ନିୟନ୍ତ୍ରଣରେ ରହୁନି ବସ୍‌, ଟ୍ରକ୍‌ର ବେଗ

ବ୍ରହ୍ମପୁର,୨୭ା୮(ସୁବାସ ଚନ୍ଦ୍ର ପାଢ଼ୀ)ଦ୍ରୁତ ଗାଡ଼ି ଚାଳନା କାରଣରୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହା ଉପରେ ରୋକ୍‌ ଲଗାଇବାକୁ ଯାତ୍ରୀ ଓ ମାଲ ପରିବହନ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ପିିଡ୍‌ ଗଭର୍ନାନ୍ସ ନ ଥିଲେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ମିଳିବ ନାହିଁ। ତେବେ ଏହା କେବଳ ନିୟମ ଭିତରେ ସୀମିତ ରହିଛି। କେବଳ ଫିଟନେସ୍‌ ସାର୍ଟିଫିକେଟ୍‌ ପାଇଁ ସ୍ପିଡ୍‌ ଗଭର୍ନାନ୍ସ ଲାଗୁଛି। ପରେ ଏହା କାମ କରୁଛି କି ନାହିଁ କେହି ଯାଞ୍ଚ କରୁନାହାନ୍ତି। ପୁଣି ଥରେ ଫିଟନେସ୍‌ ପଞ୍ଜୀକରଣ କରିବାକୁ ଆସିଲେ ଦରକାର ହେଉଛି ସିଡ୍‌ ଗଭର୍ନାନ୍ସ। ଗଞ୍ଜାମ ଜିଲାରେ ୫୭ହଜାର ଟ୍ରକ୍‌ (ଅନରୋଡ଼) ପଞ୍ଜୀକୃତ ଅଛନ୍ତି। ୪୯୮ ଯାତ୍ରୀ ପରିବହନ ବସ୍‌ (ଅନରୋଡ୍‌) ଅଛନ୍ତି। ସବୁ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ଲାଗିଥିବା ଆରଟିଓ ମାନସ ରଞ୍ଜନ ସାହୁ କହିଛନ୍ତି। ହେଲେ କେତେ ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ କାମ କରୁଛି ଏବଂ କେତେ ଗାଡ଼ିରେ କାମ କରୁନି ତାହାର ତଥ୍ୟ ନ ଥିବା ସେ କହିଛନ୍ତି। ଓଭର ସ୍ପିଡ୍‌ ଗାଡ଼ି ଚଳାଇଲେ ମକଦ୍ଦମା ରୁଜୁ କରାଯାଉଛି। ପ୍ରତ୍ୟେକ ମାସରେ ୩୦ରୁ ୪୦ ଗାଡ଼ି ବିରୋଧରେ ମାମଲା କରାଯାଉଛି ବୋଲି ଆର୍‌ଟିଓ କହିଛନ୍ତି।
ଫିଟନେସ୍‌ ସାର୍ଟିଫିକେଟ୍‌ ନେବା ପରେ ଗାଡ଼ି ମାଲିକ ଓ ଡ୍ରାଇଭର୍‌ ମାନେ ସ୍ପିଡ୍‌ ଗଭର୍ନାନ୍ସକୁ ଗୁରୁତ୍ୱ ଦେଉନାହାନ୍ତି। ଯାହାଫଳରେ ଗାଡ଼ିର ବେଗ ନିୟନ୍ତ୍ରିତ ହୋଇପାରୁନି ଏବଂ ଦ୍ରୁତ ଗତି ଯୋଗୁ ଗାଡ଼ି ଦୁର୍ଘଟଣାଗସ୍ତ ହେଉଛି। ମିଳିଥିବା ସୂଚନା ପ୍ରକାରେ ଜିଲାରେ ଗତବର୍ଷ ଫିଟନେସ୍‌ ପାଇଁ ଆସିଥିବା ୬୩୦ଟି ଗାଡ଼ିର ସିଡ୍‌ ଗଭର୍ନାନ୍ସ ନ ଥିଲା। ତେଣୁ ଉକ୍ତ ଗାଡିଗୁଡିକର ଫିଟନେସକୁ ବାତିଲ କରାଯାଇଥିଲା। ଅନ୍ୟପକ୍ଷରେ ଗତବର୍ଷ ୪୩୪୫ ପୁରୁଣା ଗାଡ଼ିରେ ସ୍ପିଡ୍‌ ଗଭର୍ନାନ୍ସ ନୂଆରେ ଲଗାଯାଇଥିବା ଆରଟିଓଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ପରିବହନ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଗାଡ଼ିର ସ୍ପିଡ୍‌ ରହିବ। ସ୍ପିିଡ୍‌ ଗଭର୍ନାନ୍ସ ଲାଗିବା ଦ୍ୱାରା ଗାଡ଼ିର ବେଗ ନିୟନ୍ତ୍ରିତ କରାଯାଇପାରିବ। ଜିଲାର ବିଭିନ୍ନ ରୋଡ଼ ପାଇଁ ବେଗ ନିର୍ଦ୍ଧାରଣ କରାଯାଇଛି। ଏହା ଅନୁଯାୟୀ ଗାଡ଼ିର ସ୍ପିଡ୍‌ ରହିବ। କିନ୍ତୁ ଏହି ନିୟମକୁ କେହି ମାନୁନାହାନ୍ତି। ଦିଗପହଣ୍ଡି ମୌଳାଭଞ୍ଜା ଛକରେ ଗତ ଜୁନ ୨୫ ତାରିଖରେ ମିନିବସ୍‌ ସହ ଓଏସ୍‌ଆରଟିସି ବସ୍‌ର ଧକ୍କା ହୋଇଥିଲା। ଓଭରସ୍ପିଡ୍‌ କାରଣରୁ ଓଏସ୍‌ଆରଟିସି ବସ୍‌ ମିନିବସ୍‌ ଉପରେ ମାଡ଼ି ଯାଇଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି ବୋଲି ବ୍ରହ୍ମପୁର ଏସପି ଡା.ସର୍ବଣା ବିବେକ ଏମ୍‌ କହିଛନ୍ତି। ସେହିପରି ଗୋପାଳପୁର ଥାନା ମାଣ୍ଡିଆପଲ୍ଲି ଛକରେ ୨୦୨୩ ଫେବୃଆରୀ ୧୫ତାରିଖରେ ରାତିରେ ବରଯାତ୍ରୀ ପ୍ରୋସେସନ୍‌ ଚାଲିଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୫ରୁ ଅଧିକ ଆହତ ହୋଇଥିଲେ। ତେଣୁ ସବୁ ଗାଡ଼ିରେ ସ୍ପିଡ ଗଭର୍ନାନ୍ସ କାମ କରୁଛି କି ନାହିଁ ନିଶ୍ଚିତ ଯାଞ୍ଚ ହେବା ଆବଶ୍ୟକ। ନଚେତ ଏଭଳି ଦୁର୍ଘଟଣା ଘଟି ଅମୂଲ୍ୟ ଜୀବନ ଚାଲିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

VRS ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ ଆର୍.ଏସ୍. ଗୋପାଳନ୍‌: ଜୋର୍‌ ଧରିଲା ଚର୍ଚ୍ଚା…

ଭୁବନେଶ୍ୱର,୧ା୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର୍. ଏସ୍. ଗୋପାଳନ୍‌ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚ୍‌ର ଏହି…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

ବସ୍‌କୁ ଧକ୍କାଦେଲା ଟ୍ରକ୍‌, ପରେ ସ୍କୁଟି ଉପରେ ଚଢ଼ିଗଲା ବସ୍‌, ଆଉ ତା’ ପରେ…

ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି…

ବକେୟା ଚାଲାଣ ଥିଲେ ସାବଧାନ! ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ, ଜାଣନ୍ତୁ କେଉଁ କେଉଁ ସେବା ହେବ ବନ୍ଦ

ନୂଆଦିଲ୍ଲୀ, ୧।୧୦: ଆପଣଙ୍କ ଗାଡ଼ିରେ ଦୀର୍ଘଦିନ ଧରି ଇ-ଚାଲାଣ ବକେୟା ରହିଛି କି? ତେବେ ଏହାକୁ ଅଣଦେଖା କରିବା ମହଙ୍ଗା ପଡ଼ିପାରେ। ଟ୍ରାଫିକ ଜରିମାନା ଆଦାୟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?