ସାମାନ୍ୟ ବନାନ ତ୍ରୁଟି ପାଇଁ

ଯାଜପୁର ଅଫିସ,୧୭ା୫ : ପୂର୍ବତଟ ରେଳପଥ ଅଧୀନ ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ କରି ଯାଜପୁର ରୋଡ ନାମରେ ନାମିତ କରିବାକୁ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଛନ୍ତି। ହେଲେ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଇଂଲିଶରେ ନାମର ସ୍ପେଲିଂ ଉପରେ ସାମାନ୍ୟ ପାର୍ଥକ୍ୟ ରହିଥିବାରୁ ତାହା ଅଟକି ରହିଛି। ତା୨୦ା୧୨ା୨୦୨୨ରିଖରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜି. ପାର୍ଥସାରଥି ନାମକରଣକୁ ନେଇ ଚୂଡ଼ାନ୍ତ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଏଯାଏ ଅଟକି ରହିଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ JAJAPUR ROAD ଏବଂ ରାଜ୍ୟ ସରକାରଙ୍କ ରିପୋର୍ଟରେ JAJPUR ROAD ରହିଛି। ସାମାନ୍ୟତମ ଇଂଲିଶ ଅକ୍ଷର A କୁ ନେଇ ଦିନ ଗଡ଼ି ଚାଲିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଅଧୀସ୍ଥନ ସଚିବ ଦେବାଶିଷ ମହାନ୍ତି ୧୫ା୫ା୨୦୨୩ରେ ତୁରନ୍ତ ନାମକରଣ ଉପରେ ମତ ରଖିବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ବ୍ୟାସନଗର ସହରରେ ଥିବା ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନକୁ ନାମ ପରିବର୍ତ୍ତନ କରି ଯାଜପୁର ରେଳ ଷ୍ଟେଶନ ନାମରେ ନାମିତ କରିବାକୁ ୩୦ା୧୦ା୨୦୧୮ ଓ ୩୦ା୧୧ା୨୦୧୮ରେ ତତ୍କାଳୀନ ରେଳମନ୍ତ୍ରୀ ପିୟୁସ ଗୋୟେଲଙ୍କୁ ଦିଲ୍ଲୀ ବାରଡପୁରରେ ରହୁଥିବା ହରିଶ୍ଚନ୍ଦ୍ର ସାହୁ ପତ୍ର ମାଧ୍ୟମରେ ଦାବି କରିଥିଲେ ା ଏପରି କି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏନେଇ ୨୨ା୭ା୨୦୧୯ରେ ଦୃଷ୍ଟି ଆକର୍ଷଣ କରିଥିଲେ ା ଦାବିପତ୍ରରେ ସେ ଦର୍ଶାଇଥିଲେ, ଇଷ୍ଟକୋଷ୍ଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନର ନାମ ସମ୍ପୂର୍ଣ୍ଣ ଭୁଲ ା କେନ୍ଦୁଝର ଜିଲାକୁ ପୂର୍ବରୁ ରେଳଲାଇନ ଯାଇଛି ଓ କେନ୍ଦୁଝର ରୋଡ ରେଲୱେ ଷ୍ଟେଶନ ନାମ ରହିଛି, ଯାହାକି କେନ୍ଦୁଝର ଜିଲା ଅନ୍ତର୍ଗତ ା ଇଂରେଜ ଶାସନ କାଳରେ ଏହି ଷ୍ଟେଶନ ସ୍ଥାପିତ ହୋଇଥିଲା ା ଯାଜପୁର ଓ କେନ୍ଦୁଝର ଜିଲା ସମ୍ପୂର୍ଣ୍ଣ ଅଲଗା ା ଯାଜପୁର-କେନ୍ଦୁଝରରୋଡ ନାମ କେନ୍ଦୁଝର ଜିଲା ଅର୍ନ୍ତଗତ ବୋଲି ମନେ ହେଉଛି ା ଯେହେତୁ ଯାଜପୁର ଜିଲା ଏକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇ ସାରିଛି, ତେଣୁ ଏହି ଷ୍ଟେଶନର ନାମରେ କେନ୍ଦୁଝର ଯୋଡିବାର ଆଉ ଆବଶ୍ୟକତା ନାହିଁ ା ଗୋଟିଏ ଷ୍ଟେଶନର ନାମରେ ଦୁଇଟି ଜିଲାର ନାମ ରହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ା ତେଣୁ ଏହି ଷ୍ଟେଶନର ନାମ ପରିବର୍ତ୍ତନ କରିବାକୁ ସାହୁ ଦାବି କରିଥିଲେ। ଏହି ଦାବି ଉପରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାଜପୁର ଜିଲାପାଳ ଏବଂ ସ୍ଥାନୀୟ ଲୋକଙ୍କ ମତାମତ ଲୋଡା ଯାଇଥିଲା। ଜିଲାପାଳ ଯାଜପୁର ରୋଡର କେତେକ ବୁଦ୍ଧିଜୀବୀଙ୍କ ସହ ବୈଠକ କରି ଏହି ନାମ ପରିବର୍ତ୍ତନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସ୍ଥାନୀୟ ଲୋକେ ଏହି ଷ୍ଟେଶନର ନାମ ଯାଜପୁର ରୋଡ କରିବାକୁ ଦାବି କରିଥିଲେ, ଅନ୍ୟଥା ନାମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ବୋଲି ମତ ଦେଇଥିଲେ। ତଦନୁସାରେ ଯାଜପୁର ଜିଲାପାଳ ତାଙ୍କ ପତ୍ରସଂଖ୍ୟା ୯୫୨/ଜିଏମ୍‌/ ୧୮ା୩ା୨୦୨୦ରେ ପରିବହନ ବିଭାଗରେ ଯଥାର୍ଥତା ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ଆଜକୁ ପ୍ରାୟ ୩ ବର୍ଷ ହେଲା ଏହି ନାମ ପରିବର୍ତ୍ତନ ପ୍ରସଙ୍ଗ ଗଡ଼ି ଚାଲିଛି। ସାମାନ୍ୟ ସ୍ପେଲିଂ ତ୍ରୁଟିକୁ ନେଇ ପାଖାପାଖି ୧ ବର୍ଷ ପତ୍ର ଆଦାନ ପ୍ରଦାନରେ ପଦକ୍ଷେପ ସୀମିତ ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?