ଅସ୍ତିତ୍ୱ ହରାଉଛି କେନ୍ଦ୍ରାପଡ଼ା କେନାଲ

ଜଗନ୍ନାଥ ଧଳ
କେନ୍ଦ୍ରାପଡ଼ା ଅଫିସ, ୧୭ା୫: ୧୮୬୬-୬୭ ମସିହାର ନଅଙ୍କ ଦୁର୍ଭିକ୍ଷର ପ୍ରତିକାର ପାଇଁ କେନ୍ଦ୍ରାପଡ଼ା କେନାଲ ଖୋଳାଯାଇଥିଲା। କ୍ଷେତକୁ ପାଣି ସହିତ ପଣ୍ୟ ପରିବହନ ଓ ସ୍ଥାନୀୟ ଅଞ୍ଚଳର ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟର ଏହି ପୁରାତନ କେନାଲ ପୂର୍ବରୁ ସୁନାବ୍ୟା ଥିବାବେଳେ ଏବେ କ୍ଷେତ ପାଇଁ ଜଳଯୋଗାଣକୁ ଅସମର୍ଥ ହୋଇପଡ଼ିଛି। ଏକସଙ୍ଗେ ୩ରୁ ୪ଟି ପଣ୍ୟବାହୀ ଡଙ୍ଗା ଆତଯାତ କରୁଥିବା କେନାଲ ସମ୍ପ୍ରତି ମାତ୍ର ୭ ମିଟର ଚଉଡ଼ାରେ ସୀମିତ ରହିଛି। ଏହା ଅଳିଆ ଗଦାରେ ପରିଣତ ହୋଇ ମଶାମାଛିଙ୍କ ଉତ୍ପତ୍ତିସ୍ଥଳ ପାଲଟିଛି।
ଜଳାଭାବ ଯୋଗୁ ପ୍ରଭାବିତ ହୋଇଥିବା କେନ୍ଦ୍ରାପଡ଼ା ବ୍ଲକ ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ କହିଛନ୍ତି, ନଅଙ୍କ ଦୁର୍ଭିକ୍ଷ ପରେ ଏହି କେନାଲ ଖୋଳାଯାଇଥିଲା। କଟକ ମହାନଦୀ ବ୍ୟାରେଜରୁ ବାହାରିଥିବା ୨୪୧ କିଲୋମିଟର ଲମ୍ବ କେନାଲରେ ୧୮୬୯ ମେ’ ୨୯ରେ ପ୍ରଥମ ଥର ପାଇଁ ପାଣି ଆସିଥିଲା। ଏହା ମାଧ୍ୟମରେ ଆସୁଥିବା ପାଣି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଜମ୍ବୁ, ଗୋବରୀ କେନାଲ ମାଧ୍ୟମରେ ଛଡ଼ାଯାଇ ୧୧,୯୩୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ଏହାର ଜଳ ଗୋବରୀ କେନାଲ, ସମ୍ପ୍ରସାରିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଅଞ୍ଚଳର ପ୍ରାୟ ୨୯ ହଜାର ହେକ୍ଟର କ୍ଷେତକୁ ସେଚନ କରାଯାଉଥିଲା। ଜିଲା ଗଠନ ପୂର୍ବରୁ ଏହି ଜଳସେଚନ କ୍ଷମତାକୁ ଧାର୍ଯ୍ୟ କରି ସ୍ବତ୍ୱବାନ ଚାଷୀଙ୍କଠାରୁ ଅଦ୍ୟାବଧି ଜଳକର ଆଦାୟ ହେଉଛି। ସହରର ୮୦ ବର୍ଷୀୟ ବୃଦ୍ଧ ସେକ୍‌ ମୁସା କହିଛନ୍ତି, କ୍ଷେତକୁ ପାଣି ସହ ଏହି କେନାଲ ମାଧ୍ୟମରେ ପଣ୍ୟ ଦ୍ରବ୍ୟ ପରିବହନ ହେଉଥିଲା। ଏପରି କି ୧୯୩୦-୩୧ ମସିହାରେ ଲକ୍‌ ମାଧ୍ୟମରେ ଆଦାୟ ରାଜସ୍ବ ୮୫ ହଜାର ଟଙ୍କାରୁ ଅଧିକ ଥିବା ରେକର୍ଡ ଦର୍ଶାଉଛି। ଏହି ଜଳପଥ ଦେଇ ବାରବାଟୀରୁ ପଥର ନିଆଯାଇ ଫଲ୍‌ସ ପଏଣ୍ଟଠାରେ ବତୀଘର ନିର୍ମାଣ କରାଯାଇଥିଲା। ନୌବାଣିଜ୍ୟ ଓ ଜଳସେଚନ ପାଇଁ ଖୋଳାଯାଇଥିବା ଉକ୍ତ କେନାଲ ବର୍ତ୍ତମାନ ଚାଷ କାର୍ଯ୍ୟ ଲାଗି କ୍ଷେତକୁ ପାଣି ଯୋଗାଇ ପାରୁନାହଁି। କେନ୍ଦ୍ରାପଡ଼ା ବ୍ଲକ ଆୟବା ବାସିନ୍ଦା ବୀରେନ୍ଦ୍ର କୁମାର ଦାସ କହିଛନ୍ତି, କେନାଲ କଡ଼ରେ ଜବରଦଖଲ ବଢ଼ିଚାଲିଛି। ଏହା ଉପରେ କେତେଜଣ ବ୍ୟକ୍ତି ଘର ନିର୍ମାଣ କରି ଜଳପଥକୁ ସଙ୍କୁଚିତ କରିଛନ୍ତି। ସେହିପରି ସହରର ଅଳିଆ ଆବର୍ଜନା, ପାଇଖାନା ପାଇପ୍‌ ଓ ପ୍ଲାଷ୍ଟିକ କେନାଲରେ ଛଡ଼ାଯାଉଥିବାବେଳେ ବିଲାତି ଦଳ ବଡ଼ ସମସ୍ୟା ହୋଇଛି। କେନାଲର ଦାନପୁର, କାକଟ ଲକ୍‌ଠାରୁ ଗର୍ଣ୍ଣାକିଆ ଲକ୍‌ ଆଦି ପ୍ରାୟ ୫୦ କିଲୋମିଟର ଦୈର୍ଘ୍ୟ ଅଞ୍ଚଳରେ ବିଲାତି ଦଳ ଭର୍ତ୍ତି ହୋଇଛି। ପୂର୍ବରୁ କେନ୍ଦ୍ରାପଡ଼ା ସହର ସହ ବ୍ଲକ ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଗ୍ରାମର ବାସିନ୍ଦା ନିତ୍ୟକର୍ମରେ ଏହି ଜଳକୁ ବ୍ୟବହାର କରୁଥିଲେ। ଏବେ କେନାଲ ପାଣି ଯୋଗୁ ଚର୍ମରୋଗ ବ୍ୟାପୁଛି। ପ୍ରତିବର୍ଷ ସଫେଇ ନାମରେ ଜଳ ସମ୍ପଦ ବିଭାଗ ଅର୍ଥ ହରିଲୁଟ୍‌ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ସହରର ମନୋଜ କୁମାର ସିଂହ କହିଛନ୍ତି, କେନାଲ ଖୋଳା ସମୟରେ ଚଉଡ଼ା ପ୍ରାୟ ୧୪୦ ମିଟର ଥିଲା। ଏବେ ସହରର କାକଟ ଲକ୍‌ଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ମାତ୍ର ୭ ମିଟର ଚଉଡ଼ା ରହିଛି। ଉଭୟ ପଟରେ ସିମେଣ୍ଟ ପ୍ରାଚୀର ନିର୍ମାଣ ହେଉଥିବାରୁ ଜଳ ପ୍ରବାହ କମିବ। ଫଳରେ କ୍ଷେତର ତଳମୁଣ୍ଡକୁ ପାଣି ନ ଯିବା ଆଶଙ୍କା ଉପୁଜିଛି। କେନାଲରେ ଅଳିଆ ଆବର୍ଜନା ଓ ଦଳ ଭର୍ତ୍ତି ହେଉଥିବାରୁ ଦିନେ ଲୋକଙ୍କୁ ଆହାର ଯୋଗାଇବାର ମାଧ୍ୟମ ପାଲଟିଥିବା ପୁରାତନ କେନାଲ ଅସ୍ତିତ୍ୱ ହରାଇବାକୁୁ ବସିଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ସଡ଼କ ଯୋଗାଯୋଗ ପଥ ଉନ୍ନତ ହେବା ପରେ ନୌବାଣିଜ୍ୟ ପାଇଁ କେନାଲ ଉପଯୋଗୀ ହୋଇ ରହିନାହିଁ। ଜଳସେଚନ ପାଇଁ ଏହାର ଉନ୍ନତୀକରଣ ଚାଲିଛି। କେନାଲ ପଥକୁ ସୁଗମ କରାଯାଇ ଚାଷୀଙ୍କୁ ଜଳ ଯୋଗାଣ ହେଉଛି। କେତେକ ସ୍ଥାନରେ ମାଛ ଚାଷ ପାଇଁ ଆଡ଼ିବନ୍ଧ କରାଯାଇଥିବାରୁ ଆନ୍ଦୋଳନ ହୋଇଥିଲା। ସେହି ଆଡ଼ିବନ୍ଧକୁ ହଟାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?