ଜିଲାରେ ବଢୁଛି ଚୋରା, ନକଲି ମଦ କାରବାର

ଜଗତ୍‌ସିଂହପୁର, ୨୭ା୮(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ଚୋରା ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସହରଠାରୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ଏହି ର଼୍ୟାକେଟ୍‌ ତାର କାୟା ବସ୍ତାର କରି ଚାଲିଛି। ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ଚୋରା ବେପାରୀ ମାଷ୍ଟର ମାଇଣ୍ଡ ଥିବା କୁହାଯାଉଛି । ଏପରି କି କେତେକ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଖୁଲମଖୁଲା ମଦର ଆସର ଜମୁଛି। ହେଲେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଏତିକି ନୁହେଁ ନକଲି ମଦ କାରବାର ମଧ୍ୟ ଚିନ୍ତା ବଢ଼ାଇଲାଣି। ଏନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେଠାରୁ ଅବକାରୀ ବିଭାଗ ଓ ପୋଲିସ ଦାୟିତ୍ୱବାନ ନ ହେଲେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ଭାବେ ବହୁ ଅର୍ଥ ଖର୍ଚ୍ଚ କରାଯାଉଛି। ବର୍ଷ ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ଏହା କେବଳ ପ୍ରହସନ ପାଲଟିଛି। ଅସାଧୁ କର୍ମଚାରୀମାନେ ମାସିକିଆ ଚାନ୍ଦା ନେଇ ଚୁପ୍‌ ରହୁଥିବାରୁ ମଦ ଦୋକାନୀମାନେ ଚୋରା କାରବାରକାରୀଙ୍କୁ ପେଟି ପେଟି ବିଦେଶୀ ଓ ଦେଶୀ ମଦ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଗାଁଗୁଡିକରେ ଅବାଧରେ ଏହି କାରବାର ଅବାଧରେ ଚାଲିଛି। ଏଥିଯୋଗୁ ହିଂସା ବଢ଼ୁଛି । ଯୁବଗୋଷ୍ଠି ପଥହରା ହେଉଛନ୍ତି । ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଠିପିବନ୍ଦ ଏକ ନିର୍ଦ୍ଦିଷ୍ଟ ମଦ ଦୋକାନ ସମ୍ମୁଖରେ ସନ୍ଧ୍ୟା ହେଲେ ଆସର ଜମୁଛି। କାରବାରକୁ ଦେଖି ଏହା ପାର୍ଶ୍ୱରେ ଏକାଧିକ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିଯାଇଛି। ମଦ୍ୟପାନ ପରେ ଏହି ସ୍ଥାନରେ ଅନେକ ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ୍‌ ଓ ମଦ ବୋତଲ ଫୋପାଡି ଦେଉଛନ୍ତି। ଏହାଦ୍ୱାରା ମଦ ଦୋକାନ ସମ୍ମୁଖ ରାସ୍ତା ଓ ଏହା ପାର୍ଶ୍ୱ କେନାଲରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସନ୍ଧ୍ୟାରେ ଏହି ରାସ୍ତାଦେଇ ମହିଳା ଯିବା ତ ଦୂରର କଥା ସାଧାରଣ ଲୋକଟିଏ ଯିବାକୁ ଡରୁଛି । ରାତି ଓ ପ୍ରାତଃ ସମୟରେ ଉକ୍ତ ମଦ ଦୋକାନରୁ କାର, ଅଟୋ, ଚାରିଚକିଆ ଯାନ, ବାଇକ୍‌ ଓ ସ୍କୁଟର ଯୋଗେ ବହୁ ପରିମାଣର ମଦ ଜିଲା ଓ ବାହାରକୁ ଚୋରା ଚାଲାଣ ହେଉଛି। ଛୋଟ ଚୋରା କାରବାରକାରୀମାନେ ସ୍କୁଟର ଉପରେ ନିର୍ଭର କରୁଛନ୍ତି। ଅନ୍ୟପଟେ ଉକ୍ତ ମଦ ଦୋକାନରେ ଅନେକ ସମୟରେ ଚଢ଼ା ଦରରେ ମଦ ବିକ୍ରି ହେଉଛି । କିନ୍ତୁ ବିଲ୍‌ ଦିଆଯାଉନାହିଁ। ଗତବର୍ଷ ଖରାଦିନେ ଏହି ଦୋକାନରେ ଥିବା ସେଲ୍ସମ୍ୟାନ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ବିୟର ବିକ୍ରି କରୁଥିଲେ। ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହିଭଳି ଅନେକ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହାବାଦ୍‌ ଗାଁ ଗୁଡିକରେ ମଦ ଚୋରା ଚାଲାଣକାରୀମାନେ ନକଲିକୁ ଅସଲି କହି ସହଜରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରି ଚାଲିଛନ୍ତି । ଏହାକୁ ପିଇ ଅନେକ ଅସୁସ୍ଥ ହେବା ସହ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି। ଏହା ଉପରେ ଜଗତ୍‌ସିଂହପୁର ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସଙ୍କୁ ପଚାରିବାରୁ ସାନ ବଜାରସ୍ଥିତ ଏକ ମଦ ଦୋକାନ ଆଗରେ ମଦ୍ୟପଙ୍କ ଆସର ଚାଲିବା କଥା ସ୍ବୀକାର କରିଛନ୍ତି। ସେ କହିଛନ୍ତି,ଏହା ଭିତରେ ସେ ୨/୩ ଥର ଚଢ଼ାଇ କରିସାରିଲେଣି । ଆଗକୁ ସିସି କ୍ୟାମେରା ଲଗାଯିବା ପାଇଁ ଚିନ୍ତା କରାଯାଉଛି । ଏହି ମାସ ଭିତରେ ୬ଟି ଅବକାରୀ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଚୋରା ମଦ କାରବାର ସଂକ୍ରାନ୍ତୀୟ ୩ଟି ରହିଛି। ବାଇକ୍‌ରେ ମଦ ଚୋରା ଚାଲାଣ ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ସହ ମଦ ଜବତ କରିଛି। ଆଗକୁ ଚଢ଼ାଉ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି । ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ମଧ୍ୟ କାର୍ଯ୍ୟାନୁଷ୍ଠାନ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri