ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ
ମାଲକାନଗିରି,୫।୭(ଦୁର୍ଯ୍ୟଧନ ପାତ୍ର ): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ବ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି ।…
ତାଳସାରୀ-ଉଦୟପୁର ପଥରବନ୍ଧ ଅନୁଧ୍ୟାନ କଲେ ଜିଲାପାଳ
ଭୋଗରାଇ, ୫।୭(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟ ପୁର-ତାଳସାରୀ ୨. ୭ କି.ମି. ତଟସୁରକ୍ଷା ପାଚେରି ପଥରବନ୍ଧ ପ୍ରାକ୍ ମୌସୁମୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ମଙ୍ଗଳବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଥରବନ୍ଧ ଅନୁଧ୍ୟାନ କରିବା…
ଦେଢ଼ମାସର ଶିଶୁକନ୍ୟା ତଣ୍ଟି ଚିପି ହତ୍ୟା କଲେ ମା’
ଆଳି,୫।୭(ବନମାଳୀ ସେନାପତି): ଜଣେ ମା’ ଅଧରାତିରେ ନିଜ ଦେଢ଼ମାସର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଛନ୍ତି। ଏନେଇ ଶିଶୁକନ୍ୟାଙ୍କ ଜେଜେମା’ ଅଭିଯୋଗ ଆଣିଛନ୍ତି। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ନଦୀନାଳଘେରା ପଦନୀପାଳ ଗଁାରେ। ପଦନୀପାଳ ଗଁାର ବାସନ୍ତୀ…
ଦୁଇ ବସ୍ ମଧ୍ୟରେ ଦୁର୍ଘଟଣା
ବାଲେଶର ଅଫିସ, ୫।୭: ବାଲେଶ୍ବର ସଦରଥାନା ସ୍ଥିତ କୁରୁଡା ଉଡନ୍ତାପୋଲ ଉପରେ ବୁଧବାର ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ମଧ୍ୟରେ ଧକ୍କା ହୋଇ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
୨୦୨୪ ମାଟ୍ରିକ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ ହୋଇପାରିବ
କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ୨୦୨୪ରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କର ପଞ୍ଜୀକରଣ ତଥ୍ୟ ବା ଏନ୍ରୋଲ୍ମେଣ୍ଟ ଡାଟାରେ କୌଣସି ଭୁଲ ଥିଲେ ଏହାକୁ ସଂଶୋଧନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସ୍କୁଲଗୁଡିକୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଇଛି।…
ଆଜିଠୁ ମାଟ୍ରିକ ସାର୍ଟିଫିକେଟ୍ ତ୍ରୁଟି ସଂଶୋଧନ
କଟକ,୫।୭(ସୁପ୍ରିୟା ପ୍ରିୟଦର୍ଶିନୀ): ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସାର୍ଟିଫିକେଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଏଥିପାଇଁ ବୁଧବାରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୋର୍ଡ ପକ୍ଷରୁ ତ୍ରୁଟି ସଂଶୋଧନ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର…
ଚବ୍ରି ନଦୀରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର
ଦଶମନ୍ତପୁର,୫ା୭(ଅରବିନ୍ଦ ନାୟକ): କୋରାପୁଟ ଜିଲାରେ ଏପରି କେତେକ ଗ୍ରାମ ରହିଛି ଯେଉଁଠିକୁ ଏଯାଏ ପ୍ରଶାସନ ପହଞ୍ଚତ୍ପାରିନାହିଁ। ନଦୀନାଳ, ବଣଜଙ୍ଗଲ ଓ ପାହାଡ଼ ଘେରା ପରିବେଶରେ ଥିବା ଗ୍ରାମଗୁଡ଼ିକୁ ଏଯାଏ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ରାସ୍ତାଟିଏ କରିପାରିନାହିଁ। ଖରା ଓ ଶୀତିଦିନେ ଗ୍ରାମବାସୀ…
ଜଙ୍ଗଲରୁ ବେଆଇନ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ
ବାଲିଗୁଡା,୪।୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ…
କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଔଷଧ ଓ କେମିକାଲ ଅଭାବ ନେଇ ଅସନ୍ତୋଷ
କେନ୍ଦୁଝର, ୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ଡାକ୍ତରଖାନା (ଜିଲା ମୁଖ୍ୟ ଡାକ୍ତରଖାନା)ରେ ଔଷଧ ସାଙ୍ଗକୁ କେମିକାଲର ଅଭାବ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ା ଏଣୁ ରୋଗୀମାନେ ବାହାରୁ ମେଡିସିନ କିଣିବା ସହ ବିଭିନ୍ନ…
ପୁଣି ମହାପ୍ରଭୁଙ୍କ ନାଁରେ ଠକେଇ
ପୁରୀ,୪।୭: ପୁଣି ମହାପ୍ରଭୁଙ୍କ ନାଁରେ ଅନଲାଇନ ଠକେଇ ଅଭିଯୋଗ ହୋଇଛି। ରାଜ୍ୟ କିମ୍ବା ଦେଶ ଭିତରେ ନୁହେଁ ବିଦେଶ ଯାଏ ଏହି ଠକେଇର ଚେର ଲମ୍ବିଛି। ଡ଼ଲାରରେ ଭକ୍ତଙ୍କଠାରୁ ଦକ୍ଷିଣା ନିଆଯାଉଛି । ଶ୍ରୀଜଗନ୍ନାଥ ମନ୍ଦିରରେ ସିଦ୍ଧ ପୂଜା, ଶାଳଗ୍ରାମ ପୂଜା…
ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି
କଟକ ୪।୭: ଗଜପତି ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି। ଜାରି ହୋଇଥିବା ଏନବିଡବ୍ଲୁ ଉପରେ ରୋକ ଲଗାଯାଇଛି। ହାଇକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ୍ଙ୍କ ନିର୍ଦ୍ଦେଶ ଉପରେ ବିଦ୍ୟାଭାରତୀଙ୍କୁ…
ଅଟୋକୁ ଧକ୍କା ଦେଲା ଓଏସ୍ଆର୍ଟିସି ବସ : ୩ ଗୁରୁତର
ପୁରୁଷୋତ୍ତମପୁର,୪।୭(ସିମାଞ୍ଚଳ ମିଶ୍ର): ରାସ୍ତାରେ ଯିବା ଆସିବା ପାଇଁ ଲୋକେ ଭୟ କରୁଛନ୍ତି। କାରଣ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣ ହାନୀ ଘଟୁଛି। ମଙ୍ଗଳବାର ହିଞ୍ଜିଳିକାଟୁରୁ ଓଏସ୍ଆରଟିସି ବସ ( ଓଡି୧୩ଓ୧୮୨୨)ପୁରୀ ଯାଉଥିବା ବେଳେ ଧୋବାଡ଼ି ପାଟପୁର ନିକଟରେ ଏକ ଅଟୋ…

