ମରଣଯନ୍ତା ପାଲଟିଛି ନୂଆ ଜଗନ୍ନାଥ ସଡକ

ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଏବଂ କୋଣାର୍କ ଯାଉଛନ୍ତି । ଶହ ଶହ ଭାରିଯାନ ମଧ୍ୟ ଏହି ବାଟ ଦେଇ ଦୈନିକ ଯିବା ଆସିବା କରିଥାନ୍ତି । କିନ୍ତୁ ଏହି ରାସ୍ତାର ଶ୍ରୀ ମୁକୁନ୍ଦପୁର ଠାରୁ ପ୍ରତାପରାମଚନ୍ଦ୍ରପୁର (ପାଟେଳି) ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ବିରାଟ ବିରାଟ ଫାଟ ସବୁ ହୋଇ ଗଲାଣି । ଦୁଇ କଂକ୍ରିଟ ମଧ୍ୟରେ ଥିବା ଜଏଣ୍ଟ ସବୁ ଛାଡି ଗଲାଣି । କଂକ୍ରିଟ ରାସ୍ତା ମଧ୍ୟ ତଳ ଉପର ହୋଇ ଗଲାଣି । ଏଣୁ ଏହି ରାସ୍ତା ଦେଇ ଗାଡିଗୁଡିକ ବେଗରେ ଯିବାବେଳେ ଏହି ଫାଟ ଭିତରେ ଚକ ପଡି ଦୁର୍ଘଟଣାର ଶିକାର ହେଉଛିି । ବିଶେଷକରି ଦୁଇ ଚକିଆ ଯାନଗୁଡିକ ଏହି ଫାଙ୍କରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । କିଛି ସପ୍ତାହ ପୂର୍ବେ ଏହି ଫାଟ ଯୋଗୁ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହେଇଥିଲେ । ତେବେ ଏହି ଫାଟରେ ପିଚୁର କୋଟିଂଗ ଦେଲେ କିଛି ଲାଭ ହେଉ
ନାହିଁ । ତାହା ପୁଣି ଛାଡି ଯାଉଛି । ଏଣୁ ଏହି ଗୁରୁତ୍ୱପୂର୍ଣ ରାସ୍ତାର ଉନ୍ନତି
ପାଇଁ ସାଧାରଣ ଜନତା ଦାବି କରିଛନ୍ତି । ଏହି ରାସ୍ତାର କେଶରପୁର ଠାରୁ ରୁଆ ଯାଏଁ ଆଉ ଥରେ ନୂଆ ଉନ୍ନତମାନର କଂକ୍ରିଟ ଲେୟାର ( ପିକ୍ୟୁସି ) ଦେବାକୁ ଦାବି ହେଉଛି । ଏହାକୁ ପୂର୍ତ୍ତ ବିଭାଗ ତଥା ରାଜ୍ୟ ପ୍ରଶାସନର ନଜରକୁ ଆଣିବା ନିମନ୍ତେ ବିଭିନ୍ନ ଟ୍ବିଟ୍‌ କରାଯାଇଛି ଏବଂ ପୂର୍ତ୍ତ ବିଭାର ମୁଖ୍ୟ ଯନ୍ତ୍ରୀ ତାର ପ୍ରସାଦ ମିଶ୍ରଙ୍କୁ
ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଛି ଏବଂ ସେ ମଧ୍ୟ ଏହାକୁ ତାଙ୍କ ନଜରକୁ ଆଣିଥିବାରୁ ଧନ୍ୟବାଦ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଅଧିକାରୀଙ୍କୁ ଆକ୍ରମଣ କଲେ ମୋରମ ମାଫିଆ: ଜୀବନରୁ ମାରିଦେବାକୁ ଧମକ

ଖଇରା,୧୬।୫(ଉତ୍କଳ ବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ…

ଚଳନ୍ତା ଟ୍ରେନ୍‌ ଆଗକୁ ବାଇକ୍‌ ଧରି ପଶିଆସିଲେ ଅଜଣା ବ୍ୟକ୍ତି: ଆଉ ତା’ପରେ ଘଟିଲା…

ଅତାବିରା, ୧୬/୫(ଯୁଧିଷ୍ଠିର ମହାପାତ୍ର):ବରଗଡ ଜିଲା ଅତାବିରା ଥାନା ଅନ୍ତର୍ଗତ ବରଗଡ ସମ୍ବଲପୁର ରେଲୱେ ଡାଉନ ଲାଇନର ଭୋଇପାଲି ଓଭର ବ୍ରିଜ ପାଖରେ ଜୈନେକ ବ୍ୟକ୍ତି କଟି ଯିବାରୁ…

ପୁଣି ଆଉ ଗୋଟିଏ ଦେଶ ଉପରେ ଏୟାରଷ୍ଟ୍ରାଇକ୍‌ କଲା ଆମେରିକା: ISISର ଦ୍ୱିତୀୟ ସର୍ବୋଚ୍ଚ କମାଣ୍ଡର ନିହତ

ଓ୍ବାଶିଂଟନ୍‌,୧୬।୫: ଇରାନ ପରେ ପୁଣି ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରିଛି ଆମେରିକା। ନାଇଜେରିଆ ଉପରେ ଆମେରିକା ଏୟାରଷ୍ଟ୍ରାଇକ୍‌ କରିଥିବା ଜଣାପଡ଼ିଛି। ଅବଶ୍ୟ ଆମେରିକା ଏବଂ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ପୋଲିସ ଡିଜି ଦୌଡ଼ରେ ୧୧ ବରିଷ୍ଠ ଆଇପିଏସ୍‌ ଅଧିକାରୀ, ଶର୍ଟଲିଷ୍ଟ ଦାଖଲ: ଜାଣନ୍ତୁ କିଏ କିଏ ଅଛନ୍ତି…

ଭୁବନେଶ୍ୱର,୧୬ା୫(ତ୍ରିନାଥ ମହାନ୍ତି):ଆସନ୍ତା ଅଗଷ୍ଟ ୩୧ରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଆଗୁଆ ନୂଆ ପୋଲିସ ଡିଜି ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି…

୨୫ରୁ ଅଧିକ ଶ୍ରମିକ ନେଇ ଆସୁଥିବା ପିକଅପ ଭ୍ୟାନ ଓଲଟିଲା, ଆହତ ହସ୍ପିଟାଲରେ ଭର୍ତ୍ତିି

ବାସୁଦେବପୁର,୧୬।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ସଦର ମହକୁମାରୁ ବାସୁଦେବପୁରକୁ ଏକ ଛାତ ଢାଳିବାକୁ ଏକ ପିକଅପରେ ଆସୁଥିବା ୨୫ରୁ ଅଧିକ ଶ୍ରମିକ ଶନିବାର ସଡ଼କ ଦୁର୍ଘଟଣାର…

ମହଙ୍ଗା ହୋଇଯିବ ବିଜୁଳି! ଗ୍ରାହକଙ୍କ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୬।୫: ମଧ୍ୟପ୍ରାଚ୍ୟ ସଙ୍କଟ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରିଛି, ଏବଂ ଭାରତ ମଧ୍ୟ ଏହାର ବ୍ୟତିକ୍ରମ ନୁହେଁ। ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri