ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ ରାସ୍ତାରେ ଅବାଧରେ ଦିନରାତି ଓଭରଲୋଡିଂ ବାଲି ଚୋରାଚାଲାଣ ଚିନ୍ତାର କାରଣ ପାଲଟିଛି। ଏ ସମ୍ପର୍କରେ ଅଭିଯୋଗ ସତ୍ତ୍ବେ କୌଣସି ପ୍ରତିକାର ହେଉନାହିଁ। ଏନେଇ ସରକାରୀ କର୍ମଚାରୀ, ରାଜନେତା ଓ ବାଲି ମାଫିଆଙ୍କ ମଧ୍ୟରେ ସଲାସୁତୁରା ଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ ଓଭରଲୋଡ୍‌ ଯାନ ଯାତାୟାତ ଯୋଗୁ ରାସ୍ତା ଖରାପ ସାଙ୍ଗକୁ ଦୁର୍ଘଟଣା ଘଟୁଛି।
ଜିଲାରେ ପାଖାପାଖି ୩୦ଟି ବାଲିଘାଟ ଚାଲିଛି। ସେଗୁଡିକ ମଧ୍ୟରୁ କିଛି ବେଆଇନ ଭାବେ ଚାଲିଛି। ଏକାଧିକ ସ୍ଥାନରେ ପରିବେଶ ପ୍ରତି ଧ୍ୟାନ ଦିଆଯାଉନାହିଁ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି, ନିୟମ ଅନୁଯାୟୀ ନିଲାମ ସରିଲା ପରେ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ। ଯେଉଁ ଘାଟଗୁଡିକ ୧୨ ଏକର କିମ୍ବା ତଦୂର୍ଦ୍ଧ୍ୱ ସେଗୁଡିକ ପାଇଁ ଜନଶୁଣାଣି କରାଯିବ। ଏହି ଅନୁଯାୟୀ ତହସିଲଗୁଡିକ ପକ୍ଷରୁ ଷ୍ଟେଟ୍‌ ଏନଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିକୁ ପତ୍ର ଲେଖାଯିବ। ଅଥରିଟି ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡକୁ ଚିଠି କରି ଜନଶୁଣାଣି କରିବାକୁ ନିର୍ଦ୍ଦେଶ ଦେବେ। କିନ୍ତୁ କେତୋଟି ବାଲିଘାଟ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି । ସେହିପରି କେତେଜଣ ବାଲି ମାଫିଆ ସରକାରଙ୍କ ସହ ହେବାକୁ ଥିବା ରାଜିନାମାକୁ ଜାଣିଶୁଣି ବିଳମ୍ବ କରିବାକୁ ଉଦ୍ୟମ କରୁଛନ୍ତି । କାରଣ ରାଜିନାମା ନ ହେବା ଯାଏ ସେମାନେ ଚୋରାରେ ବାଲି ବିକ୍ରି କରି ମୋଟା ଅଙ୍କର ଅର୍ଥ ରୋଜଗାର କରିପାରିବେ । ସରକାରଙ୍କୁ ରାଜସ୍ବ ନ ଦେଇ ଏହି ନିଲାମଧାରୀମାନେ କିଛି ସ୍ଥାନରେ ସରକାରୀ ଅଧିକାରୀ ଓ ରାଜନେତାଙ୍କୁ ମୋଟା ଅଙ୍କର ଉତ୍କୋଚ୍ଚ ଦେଇ ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁଛନ୍ତି । ଏହାର ଜ୍ୱଳନ୍ତ ପ୍ରମାଣ ଅତୀତରେ ଦେଖିବାକୁ ମିଳିଛି। ୧ା୪ା୨୧ରୁ ୩୧ା୮ା୨୧ ମଧ୍ୟରେ ଜୋରଦାର ଖୋଳତାଡ଼ ହୋଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣକାରୀଙ୍କଠାରୁ ପାଖାପାଖି ୪୮ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା । ଏହା ପରଠୁ ନାମକୁ ମାତ୍ର ଚଢ଼ାଉ ହୋଇଛି। କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଦୈନିକ ପାଖାପାଖି ୮/୧୦ ଲକ୍ଷ ଟଙ୍କାର ବାଲି ଚୋରାଚାଲାଣ ହେଉଛି। ମାତ୍ର ବାଲି ମାଫିଆମାନେ ଚଢ଼ାଉବେଳେ ଧରାପଡ଼ିଲେ ଖୁବ କମ୍‌ ଟଙ୍କାର ଜରିମାନା ଦେବାକୁ ଭୟ କରୁନାହାନ୍ତି । ଏହାଛଡ଼ା ପ୍ରତ୍ୟହ ଚଢ଼ାଉ ହେଉନାହିଁ। ଅନେକ ସମୟରେ ଏ ବିଷୟରେ ସେମାନଙ୍କୁ ପୂର୍ବ ସୂଚନା ମିଳିଯାଉଛି।
ପ୍ରତ୍ୟେକ ନିଲାମଧାରୀଙ୍କୁ ନିର୍ଦ୍ଦିଷ୍ଟ ଏରିଆ ଓ କେତେ ଗଭୀରର ଓ କେତେ ବାଲି ଉତ୍ତୋଳନ କରାଯିବ ସେନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବାଲି ପରିମାଣ ଜାଣିବା ପାଇଁ ଗୋଟିଏ ଟ୍ରାକ୍ଟରକୁ ୨.୫ ସେଣ୍ଟିମିଟର (ସେମି), ୪୦୭କୁ ୪ ସେମି, ଟ୍ରକ୍‌ ୬ ସେମି ଓ ହାଇୱାକୁ ୧୪ ସେମି ବୋଲି ହିସାବ କରାଯାଏ। ଏସବୁ ଗାଡିରେ ଯେତେ ବାଲି ଚାଲାଣ ହେବ ତାହା ହିସାବକୁ ନିଆଯାଇଥାଏ। ଅନୁମତି ଠାରୁ ଅଧିକ ବାଲି ଉତ୍ତୋଳନ କଲେ ତା’ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ବ୍ୟବସ୍ଥା ଅଛି। ସେହିପରି ଗାଡି ଚାଳକଙ୍କୁ ପରିବହନ ପାଇଁ ନିଲାମଧାରୀମାନେ ୱାଇ ଫର୍ମ ଦେବା କଥା । ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଏହି ଫର୍ମ ସମ୍ପୃକ୍ତ ନିଲାମଧାରୀଙ୍କୁ ଦିଆଯାଇଥାଏ। କିନ୍ତୁ ପ୍ରାୟତଃ ନିଲାମଧାରୀ ରାଜସ୍ବ ଫାଙ୍କିବା ପାଇଁ ଗାଡି ଚାଳକଙ୍କୁ ୱାଇ ଫର୍ମ ଦେଉନାହାନ୍ତି। ଗାଡି ଚାଳକ କିମ୍ବା ମାଲିକମାନେ ବାରମ୍ବାର ଘାଟରୁ ବାଲି ଉଠାଉଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୋଟିଏ ଲେଖାଏ ଅସମ୍ପୂର୍ଣ୍ଣ ୱାଇ ଫର୍ମ ଦେଉଛନ୍ତି । ରାସ୍ତାରେ ଚେକିଂ ବେଳେ ଧରାପଡ଼ିଲେ ଚାଳକ ଏହି ଅସମ୍ପୂର୍ଣ୍ଣ ୱାଇ ଫର୍ମ ପୂରଣ କରି ମୁକୁଳି ଯାଉଛନ୍ତି। ଓଭରଲୋଡିଂ କରି ଦିନ ଦି ପ୍ରହରରେ ଅଧିକାଂଶ ହାଇୱା ବାଲି ପରିବହନ କରୁଥିଲେ ସୁଦ୍ଧା ସେମାନଙ୍କ ଉପରେ ଅଙ୍କୁଶ ରହୁ ନ ଥିବାରୁ ରାସ୍ତା ଖରାପ ସାଙ୍ଗକୁ ଦୁର୍ଘଟଣା ହେଉଛି । ଜିଲାରେ ସବ୍‌ଡିଭିଜିନାଲ ଓ ତହସିଲସ୍ତରୀୟ ଏନ୍‌ଫୋର୍ସମେଣ୍ଟ କମିଟି ଅଛି । କିନ୍ତୁ କମିଟି ପକ୍ଷରୁ ଆଶାଜନକ ଚଢ଼ାଉ ନ ହେବା ଆଲୋଚନାର ବିଷୟ ପାଲଟିଛି। ଏ ସମ୍ପର୍କରେ ଜିଲାପାଳ ପାରୁଲ ପଟାୱରିଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରା ଯାଇଥିଲେ ସୁଦ୍ଧା ସେ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri