ହ୍ରାସପାଉଛି ପ୍ରାଣୀଧନ ସଂଖ୍ୟା

କେନ୍ଦ୍ରାପଡ଼ା,୨୭ା୮(ଜଗନ୍ନାଥ ଧଳ)ପ୍ରାଣୀଧନ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ସହ ଅର୍ଥ ବ୍ୟୟ କରାଯାଉଛି। ମାତ୍ର କୃଷିଭିତ୍ତିକ କେନ୍ଦ୍ରାପଡ଼ା ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ।ଗୋଚର ଜମି ଜବରଦଖଲକାରୀଙ୍କ ନିକଟକୁ ଚାଲି ଯାଉଥିବା ବେଳେ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ଚିକିତ୍ସାରେ ଅବହେଳା କରୁଛନ୍ତି, ଯାହା ଜିଲାର ଅର୍ଥନୀତି ଓ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ବୁଦ୍ଧିଜୀବୀ ଓ ଚାଷୀ ମତ ଦେଇଛନ୍ତି।
ମସିହାର ଗୃହପାଳିତ ପଶୁପକ୍ଷୀଙ୍କ ତଥ୍ୟ ଅନୁଯାୟୀ ଜିଲାରେ ୯,୨୪,୩୯୬ ଗୋମହିଷାଦି, ୧,୨୪,୫୯୦ ଛେଳି, ୩୮,୮୮୬ ମେଣ୍ଢା ଓ ୧,୩୮,୫୦୦ କୁକୁଡା ବତକ ଥିବାବେଳେ ୨୦୧୨ରେ ୩,୬୫,୮୯୦ ଗୋମହିଷାଦି, ୧,୦୭,୮୨୯ ଛେଳି, ୧୪,୮୮୫ ମେଣ୍ଢା ଓ ୧,୩୦,୮୨୯ କୁକୁଡା ବତକ ଥିଲେ। ସଦ୍ୟ ତଥ୍ୟ ଅନୁଯାୟୀ ୧୨ ପ୍ରତିଶତରୁ ଅଧିକ ପଶୁଧନ ହ୍ରାସ ପାଇଛନ୍ତି। ଜିଲାର ୩,୨୧,୯୩୪ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ରହୁଥିବା ୩,୦୫,୮୬୮ ପରିବାର ପାଇଁ ଗୃହପାଳିତ ପ୍ରାଣୀ ରୋଜଗାରର ମୁଖ୍ୟ ବିକଳ୍ପ ହୋଇଛି। ଉପରୋକ୍ତ ପରିବାର ପଶୁଧନ ଦ୍ୱାରା ନିଜର ଆର୍ଥିକ ଆବଶ୍ୟକତା କିଛିମାତ୍ରାରେ ପୂରଣ କରିଥାନ୍ତି। ସେହିପରି ପ୍ରାଣୀଧନର ମଳମୂତ୍ର ବ୍ୟବହାର କରି ଚାଷୀ କ୍ଷେତକୁ ଉର୍ବର କରିବା ସହିତ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି। ଫଳରେ ପରିବେଶର ସନ୍ତୁଳନ ରକ୍ଷା ପାଇଥାଏ। ୧୯୯୯ ମହାବାତ୍ୟା ପ୍ରାଣୀଧନ ଉପରେ ବିପତ୍ତି ଭାବେ ଉଭା ହୋଇଥିଲା। ଏହା ପରଠାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ପ୍ରାଣୀଧନ ହ୍ରାସ ପ୍ରତି ବିଭାଗୀୟ ଅଧିକାରୀ ଅଧିକ ନଜର ଦେଉନାହାନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କୁହନ୍ତି, କେନ୍ଦ୍ରାପଡ଼ାର କୁଜି ମେଣ୍ଢାକୁ ସ୍ବତନ୍ତ୍ର ମାନ୍ୟତା ୨୦୧୬ରେ ମିଳିଛି। ଏହି ମେଣ୍ଢାର ପ୍ରଜନନ କ୍ଷମତା ଅଧିକ ା ଏହାକୁ ପାଳନ ଦ୍ୱାରା ଚାଷୀକୁ ଅଳ୍ପ ଅବଧି ମଧ୍ୟରେ ଅଧିକ ଲାଭ ମିଳିଥାଏ। ତେବେ ଏହି ଧରଣର ମେଣ୍ଢା ପାଇଁ କୌଣସି ପ୍ରୋତ୍ସାହନ ନାହିଁ ା ସେହିପରି କୁକୁଡ଼ା, ବତକ ଚାଷ ପାଇଁ ଜିଲାରେ ଉପଯୁକ୍ତ ପରିବେଶ ଅଛି ା ମାତ୍ର ତାଲିମ, ପ୍ରୋତ୍ସାହନ, ସଚେତନତା ଆଦି ନାହିଁ ା କୃଷିଭିତ୍ତିକ ଏହି ଜିଲାରେ ଗୋ ମହିଷାଦିଙ୍କ ଗୁରୁତ୍ୱ ଅଧିକ ା ଫସଲଠାରୁ ଦୁଗ୍ଧଜାତ ପଦାର୍ଥ ଉପତ୍ାଦନ କ୍ଷେତ୍ରରେ ଏମାନଙ୍କ ଭୂମିକା ଅତୁଳନୀୟ ା ଦୁଗ୍ଧଜାତ ପଦାର୍ଥ ବାହାର ଜିଲାରୁ ଏଠାକୁ ଆସୁଥିବା ବେଳେ ଏମାନଙ୍କ ଚାରଣ ଭୂମି ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଉଛି ା ଏସବୁ ବିଭିନ୍ନ ବ୍ୟତିକ୍ରମ ଫଳରେ ପଶୁଧନ ହ୍ରାସ ହେଉଥିବା ସେ ମତ ରଖିଛନ୍ତି ା ଡେରାବିଶର ମନୋଜ ନାୟକ କହିଛନ୍ତି, ଓଡ଼ିଆ ସଂସ୍କୃତି ଗୃହପାଳିତ ପଶୁପକ୍ଷୀକୁ ଆର୍ଥିକ ବିକାଶ ସହିତ ପରିବେଶ ସୁରକ୍ଷା ସହ ଯୋଡା ଯାଉଥିଲା ା କେନ୍ଦ୍ରାପଡ଼ା ପରି ପ୍ରାକୃତିକ ବିପର୍ଯ୍ୟୟଭରା ଏହି ଜିଲାରେ ଏହାର ଗୁରୁତ୍ୱ ମଧ୍ୟ ଅଧିକ ା ପ୍ରାଣୀଧନ ଏବେ ପରିବାରର ଭରଣପୋଷଣ ଓ ଚାଲିଚଳଣ ପାଇଁ ଉପଯୋଗୀ ହୋଇ ରହିନାହିଁ ା ପ୍ରାୟ ୧ ହଜାର ହେକ୍ଟର ଗୋଚର ଭୂଇଁ ଜବରଦଖଲକାରୀ ମାଡି ବସିଛନ୍ତି ା ଏନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଉଦ୍ଧାର ହେଉ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ା ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ କୁହନ୍ତି, ଜିଲାର ପ୍ରତି ବ୍ଲକ ହେଡକ୍ୱାର୍ଟର ସମେତ ମୋଟ ୧୪ଟି ପ୍ରାଣୀ ଚିକିତ୍ସାଳୟ ଅଛି ା ସେହିପରି ବିଭିନ୍ନ ପଞ୍ଚାୟତରେ ୯୬ଟି ଏଲଆଇ ସେଣ୍ଟର ଅଛି ା ତେବେ ଏଗୁଡିକ ନିୟମିତ ଖୋଲୁ ନ ଥିବା ସେ ଅଭିଯୋଗ କରିଛନ୍ତି ା ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଦୀପ୍ତିି ମହାପାତ୍ର କହିଛନ୍ତି, ପ୍ରାଣୀଧନ ବିକାଶ ପାଇଁ ବିଭାଗ କାର୍ଯ୍ୟ କରୁଛି ା ଜିଲାରେ ବିଭିନ୍ନ ସରକାରୀ ଯୋଜନାକୁ ପ୍ରୋତ୍ସାହନ କାର୍ଯ୍ୟକାରୀ ଯୋଗୁ ପ୍ରାଣୀଧନ ହ୍ରାସ ସଂଖ୍ୟା ପୂର୍ବ ହାରରୁ କମିଥିବା ଡା.ମହାପାତ୍ର କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?