‘ଘୁମୁରା’ଖୋଜୁଛି ସାହାରା

ପୌରାଣିକ କିମ୍ବଦନ୍ତୀ କୁହେ ଦେବ-ଦାନବ ଯୁଦ୍ଧରେ ବ୍ୟବହାର ହୋଇଥିଲା ରଣବାଦ୍ୟ ‘ଘୁମୁରା’। ଏକଦା ଶକ୍ତି ଉପାସନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ପାରମ୍ପରିକ ଲୋକବାଦ୍ୟ ଓ ଏହାକୁ ନେଇ ସୃଷ୍ଟି ହୋଇଥିବା ଲୋକନୃତ୍ୟ ଶବର ସମ୍ପ୍ରଦାୟର ଭାବାବେଗ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ରହିଆସିଛି। ଏବେ ଆଧୁନିକ ମନୋରଞ୍ଜନର ମାଧ୍ୟମ ସହ ତାଳ ଦେଇପାରୁ ନ ଥିବାରୁ ଏହାର ଝଙ୍କାର କ୍ରମଶଃ ନିଷ୍ପ୍ରଭ ହେବାରେ ଲାଗିଛି। ଫଳରେ ସ୍ବତନ୍ତ୍ର ପର୍ବପର୍ବାଣି ଓ ଲୋକ ମହୋତ୍ସବ ମଧ୍ୟରେ ସୀମିତ ହୋଇ ରହିଯାଇଛି ଏଭଳି ଏକ ପ୍ରାଚୀନ ଲୋକକଳା।

କାମାକ୍ଷାନଗର, ୨୭।୮(ସୁଧୀର ପରିଡ଼ା)ଭାଦ୍ରବ ପାଦ ଥାପିଲେ ଚଳଚଞ୍ଚଳ ହୋଇଉଠେ ଆଦିବାସୀ ପଡ଼ା। ରଙ୍ଗବେରଙ୍ଗର ପାରମ୍ପରିକ ବେଶ ପରିପାଟୀରେ ସଜେଇ ହୋଇ ରାସ୍ତାକୁ ଓହ୍ଲାଇ ଆସନ୍ତି ଶବର ସମ୍ପ୍ରଦାୟର କଳାକାର। ‘ଘୁମୁରା’ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଙ୍ଗୀତରେ କମ୍ପି ଉଠେ ଗ୍ରାମ୍ୟ ପରିବେଶ। ହେଲେ ଆଶ୍ୱିନ ଆସୁ ଆସୁ ମଳିନ ପଡ଼ିଯାଏ ଏହାର ସ୍ବର। ସାମାଜିକ ଗଣମାଧ୍ୟମ ଯୁଗରେ ମନୋରଞ୍ଜନର ପରିଭାଷା ବଦଳୁଥିବାବେଳେ ଲୁପ୍ତ ହେବାକୁ ବସିଛି ଆଦିବାସୀ ଜନଜୀବନର ଗାଥା ବଖାଣୁଥିବା ଏହି ପାରମ୍ପରିକ ଲୋକନୃତ୍ୟ।
ଘୁମୁରା କଥା ଉଠିଲେ ଆଖି ଫେରିଯାଏ କଳାହାଣ୍ଡି ଜିଲାକୁ। ଯଦିଓ କଳାହାଣ୍ଡିରେ ଏହି ଲୋକନୃତ୍ୟର ଆଦୃତି ବେଶି, ତଥାପି ଏହାର ଛାପ ଦେଖିବାକୁ ମିଳେ ଢେଙ୍କାନାଳ ଜିଲାରେ। କାମାକ୍ଷାନଗର ଉପଖଣ୍ଡର ନୂଆଆଳତୁମା ବଡ଼ବନ୍ଧ ସାହି, କାଦୁଆ, ବାଙ୍ଗୁରା, ବାଇସିଙ୍ଗା, ମାଳପୁରା, ମହୁଲପାଳ, ଇନ୍ଦିପୁର, ବଡସୁଅଁାଳ, ଓଡ଼ିଶ, ଆମ୍ବଖୋଲ, ଅନଳ, ଗାଙ୍ଗୀଯୋଡ଼ ସମେତ ଜିଲାର ଆଭ୍ୟନ୍ତରୀଣ ଗ୍ରାମରେ ବସବାସ କରୁଥିବା ଶବର ସମ୍ପ୍ରଦାୟ ବଞ୍ଚାଇ ରଖିଛନ୍ତି ଘୁମୁରାକୁ। ବର୍ଷସାରା ବଣମୂଲକରେ ପେଟପାଟଣା ପାଇଁ ସଂଘର୍ଷ କରୁଥିବା ବନବାସୀମାନେ ଧାନ ରୁଆ ବେଉଷଣ ସରିବା ପରେ ବେଶ ଉତ୍ସାହୀ ହୋଇଉଠନ୍ତି। ଗହ୍ମା ପୂର୍ଣ୍ଣମୀ ସେମାନଙ୍କ ବଡ଼ ପର୍ବ। ଏହି ଅବସରରେ ସପ୍ତାହବ୍ୟାପୀ ଆରମ୍ଭ ହୋଇଯାଏ ନୃତ୍ୟଗୀତର ଆସର। କଳାକାର ଦଳ ନିଆରା ବେଶରେ ଗଁା ଗଁା ବୁଲି ଘୁମୁରା ବାଦ୍ୟର ତାଳେ ତାଳେ ପରିବେଷଣ କରିଥାଆନ୍ତି ନୃତ୍ୟ। ଆଦିବାସୀ ଜନଜୀବନର ଗହନକଥାକୁ ନିଆରା ଢଙ୍ଗରେ ବଖାଣିଥାଆନ୍ତି। ଖୁସିରେ ଲୋକେ ଯାହା ଦିଅନ୍ତି, ତାହାକୁ ଗ୍ରହଣ କରନ୍ତି। ତେବେ ଆଧୁନିକ ସମୟରେ ଏଭଳି ପୁରୁଣାକାଳିଆ ପରମ୍ପରାକୁ ଯୁବବର୍ଗ ଗ୍ରହଣ କରୁ ନ ଥିବାରୁ କେବେଳ ହାତଗଣତି କଳାକାର ମଧ୍ୟରେ ସୀମିତ ହୋଇ ରହିଯାଇଛି ଘୁମୁରା ଲୋକନୃତ୍ୟ। ଜିଲା କିମ୍ବା ରାଜ୍ୟସ୍ତରୀୟ ଲୋକ ମହୋତ୍ସବରେ ଆମନ୍ତ୍ରିତ କଳାକାରଙ୍କୁ ସେମାନଙ୍କ କଳା ପରିବେଷଣର ସୁଯୋଗ ମିଳୁଛି। ଅନ୍ୟମାନେ ନିରାଶ ହେଉଛନ୍ତି। ପାଲା, ସଂକୀର୍ତ୍ତନ ଭଳି ଏହାର ପ୍ରଚାର ପ୍ରଚାର ହୋଇପାରୁ ନ ଥିବାରୁ ଏହା ଏବେ ବିଲୁପ୍ତ ଅବସ୍ଥାକୁ ଚାଲିଆସିଲାଣି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?