ଆମ ଜିଲା ଖବର

ସ୍ବତନ୍ତ୍ରତା ବଜାୟ ରଖିଛି ଦଣ୍ଡନୃତ୍ୟ

ବଅଁରପାଳ, ୧୩ା୪ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପରମ୍ପରା ବେଶ୍‌ ପୁରାତନ। ଶୈବ ଧର୍ମ ଉପରେ ଏହା ସମ୍ପୂର୍ଣ୍ଣ ଆଧାରିତ। ଭଗବାନ ଶିବଙ୍କ ଉପାସନା ଏହି ନୃତ୍ୟର ବିଶେଷତ୍ୱ। କଠୋର ସାଧନା ମାଧ୍ୟମରେ ଆହାର, ନିଦ୍ରା ପରିତ୍ୟାଗ କରି ତଥା ଶିବଙ୍କ…

ଉପଶମ ହେଉଛି ଉପାନ୍ତ କ୍ଷତ

ଢେଙ୍କାନାଳ ଅଫିସ୍‌, ୧୩।୪: ଶିଳ୍ପରେ ସମୃଦ୍ଧ। ଅଥଚ ଅପହଞ୍ଚ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେଉ ନ ଥିଲା। କେତେବେଳେ ଭୋକର ଭୂଗୋଳ ତ ଆଉ କେବେ ଜନନୀ ଯନ୍ତ୍ରଣାର ଚିତ୍ର ଦୋହଲାଇ ଦେଉଥିଲା। ନା ନା ଯୋଜନା ସତ୍ତ୍ୱେ ବର୍ଷ ବର୍ଷ…

ବ୍ରାହ୍ମଣୀ କୂଳର ଶୋଷିଲା ଗଁା କମଳାଙ୍ଗ

ଢେଙ୍କାନାଳ ଅଫିସ, ୧୩।୪: ଗଁା ନିକଟରେ ପ୍ରବାହିତ ହେଉଛି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ। ଶିଳ୍ପସଂସ୍ଥା ପାଣି ଶୋଷୁଛନ୍ତି। ଜମିକୁ ଜଳଯୋଗାଣ ହେଉଛି। ହେଲେ ନଦୀ ନିକଟରେ ଶୋଷରେ ଆଉଟୁପାଉଟୁ ହେଉଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ପଞ୍ଚାୟତର…

ପୌର ବୈଠକରେ ଆରମ୍ଭରୁ ହୋହଲ୍ଲା

ଅନୁଗୋଳ ଅଫିସ, ୧୩ା୪: ଅନୁଗୋଳ ପୌରପାଳିକାର ଏକ ବୈଠକ ବୁଧବାର ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକ ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଥିଲା। ବିଶେଷକରି ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ…

ସୂର୍ଯ୍ୟମୁଖୀ ଚାଷ ପ୍ରତି ବଢୁଛି ଆଗ୍ରହ

ଧରାକୋଟ,୧୩ା୪(ଡି.ଏନ୍‌.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରୋତ୍ସାହନ ସହ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସଚେତନତା ଯୋଗୁ ଧୀରେ ଧୀରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକମାନେ ସୂର୍ଯ୍ୟମୁଖୀ ଚାଷ ପାଇଁ ଆଗ୍ରହୀ ହୋଇ ଏହି ଚାଷକୁ ଆପଣେଇ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ…

ନିମ୍ନମାନର ଦୁଡୁକି ବକ୍ସ କଲଭର୍ଟ କାମ

ଫୁଲବାଣୀ ଅଫିସ, ୧୩ା୪: କନ୍ଧମାଳ ଜିଲା ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ବିଭାଗ ଅଧୀନରେ ଚାଲିଥିବା ଏକ ବକ୍ସ କଲ୍‌ଭର୍ଟ(ପୋଲ) କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି କାର୍ଯ୍ୟରେ ରଡ଼, ମେଟାଲ, ଚିପ୍ସ, ସିମେଣ୍ଟ, ବାଲି ଆଦି ନିମ୍ନମାନର ବ୍ୟବହୃତ ହେଉଛି।…

ସଚେତନତା ଅଭାବରୁ ବାଦ୍‌ ପଡୁଛନ୍ତି ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୩।୪: ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ଅଧିକାର ଆଇନ୍‌ ୧୨-(୧-(ସି) ୨୦୦୯ ଆଇନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୧୬୧ ଜଣ ଛାତ୍ରୀଛାତ୍ର ବିଭିନ୍ନ ଘରୋଇ ସ୍କୁଲରେ ସାମିଲ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗତ…

ଖଣି କର୍ମଚାରୀଙ୍କ ୫ କୋଟି ଇପିଏଫ୍‌ ଟଙ୍କା ଆତ୍ମସାତ୍‌

କାଳିଆପାଣି,୧୩ା୪(ଡି.ଏନ.ଏ.): ଯାଜପୁର ଜିଲାରେ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରିବା କେତେଜଣ ଖଣି ମାଲିକଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦରମା ପରେ ଏବେ କର୍ମଚାରୀ ଓ ଶ୍ରମିକଙ୍କ ଭବିଷ୍ୟତ ନିଧି ଟଙ୍କା ଆତ୍ମସାତ୍‌ କରାଯାଉଛି ବୋଲି ଅଭିଯୋଗ ହୋଇଛି…

ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର କକ୍ଷ ଖୋଲିଲାନି

ମହାକାଳପଡ଼ା,୧୩ା୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଦିନକ ପରେ ଝାମୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମା’ଙ୍କ ପୀଠ ପରିସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସି ଭଳିକିଭଳି ଦୋକାନ ପସରା ମେଲାଇଲେଣି। ଏହି ଝାମୁଯାତ୍ରାରେ…

ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ,୧୩ା୪ (ସ୍ବ.ପ୍ର.): ସ୍କୁଲ୍‌ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ…

ଫାଇଲ୍‌ ତଳେ ୨ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରସ୍ତାବ

କେନ୍ଦ୍ରାପଡ଼ା ଅଫିସ,୧୩ା୪: କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍‌ ସଫେଇକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କ ସହର ଉନ୍ନୟନ ବିଭାଗ ପକ୍ଷରୁ ୨ଟି ଡ୍ରେନେଜ ୱାଟର…

ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା

ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ନଦୀବନ୍ଧ ସୁଦୃଢୀକରଣ ନାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?