ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ
କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ ଓ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟର ଏହି ପୁରାତନ କେନାଲ ପୂର୍ବରୁ ସୁନାବ୍ୟା ଥିବାବେଳେ ଏବେ କ୍ଷେତ ପାଇଁ ଜଳଯୋଗାଣକୁ ଅସମର୍ଥ ହୋଇପଡ଼ିଛି। ଏକସଙ୍ଗେ ୩ରୁ ୪ଟି ପଣ୍ୟବାହୀ ଡଙ୍ଗା ଆତଯାତ କରୁଥିବା କେନାଲ ସମ୍ପ୍ରତି ମାତ୍ର ୭ ମିଟର ଚଉଡ଼ାରେ ସୀମିତ ରହିଛି। ଏହା ଅଳିଆ ଗଦାରେ ପରିଣତ ହୋଇ ମଶାମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି।
ଜଳାଭାବ ଯୋଗୁ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡ଼ା ବ୍ଲକ ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ କହିଛନ୍ତି, ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। କଟକ ମହାନଦୀ ବ୍ୟାରେଜରୁ ବାହାରିଥିବା ୨୪୧ କିଲୋମିଟର ଲମ୍ବ କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମ ଥର ପାଇଁ ପାଣି ଆସିଥିଲା। ଏହା ମାଧ୍ୟମରେ ଆସୁଥିବା ପାଣି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ କେନାଲ ମାଧ୍ୟମରେ ଛଡ଼ାଯାଇ ୧୧,୯୩୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ଏହାର ଜଳ ଗୋବରୀ କେନାଲ, ସମ୍ପ୍ରସାରିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଅଞ୍ଚଳର ପ୍ରାୟ ୨୯ ହଜାର ହେକ୍ଟର କ୍ଷେତକୁ ସେଚନ କରାଯାଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ସହରର ୮୦ ବର୍ଷୀୟ ବୃଦ୍ଧ ସେକ୍‌ ମୁସା କହିଛନ୍ତି, କ୍ଷେତକୁ ପାଣି ସହ ଏହି କେନାଲ ମାଧ୍ୟମରେ ପଣ୍ୟ ଦ୍ରବ୍ୟ ପରିବହନ ହେଉଥିଲା। ଏପରି କି ୧୯୩୦-୩୧ ମସିହାରେ ଲକ୍‌ ମାଧ୍ୟମରେ ଆଦାୟ ରାଜସ୍ବ ୮୫ ହଜାର ଟଙ୍କାରୁ ଅଧିକ ଥିବା ରେକର୍ଡ ଦର୍ଶାଉଛି। ଏହି ଜଳପଥ ଦେଇ ବାରବାଟୀରୁ ପଥର ନିଆଯାଇ ଫଲ୍‌ସ ପଏଣ୍ଟଠାରେ ବତୀଘର ନିର୍ମାଣ କରାଯାଇଥିଲା। ନୌବାଣିଜ୍ୟ ଓ ଜଳସେଚନ ପାଇଁ ଖୋଳାଯାଇଥିବା ଉକ୍ତ କେନାଲ ବର୍ତ୍ତମାନ ଚାଷ କାର୍ଯ୍ୟ ଲାଗି କ୍ଷେତକୁ ପାଣି ଯୋଗାଇ ପାରୁନାହଁି। କେନ୍ଦ୍ରାପଡ଼ା ବ୍ଲକ ଆୟବା ବାସିନ୍ଦା ବୀରେନ୍ଦ୍ର କୁମାର ଦାସ କହିଛନ୍ତି, କେନାଲ କଡ଼ରେ ଜବରଦଖଲ ବଢ଼ିଚାଲିଛି। ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ପାଇପ୍‌ ଓ ପ୍ଲାଷ୍ଟିକ କେନାଲରେ ଛଡ଼ାଯାଉଥିବାବେଳେ ବିଲାତି ଦଳ ବଡ଼ ସମସ୍ୟା ହୋଇଛି। କେନାଲର ଦାନପୁର, କାକଟ ଲକ୍‌ଠାରୁ ଗର୍ଣ୍ଣାକିଆ ଲକ୍‌ ଆଦି ପ୍ରାୟ ୫୦ କିଲୋମିଟର ଦୈର୍ଘ୍ୟ ଅଞ୍ଚଳରେ ବିଲାତି ଦଳ ଭର୍ତ୍ତି ହୋଇଛି। ପୂର୍ବରୁ କେନ୍ଦ୍ରାପଡ଼ା ସହର ସହ ବ୍ଲକ ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଗ୍ରାମର ବାସିନ୍ଦା ନିତ୍ୟକର୍ମରେ ଏହି ଜଳକୁ ବ୍ୟବହାର କରୁଥିଲେ। ଏବେ କେନାଲ ପାଣି ଯୋଗୁ ଚର୍ମରୋଗ ବ୍ୟାପୁଛି। ପ୍ରତିବର୍ଷ ସଫେଇ ନାମରେ ଜଳ ସମ୍ପଦ ବିଭାଗ ଅର୍ଥ ହରିଲୁଟ୍‌ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ସହରର ମନୋଜ କୁମାର ସିଂହ କହିଛନ୍ତି, କେନାଲ ଖୋଳା ସମୟରେ ଚଉଡ଼ା ପ୍ରାୟ ୧୪୦ ମିଟର ଥିଲା। ଏବେ ସହରର କାକଟ ଲକ୍‌ଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ମାତ୍ର ୭ ମିଟର ଚଉଡ଼ା ରହିଛି। ଉଭୟ ପଟରେ ସିମେଣ୍ଟ ପ୍ରାଚୀର ନିର୍ମାଣ ହେଉଥିବାରୁ ଜଳ ପ୍ରବାହ କମିବ। ଫଳରେ କ୍ଷେତର ତଳମୁଣ୍ଡକୁ ପାଣି ନ ଯିବା ଆଶଙ୍କା ଉପୁଜିଛି। କେନାଲରେ ଅଳିଆ ଆବର୍ଜନା ଓ ଦଳ ଭର୍ତ୍ତି ହେଉଥିବାରୁ ଦିନେ ଲୋକଙ୍କୁ ଆହାର ଯୋଗାଇବାର ମାଧ୍ୟମ ପାଲଟିଥିବା ପୁରାତନ କେନାଲ ଅସ୍ତିତ୍ୱ ହରାଇବାକୁୁ ବସିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ସଡ଼କ ଯୋଗାଯୋଗ ପଥ ଉନ୍ନତ ହେବା ପରେ ନୌବାଣିଜ୍ୟ ପାଇଁ କେନାଲ ଉପଯୋଗୀ ହୋଇ ରହିନାହିଁ। ଜଳସେଚନ ପାଇଁ ଏହାର ଉନ୍ନତୀକରଣ ଚାଲିଛି। କେନାଲ ପଥକୁ ସୁଗମ କରାଯାଇ ଚାଷୀଙ୍କୁ ଜଳ ଯୋଗାଣ ହେଉଛି। କେତେକ ସ୍ଥାନରେ ମାଛ ଚାଷ ପାଇଁ ଆଡ଼ିବନ୍ଧ କରାଯାଇଥିବାରୁ ଆନ୍ଦୋଳନ ହୋଇଥିଲା। ସେହି ଆଡ଼ିବନ୍ଧକୁ ହଟାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri