ବାଉଁଶ ଢିରାରେ ଚେକ୍‌ଡ୍ୟାମ୍‌

କଣ୍ଟିପାଳ,୨୭ା୮ (ସୁଶାନ୍ତ କୁମାର ସାହୁ )ଢିପଜମିଗୁଡ଼ିକୁ ଚାଷ ଉପଯୋଗୀ କରିବା ପାଇଁ ସରକାରୀସ୍ତରରେ ଚେକ୍‌ଡ୍ୟାମ୍‌ ନିର୍ମାଣ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବର୍ଷା ସମୟରେ ନାଳଗୁଡ଼ିକରେ ପ୍ରବାହିତ ଜଳକୁ ଗଚ୍ଛିତ ରଖାଯାଇ ଜମିକୁ ଜଳସେଚନ କରାଯାଇଥାଏ। ମାତ୍ର କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ କଣ୍ଟିପାଳ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଚେକ୍‌ ଡ୍ୟାମ୍‌ ନିର୍ମାଣର ୧୦ ଦିନରେ କାନ୍ଥ ଭାଙ୍ଗିଯାଇଥିବା ବେଳେ ଏବେ ଅନ୍ୟ ଏକ କାନ୍ଥକୁ ବାଉଁଶ ଢିରାରେ ରଖାଯାଇଛି। ପୁନର୍ବାର ଉକ୍ତ ଚେକ୍‌ଡ୍ୟାମ୍‌ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, କଣ୍ଟିପାଳ ପଞ୍ଚାୟତରେ କଣ୍ଟିପାଳ ଅଁଳାପାଳକୁ ଯିବା ରାସ୍ତାରେ ରହିଥିବା ଚାଷଜମିଗୁଡ଼ିକରେ ଜଳସେଚନର ବ୍ୟବସ୍ଥା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚେକ୍‌ ଡ୍ୟାମ୍‌ ନିର୍ମାଣ ହୋଇଥିଲା। ମାତ୍ର ନିର୍ମାଣ ହେବାର ୧୦ ଦିନ ମଧ୍ୟରେ ଚେକ୍‌ ଡ୍ୟାମ୍‌ର କିଛି ଭାଗ ଧସିଯାଇଥିଲା। ଠିକାଦାରଙ୍କ ସହ ସରକାରୀ ବାବୁମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଜିଓଟ୍ୟାଗ୍‌ କରା ନ ଯାଇ ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଭାଙ୍ଗିଯାଇଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏ ନେଇ ୨୧ ଜୁଲାଇ ୨୦୨୩ରେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରଣ ହୋଇଥିଲା। ମାତ୍ର ବିନା ଜିଓଟ୍ୟାଗ୍‌ରେ କାର୍ଯ୍ୟ ହୋଇଥିବାରୁ ବିଲ୍‌ ପାସ୍‌ ହୋଇପାରିନାହିଁ। ଫଳରେ ଧସିଯାଇଥିବା ସ୍ଥାନ ମରାମତି ହୋଇ ନ ଥିବା ବେଳେ ଅନ୍ୟ ଏକ ସ୍ଥାନ ଧସିଯାଇଛି। ଉକ୍ତ ସ୍ଥାନରେ ବାଉଁଶ ଢିରା ଦେଇ ରଖାଯାଇଥିବା ଦେଖିବାକୁ ମିଳିଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ଜିତମୋହନ ଟୁଡୁ କହିଛନ୍ତି, କାର୍ଯ୍ୟର ଜିଓଟ୍ୟାଗ୍‌ ନ ହୋଇ କାର୍ଯ୍ୟ ହୋଇଛି। ତେଣୁ ସେ ବିଷୟରେ କିଛି କହିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri