କେନାଲ, ବନ୍ଧ ରାସ୍ତା ଜଙ୍ଗଲରେ ପରିପୂର୍ଣ୍ଣ

ରଘୁନାଥପୁର,୧୭।୫(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ଦେଇ ଯାଇଥିବା ଜଇପୁର- ନୂଆପଡ଼ା ୧୧ ନଂ. କେନାଲର ରକ୍ଷଣାବେକ୍ଷଣ ହେଉନାହିଁ। ଏହାର ନୂଆପଡା ୮ ନଂ.ୱାର୍ଡ ଓମ୍‌ଫେଡ ପ୍ଲାଣ୍ଟ ନିକଟରୁ ପଶ୍ଚିମକୁ ଏକ କି.ମି. ପର୍ଯ୍ୟନ୍ତ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି। ଏହି କେନାଲର ଦୁଇ ପାର୍ଶ୍ୱରେ ଥିବା ପାଦଚଲା ବନ୍ଧ ରାସ୍ତାରେ ମଧ୍ୟ ସମାନ ଅବସ୍ଥା ହୋଇଛି।
ଫଳରେ ଖରିଫ ଚାଷ ସମୟରେ କେନାଲରେ ଜଳ ପ୍ରବାହରେ ବାଧା ଉପୁଜିବା ନେଇ ଆଶଙ୍କା ରହିଛି।
ଏହି କେନାଲ ବନ୍ଧ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରିବା ପାଇଁ ସ୍ଥାନୀୟ ଦଳିତ ସାହିର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଉକ୍ତ କେନାଲର ରକ୍ଷଣାବେକ୍ଷଣ ପାଇଁ ସଫେଇ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ନିୟୋଜିତ ଠିକାଦାର ଉପର ଠାଉରିଆ ଭାବେ କାର୍ଯ୍ୟକରି ଲକ୍ଷାଧିକ ଟଙ୍କା ଚଳୁ କରିଦେଉଛନ୍ତି ବୋଲି ସ୍ଥାନୀୟ ଅଧିବାସୀ ପ୍ରଶାନ୍ତ ଦାସ ଓ ଶକୁନ୍ତଳା ଦାସ ଅଭିଯୋଗ କରିଛନ୍ତି। ପ୍ରଚଣ୍ଡ ରୌଦ୍ରତାପରେ ଜମିବାଡି ଶୁଖି ଆଁ କରିଥିବାବେଳେ କେନାଲ ଓ ଦୁଇ ପାର୍ଶ୍ୱ ବନ୍ଧ ଜଙ୍ଗଲରେ ପରିଣତ ହେବା ଜଳସେଚନ ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇଛି ବୋଲି ଗ୍ରାମବାସୀ କହିଛନ୍ତି।
ଉକ୍ତ କେନାଲ ବନ୍ଧ ରାସ୍ତା ଦେଇ ଦଳିତସାହି ଲୋକେ ମୁଖ୍ୟରାସ୍ତାକୁ ବାହାରିଥାନ୍ତି। ଦୀର୍ଘଦିନରୁ ଏହି ବନ୍ଧ ରାସ୍ତାକୁ ସୁଦୃଢ କରି ଯାତାୟତ ଉପଯୋଗୀ କରିବା ପାଇଁ ଗ୍ରାମବାସୀ ଦାବିକରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଦିବାକର ଦାସ ଓ ମନୋରମା ଦାସ କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ସାହେଦା ତବସୁମଙ୍କୁ ଯୋଗାଯୋଗ କରିବାରେ, ଏହା ଜଳସେଚନ ବିଭାଗ ଅଧୀନରେ ରହିଛି, ଏଥିରେ ପଞ୍ଚାୟତ କୌଣସି ଅନୁଦାନ ଦେଇପାରିବ ନାହିଁ ବୋଲି କହିଛନ୍ତି। ତେବେ ସେ ମଣିଜଙ୍ଗାସ୍ଥିତ ବିଭାଗୀୟ ଏସ୍‌ଡିଓଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିବା କହିଛନ୍ତି। ମୌସୁମୀ ବର୍ଷା ଆସିବା ପୂର୍ବରୁ ଯଥାଶୀଘ୍ର ଉକ୍ତ କେନାଲ ଓ ଦୁଇପାର୍ଶ୍ୱ ବନ୍ଧକୁ ସଫେଇ କରିବା ସହ ଡାହାଣ ପାର୍ଶ୍ୱ ପାଦଚଲା ବନ୍ଧ ରାସ୍ତାକୁ ମୋରମ ମେଟାଲ ପକାଇ ସାଧାରଣଜନତାଙ୍କ ଯାତାୟାତ ଉପଯୋଗୀ କରିବାକୁ ନିରୂପମା ଦାସ, ଅମିତା ଦାସ, ଭାରତୀ ଦାସ, କନକ ଦାସ, ନୀଳମଣି ଦାସ, ବାସନ୍ତୀ ଦାସ ପ୍ରମୁଖ ଜିଲାପାଳ, ଜଳସମ୍ପଦ ମନ୍ତ୍ରୀ ଓ ସଚିବଙ୍କୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ କୁହନ୍ତି, ନିର୍ଦ୍ଧାରିତ ସମୟରେ କେନାଲ ସଫେଇ କରାଯିବ। ଏହାଛଡା ସେ ନିଜେ ଉକ୍ତ ସ୍ଥାନରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?