ଛତ୍ରପୁର,୨୭ା୮(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଏକପ୍ରକାର କାମଚଳାରେ ଚାଲିଛି ା କେଉଁଠି ଅଙ୍ଗନୱାଡି କର୍ମୀ ନାହାନ୍ତି ତ ଆଉ କେଉଁଠି ସହାୟିକା ନାହାନ୍ତି। ଏପରିକି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠାନାହିଁ ା ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କ ଯତ୍ନ ଓ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅଙ୍ଗନୱାଡି କେନ୍ଦ୍ର କାମ କରିଥାଏ ା ଜିଲାର ୨୨ଟି ବ୍ଲକ, ୧୬ ଏନ୍ଏସି, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ବ୍ରହ୍ମପୁର ମହାନଗର ନିଗମରେ ମୋଟ ୫୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହିଛି ା ଏକ ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଜିଲାର ୫୧୨୪ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଅଛନ୍ତି। ୩୭ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି ା ବ୍ରହ୍ମପୁର ମହାନଗର ନିଗମରେ ୩ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ରହିଥିବା ବେଳେ ଭଞ୍ଜନଗର, ବୁଗୁଡା, ଛତ୍ରପୁର,ସାନଖେମୁଣ୍ଡି, ଜଗନ୍ନାଥପ୍ରସାଦ ଓ ସୋରଡା ବ୍ଲକରେ ୩ଟି ଲେଖାଏ ଅଙ୍ଗନୱାଡି କର୍ମୀ ଖାଲି ରହିଛି ା ସେହିପରି ଧରାକୋଟ, ଦିଗପହଣ୍ଡି, କବିସୂର୍ଯ୍ୟନଗର, କୋଦଳା, କୁକୁଡାଖଣ୍ଡି, ପୋଲସରା ଓ ରଙ୍ଗେଇଲୁଣ୍ଡା ବ୍ଲକରେ ଗୋଟିଏ ଲେଖାଏ ଏବଂ ଖଲ୍ଲିକୋଟ ବ୍ଲକରେ ୯ଟି ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି ା ଉକ୍ତ କେନ୍ଦ୍ରଗୁଡିକ କାମଚଳାରେ ଚାଲିଛି ା ସେହିପରି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ୫୬ ସହାୟିକା ପଦବୀ ମଧ୍ୟ ଖାଲି ରହିଛି ା ଜିଲାରେ ଥିବା ୫୧୬୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୩୫୪୪ କେନ୍ଦ୍ରର ନିଜସ୍ବ ବିଲଡିଂ ଅଛି ା ଅନ୍ୟଗୁଡିକ କୋଠଘର କିମ୍ବା ସ୍କୁଲରେ ଚାଲିଛି ା ଦୈନିକ ଅଙ୍ଗନୱାଡି କେନ୍ଦ୍ରଗୁଡିକର ମନିଟରିଂ କରାଯାଉଥିବା କୁହାଯାଇଛି ା ସମୀକ୍ଷାରୁ ଜଣାଯାଇଛି ଯେ ଦୈନିକ ୯୫ ପ୍ରତିଶତ ଅଙ୍ଗନୱାଡି କେନ୍ଦ୍ର ଖୋଲୁଛି ା ୭୪ ପ୍ରତିଶତ ଶିଶୁ (୩ରୁ୬ ବର୍ଷ) ଉପସ୍ଥିତ ରହୁଛନ୍ତି। ୯୮ ପ୍ରତିଶତ ଶିଶୁଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ୮୬ ପ୍ରତିଶତ ଶିଶୁଙ୍କୁ କେନ୍ଦ୍ରରେ ପାଠ ପଢାଯାଉଥିବା ସୂଚନା ଦିଆଯାଇଛି ା
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ
ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…
ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ
ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

