ବଢୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି
କେନ୍ଦ୍ରାପଡ଼ା,୧୪ା୭(ଜଗନ୍ନାଥ ଧଳ): ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ୍ ବା ଦୋକାନରେ ସଜା ହେଉଛି। ରଙ୍ଗବେରଙ୍ଗ ମିଠା ସହ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ରଙ୍ଗିନ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ…
ନିରୀହ ଜମିହରାଙ୍କୁ କାରଖାନା ମନା
ଯାଜପୁର/କଳିଙ୍ଗନଗର,୧୪ା୭(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ମାଣତିରା ଗ୍ରାମର ନିରୀହ ଜମିହରାଙ୍କୁ କାରଖାନା ଗେଟ୍ ପରିସରରେ ବି ପାଦ ଥାପିବା ମନା। ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି ଡବଲ ବୁଲ୍ ସିମେଣ୍ଟ ନୁଭୋକୋ(ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ। ଏହି ସିମେଣ୍ଟ…
ହତ୍ୟା କରି ଟ୍ରେନଲାଇନ୍କୁ ଫିଙ୍ଗି ଦେଇଥିଲେ
ବଲାଙ୍ଗୀର, ୧୩ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ଅଧୀନ ଅଇଁଲାଚୁଆଁ ଗାଁର ରଜତ ପ୍ରଧାନ(୨୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତମାନେ ରଜତଙ୍କୁ ହତ୍ୟା କରିବା ପରେ ରେଳଲାଇନ୍ କଡରେ ମୃତଦେହ ଫିଙ୍ଗିଦେଇ ଏହାକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା…
ବଳାତ୍କାର ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ
କୋକସରା,୧୩।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବଳାତ୍କାର ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳର ଏକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଡାକ୍ତରୀ ମାଇନା ପରେ ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି। ଗିରଫ ଶିକ୍ଷକ…
କୋଇଲା ବୋଝେଇ ଟ୍ରେନ୍ରେ ଲାଗିଲା ନିଆଁ
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଯାଜପୁର ଜିଲା ସୁକିନ୍ଦାରୁ କୋଇଲା ବୋଝେଇ କରି କେନ୍ଦୁଝର ଜିଲା ବାଂଶପାଣିକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ହରିଚନ୍ଦନପୁର ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବା ପରେ ଟ୍ରେନ୍ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।…
ଟ୍ରକ୍କୁ ପିଟିଲା ଟ୍ରକ୍
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୁତୁଲିପାଣି ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକଡାଉନ ହୋଇ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍ ପିଟି ହେବାରୁ ୪ଜଣ ଗୁରୁତର…
ଥାନାରୁ ଅଭିଯୁକ୍ତ ଫେରାର ମାମଲା: ଏଏସ୍ଆଇ, ଦୁଇ କନ୍ଷ୍ଟେବଲଙ୍କୁ ବଦଳି
ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ଘଟଣାରେ ଆନନ୍ଦପୁର ଥାନା ଏଏସ୍ଆଇ ଓ ଦୁଇ କନ୍ଷ୍ଟେବଲଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେମାନେ ହେଲେ ଥାନା ଏଏସ୍ଆଇ ଅନୁପ କୁମାର ଲୁଗୁନ, କନ୍ଷ୍ଟେବଲ ମିନାକ୍ଷୀ…
ବୈତରଣୀରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ
ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରୁ ଗୁରୁବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟାରେଜ ନିକଟ ଘାସ ବୁଦା ମୂଳରେ ରହିଥିବା ମୃତଦେହକୁ ଆନନ୍ଦପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ…
ଶିଶୁଖାଦ୍ୟ ସାମଗ୍ରୀ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ
ବ୍ରହ୍ମପୁର,୧୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡବଜାର ଛକରେ ଥିବା ବେବି ଫୁଡ଼ ଦୋକାନରେ ଗୁରୁବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ଦୋକାନରେ ଥିବା ସମସ୍ତ ପ୍ରକାର ଶିଶୁଖାଦ୍ୟ, ଚକୋଲେଟ,…
ବରଗଡ଼ ଜିଲା ପ୍ରଶାସନକୁ ମିିଳିଲା ‘ସ୍କଚ୍ ଆଓ୍ବାର୍ଡ’
ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ‘ବିଜେତା-ମେକିଂ ଚିଲଡ୍ରେନ ଏସ୍ପିରେଶନାଲ’ ଚାଲିଛି । ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ୟମରେ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଚାଲିଛି । ଜିଲାପାଳ…
ଦାରିଙ୍ଗବାଡି-ବାଲିଗୁଡ଼ା ଆଇଆଇସିଙ୍କ ବଦଳି
ଦାରିଙ୍ଗବାଡି,୧୩।୭(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ଏବଂ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫଙ୍କ ବଦଳି ହୋଇଯାଇଛି। କନ୍ଧମାଳ, ଗଜପତି, ଗଞ୍ଜାମ, ବ୍ରହ୍ମପୁର ଓ ବୌଦ୍ଧ ଜିଲ୍ଲାରୁ ମୋଟ ୧୭ଜଣଙ୍କ ବଦଳି ହୋଇଥିବା ବେଳେ ସେଥିମଧ୍ୟରେ କୌଶିକଙ୍କୁ…
୧୨ ମହିଳାଙ୍କୁ ମିଶନଶକ୍ତି ‘କାଫେ’ର ଦାୟିତ୍ୱ
କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ଅମ୍ବାଜି ମନ୍ଦିର ନିକଟରେ ଥିବା ମିଶନ ଶକ୍ତି କାଫେ ଓ ଭେଣ୍ଡିଂ ଜୋନ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ କରକମଳରେ ଗୁରୁବାର ଉଦଘାଟନ ହୋଇଯାଇଛି। ୱାର୍ଡ ନମ୍ବର-୩ସ୍ଥିତ ଗାୟତ୍ରୀ ମହିଳା ସ୍ବୟଂ…

