‘ଆମ ଜମି ଆମକୁ ଫେରାଅ’

ଯାଜପୁର ଅଫିସ,୧୭ା୫ : ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ, କଳ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ, ସହାନୁଭୂତିଶୀଳ ଏକଥା ମେସ୍କୋ ଷ୍ଟିଲ କାରଖାନା କ୍ଷେତ୍ରରେ ଦେଖିବାକୁ ମିଳୁଛି । ଦୀର୍ଘ ୪ ବର୍ଷ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଥମକରି ପାଦ ରଖିଥିବା ଏହି କମ୍ପାନୀ ନିଜର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଜମିହରା, ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାକୁ ଝୁଲାଇ ରଖିବା ଚିରାଚରିତ ଅଭ୍ୟାସରେ ପରିଣତ ହୋଇଛି ବୋଲି ଅଭିଯୋଗ ହୋଇଛି। ନବେ ଦଶକରୁ କମ୍ପାନୀ ମାଲିକ ଯେତେ ଲାଭ ଉଠାଇଛନ୍ତି ତା’ ପଛରେ ପରିଚାଳନା କର୍ତ୍ତୃପକ୍ଷ ଓ ଅଧିକାରୀ-କର୍ମଚାରୀଙ୍କ ଯେତିକି ଶ୍ରେୟ ରହିଛି ତା’ଠାରୁ ଢେର ଅଧିକ ବିସ୍ଥାପିତ ପରିବାରଙ୍କ ରହିଛି । କିନ୍ତୁ ବିସ୍ଥାପିତଙ୍କ ଥଇଥାନ ସମସ୍ୟା ଉପରେ କମ୍ପାନୀ ବେଖାତିର କରି ଚାଲିଛନ୍ତି। ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖୁରୁଣ୍ଟି ମୌଜାର ସିଆରିଆ ଗ୍ରାମର ୧୯.୬ ଏକର ଜମି ଅଧିଗ୍ରହଣ କରି କମ୍ପାନୀ କର୍ତ୍ତୃପକ୍ଷ କୌଣସି କାମରେ ନ ଲଗାଇବାରୁ କ୍ଷତିଗ୍ରସ୍ତ ପ୍ରଜା ସବୁକ୍ଷେତ୍ରରେ ଅବହେଳାର ଶିକାର ହୋଇଛନ୍ତି। ତେଣୁ କ୍ଷତିଗ୍ରସ୍ତ ପ୍ରଜା ତାଙ୍କର ଜମି ଫେରାଇ ଦେବାକୁ ଜିଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଚାଲିଛି ଶିଳ୍ପସଂସ୍ଥା ରାଜ । ଏଥିରେ ଓଡ଼ିଶା ସରକାରଙ୍କ ଇଡ୍‌କୋ ସଂସ୍ଥା ମଧ୍ୟସ୍ଥି ସାଜିଥିବା ପରିଲକ୍ଷିତ ହେଉଛି । କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରୁଛନ୍ତି, ଭୂଅର୍ଜନ ଆଇନରେ ବିଜ୍ଞପ୍ତି ଜାରି କରାଇ ସଂପୃକ୍ତ ଜମିର ବିକ୍ରିବଟା, ବନ୍ଧକରୁ ରୟତଙ୍କୁ ବର୍ଷ ବର୍ଷ ଧରି ବଞ୍ଚିତ କରାଉଛନ୍ତି । ସେଥିପାଇଁ ଘରେ କିଏ ବେମାର ପଡିଲେ ଭୂସମ୍ପତ୍ତି ଥାଇ ସୁଦ୍ଧା ରୟତ ଟଙ୍କା ଯୋଗାଡ଼ରେ ବାରଦୁଆର ହେଉଛନ୍ତି । ପିଲାଙ୍କ ପାଠପଢା, ବିବାହ ଅଟକି ଯାଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଉପରୁ ପଡୁଥିବା ଚାପ ଯୋଗୁ ରାଜସ୍ବ ପ୍ରଶାସନ ଦିନରାତି ଏକ କରି ଦେଉଛନ୍ତି । ଜମିର ମୂଲ୍ୟାୟନ ଶାଗମାଛ ଦର ଭଳି ହେଲେ ଭୂଅର୍ଜନ ପ୍ରକ୍ରିୟା ସୁରୁଖୁରୁରେ ହୋଇଯାଉଛି । ଯଦି ଜମିର ମୂଲ୍ୟାୟନରେ ରୟତଙ୍କୁ ନ୍ୟାୟ କରାଗଲା କଥା ସରିଲା । ବର୍ଷ ବର୍ଷ ଧରି ରୟତଙ୍କୁ ଆର୍ଥିକ ଅନଟନରେ ପକାଇ ପ୍ରଶାସନକୁ ଖଟାଇ ହଠାତ୍‌ ଶିଳ୍ପପତି ଭୂଅର୍ଜନ ଦରଖାସ୍ତ ପ୍ରତ୍ୟାହାର କରି ନେଉଛନ୍ତି । ଜିଲାରେ ପ୍ରତିଷ୍ଠିତ ମେସ୍କୋ ଶିଳ୍ପ ସଂସ୍ଥା ନିକଟରେ ଏଭଳି କରିଛନ୍ତି । ଅଭିଯୋଗ ଅନୁସାରେ ୧୯୯୨ରେ ରାଜ୍ୟ ସରକାର ମେସ୍କୋ ଷ୍ଟିଲ ନାମରେ ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ପ୍ରଜାଙ୍କଠାରୁ ନାମକୁ ମାତ୍ର ଦରରେ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ହରାଇଥିବା ସମସ୍ତ ପ୍ରଜାଙ୍କୁ ସେତେବେଳେ ନିଯୁକ୍ତି ସହ ଅନ୍ୟାନ୍ୟ ଥଇଥାନ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ମେସ୍କୋ ଷ୍ଟିଲ କାରଖାନା ପ୍ରତିଷ୍ଠା ପରେ ୯୫ ବାସଚ୍ୟୁତ ପରିବାରଙ୍କ ମଧ୍ୟରୁ ୭୬ ଜଣଙ୍କୁ ନିଯୁକ୍ତି ମିଳିଥିଲା। ବାକି ୧୯ ଜଣ ବାସଚ୍ୟୁତ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ। ଏହାବାଦ୍‌ ବିଭିନ୍ନ ସମୟରେ ମେସ୍କୋ ଷ୍ଟିଲ ବନ୍ଦ ହେବା ସହ ନିୟମିତ ଭାବେ କର୍ମଚାରୀମାନେ ଦରମା ପାଉ ନ ଥିଲେ। ଗତ ୪ ବର୍ଷ ହେବ ମେସ୍କୋ ଷ୍ଟିଲ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହେବା ଫଳରେ କର୍ମଚାରୀମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବାସଚ୍ୟୁତ ପରିବାରଙ୍କ ମୂଲ୍ୟବାନ ଜମି ସହ ସମ୍ପତ୍ତି, ଘର, ଗଛ ଆଦି ଚାଲିଯାଇଥିବାବେଳେ ଏବେ ନିଯୁକ୍ତି ନ ପାଇ ଭୋକ ଉପାସରେ କାଳତିପାତ କରୁଛନ୍ତି। ଏବେ ପୁଣି ଖାଲି ପଡିଥିବା ଉକ୍ତ ଜମିକୁ ମୂଳ ଜମି ମାଲିକଙ୍କ ଅଜାଣତରେ ଅନ୍ୟ କେତେକ ସଂସ୍ଥାକୁ ବିକ୍ରୀ କରାଯାଉଛି। ତେଣୁ ଅସଲି ମାଲିକଙ୍କୁ ଉକ୍ତ ଜମି ଫେରାଇ ଦେବାକୁ ଜମିହରା ପରିବାର ନିବେଦନ କରିଛନ୍ତି। ଜମିହରା ପରିବାରଙ୍କ ମଧ୍ୟରୁ ଅନେକ ପରିବାର ପ୍ରତିପୋଷଣ ପାଇଁ ବାହାରକୁ କାମଧନ୍ଦା ଅନ୍ବେଷଣରେ ଯିବାକୁ ବାଧ୍ୟ ହୋଇଛନ୍ତି ା ବିକାଶର ଏକମାତ୍ର ଆଧାର ଭାବେ ଗ୍ରହଣ କରି ସରକାର ଶିଳ୍ପାୟନକୁ ଯେଭଳି ପ୍ରେତ୍ସାହିତ କରୁଛନ୍ତି ତା’ଦ୍ୱାରା କୃଷି ଓ କୃଷକଙ୍କ କିପରି ବିନାଶ ସାଧିତ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ସାଇରିଆ ଗ୍ରାମରେ ଦେଖିବାକୁ ମିଳିଛି ା ସିଆରିଆ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଶେଖ ଅବୁସୁଫିଆନ, ଶେଖ ମକସୁଦ, ଶେଖ୍‌ ମୁରସଲିମ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ମଧ୍ୟ ଲୋକଙ୍କ ହାରିଗୁହାରି ନ ଶୁଣି କେବଳ କମ୍ପାନୀବାଲାଙ୍କ ସହାୟକ ହୋଇଛି। ତାହା ବିଡମ୍ବନା ଛଡା ଆଉ କିଛି ନୁହଁ । ଅସଲି ଜମି ମାଲିକମାନେ ତାଙ୍କ ଜମି ଫେରି ପାଇଲେ ପୁଣି ଚାଷବାସ କରି ପରିବାର ପ୍ରତିପୋଷଣ କରି ପାରିବେ। ତେଣୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ନୂତନ କମ୍ପାନୀଗୁଡିକୁ ଉକ୍ତ ଜମି ବଣ୍ଟନ କରାଯାଉଛି ସେମାନଙ୍କ ଜରିଆରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

ଟିଟିଲାଗଡ଼: ବଢ଼ିଲା ସୁରେନ୍ଦ୍ରଙ୍କ ବିଜେଡିରେ ଯୋଗଦାନ ଚର୍ଚ୍ଚା

ସଇଁତଲା,୨୮ା୩(ରାଖାଲ ପ୍ରସାଦ ଶତପଥୀ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳଗୁଡ଼ିକ ଭିତରେ ଆଶାୟୀଙ୍କ ପ୍ରାର୍ଥୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାଜପା ଲୋକ ସଭା ସଦସ୍ୟଙ୍କ...

ସୁଦାମ-ନବଚରଣ ଲଢ଼େଇ

ବାରିପଦା,୨୮ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଭାଜପା ଓ ବିଜେଡି ପକ୍ଷରୁ ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଜିଲାରେ ନିର୍ବାଚନୀ ଉଷ୍ମତା ଜୋର ଧରିଛି। ଦୁଇ ପ୍ରମୁଖ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri