ବନିମ୍ମ ୨୦.୫ ଡିଗ୍ରୀ ରହିଥିବା…
ଏସ୍ଆଇ, ଏଏସ୍ଆଇ ସ୍ତରରେ ଅଦଳବଦଳ
ଢେଙ୍କାନାଳ ଅଫିସ୍, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍ଆଇ ଏବଂ ଏଏସ୍ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଦୀପ ରଞ୍ଜନ ପାତ୍ରଙ୍କୁ ତୁମୁସିଙ୍ଗା ଥାନାଧିକାରୀ ଏବଂ ଯୋରନ୍ଦା ଫାଣ୍ଡିର ଏସ୍ଆଇ ଅନାଦି ଚରଣ ପଟ୍ଟାୟତଙ୍କୁ…
ପରିମଳ ପରିଚାଳନାକୁ ପ୍ରଶଂସା
ଢେଙ୍କାନାଳ ଅଫିସ, ୧୨।୪: ମହାରାଷ୍ଟ୍ରର ପ୍ରଶାସନିକ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଢେଙ୍କାନାଳ ପରିଦର୍ଶନରେ ଆସି ପରିମଳ ପରିଚାଳନା, ଗଠନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି। ବର୍ଜ୍ୟବସ୍ତୁ ସଂଗ୍ରହ ପ୍ରକ୍ରିୟା ଏବଂ ଏହାର ପରିଚାଳନାକୁ ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଜିଲା…
ବିଦ୍ୟାଳୟ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ
ବାଲିଗୁଡ଼ା,୧୨।୪(ଡି.ଏନ.ଏ.): ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲାରେ କମ୍ ଉପସ୍ଥାନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି। ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି। କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ…
ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି
ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଜିଲାପାଳଙ୍କ ପ୍ର୍ରତିଶ୍ରୁତିକୁ…
ବଢୁଛି ଉତ୍ତାପ: କୂପ, ପୋଖରୀ, ଜଳ ନିମ୍ନଗାମୀ
ମହାକାଳପଡ଼ା,୧୨।୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସମୁଦ୍ର ସଂଲଗ୍ନ ନଦୀ ନାଳଗୁଡ଼ିକ ଲୁଣିଆ ପାଣି ହୋଇଥିବାରୁ ସ୍ଥାନୀୟ ଜଳକ୍ଲିଷ୍ଟ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମୁନ୍ଦେ ଜଳ ପାଇଁ ନଦୀକୂଳିଆ…
ଦଲକାଏ ନିଆଁରେ ଛାରଖାର ହେବ ଧନ, ଜୀବନ
କେନ୍ଦ୍ରାପଡ଼ା ଅଫିସ, ୧୨।୪: ଗ୍ରାମାଞ୍ଚଳରେ ଖରାଦିନ ପାଇଁ ଅଗ୍ନିକାଣ୍ଡ ବଢ଼ୁଛି। ତେବେ ଏହି ବିପଦ ଏବେ କେନ୍ଦ୍ରାପଡ଼ା ଜିଲାର ସହରାଞ୍ଚଳ ପାଇଁ ଏକ ଆଶଙ୍କାରେ ପରିଣତ ହୋଇଛି। ମଲ୍ଗୁଡ଼ିକୁ ନୋଟିସ ଦିଆଯାଇଥିଲେ ମଧ୍ୟ ଅଗ୍ନି ନିରାପତ୍ତା ନେଇ କେହି ସତର୍କ ନୁହନ୍ତି।…
ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ଘଟଣା: ୧୪୪ ଧାରା ଜାରି
ଭଦ୍ରକ ଅଫିସ, ୧୨।୪: ଭଦ୍ରକ ଜିଲାର ଏକ କମ୍ପାନୀରେ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଆଁ ଲାଗି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉକ୍ତ କମ୍ପାନୀ ଗେଟ୍ର ୨୦୦ ମିଟର ଅଞ୍ଚଳରେ ବୁଧବାର ୧୪୪ ଧାରା ଜାରି…
ପ୍ରତିଶ୍ରୁତି ମିଳୁଛି, ପୋଖରୀରେ ପାଣି ପଶୁନି
ମହାକାଳପଡ଼ା,୧୨।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ଦରିଆ ପାରି ମା’ ରାମଚଣ୍ଡୀ ବିଜେସ୍ଥଳୀ ଅବ୍ୟବସ୍ଥା ନେଇ ଲଗାତାର ୨ ଦିନ ଧରି ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଅପରପକ୍ଷରେ ଆଗାମୀ ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ…
ଉପକୂଳ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ
ପାରାଦୀପ,୧୨।୪(ସ୍ବ.ପ୍ର.): ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ମଙ୍ଗଳବାରଠାରୁ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ ହୋଇଛି। ଏହା ବୁଧବାର ସା ପର୍ଯ୍ୟନ୍ତ ଚାଲିବ। କୋଷ୍ଟଗାର୍ଡ, ନୌସେନା, ମେରାଇନ ପୋଲିସ, ଓଡିଶା ପୋଲିସ, ସିଆଇଏସ୍ଏଫ, କଷ୍ଟମ୍ସ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର,…
ଖରାଦିନ ଆରମ୍ଭରୁ ରାଜକନିକାରେ ଜଳକଷ୍ଟ
ରାଜକନିକା,୧୨।୪(ଡି.ଏନ.ଏ.): ଖରାର ପ୍ରକୋପ ଯେତେ ଯେତେ ବଢୁଛି, ପାନୀୟ ଜଳର ସେତେ ଅଭାବ ପରିଲକ୍ଷିତ ହେଉଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଞ୍ଚଳରେ ଲୋକେ ଏବେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ବ୍ଲକରୁ ଦିନେ ସରକାରୀ ଖାତା…

