ଆମ ଜିଲା ଖବର

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୧୭ା୭(ଅଜିତ ମହାନ୍ତି): ଚିତାଲାଗି ଅମାବାସ୍ୟା ଅବସରରେ ସୋମବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଦାରୁବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଆରମ୍ଭ ହେବ। ସୋମବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ନୂଆ ରୂପ ପାଇବ ପୁରୀ ବେଳାଭୂମି

ପୁରୀ,୧୭ା୭(ଅଜିତ ମହାନ୍ତି): ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। ପ୍ରତିିଦିନ ଲକ୍ଷାଧିକ ପର୍ଯ୍ୟଟକ ଦେଶବିଦେଶରୁ ପୁରୀ ବୁଲିବାକୁ ଆସିଥାନ୍ତି। ସେମାନେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ କିଛି ସମୟ ବିତାଇଥାନ୍ତି। ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ପୁରୀ ଆସିବେ ଓ ସୁଖଦ…

ମନ୍ଥର ଗତିରେ ଚାଲିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

କାକଟପୁର, ୧୭ା୭(ଶୁଭଦର୍ଶନ ମିଶ୍ର): କାକଟପୁରର ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ଧାର୍ଯ୍ୟ ସମୟରେ ଏହି କାମ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରିକି କାର୍ଯ୍ୟସ୍ଥଳରେ ସୂଚନାଫଳକ ନାହିଁ। ତେଣୁ କାର୍ଯ୍ୟ ବିଷୟରେ ଠିକ୍‌ ତଥ୍ୟ ମିଳିପାରୁନାହିଁ।…

ବିଶ୍ୱାସଭାଜନ ହୋଇପାରୁ ନାହାନ୍ତି ବିରୋଧୀ

ଯାଜପୁର,୧୭ା୭ (ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଗତ ୨୩ ବର୍ଷ ହେଲା ତୃଣମୂଳସ୍ତରରୁ ଶକ୍ତିଶାଳୀ। ବିଜେଡି ସରକାରଙ୍କ ନୀତି ଓ ଆଦର୍ଶ ଭଲ ବୋଲି ଏଯାଏ ଦଳୀୟ ନେତା, କର୍ମୀମାନେ କହି ବୁଲୁଛନ୍ତି। ୨୦୨୨ ପଞ୍ଚାୟତ…

କମ୍‌ ବୃଷ୍ଟିପାତ: ପଛେଇଛି ଚାଷକାମ

ଖୋର୍ଦ୍ଧା,୧୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଏପର୍ଯ୍ୟନ୍ତ ସ୍ବାଭାବିକ ବୃଷ୍ଟିପାତଠାରୁ କମ୍‌ ପରିମାଣର ବର୍ଷା ହୋଇ ଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ପ୍ରାୟ ଜୁନ ୧୪ ବେଳକୁ ଓଡ଼ିଶାରେ ମୌସୁମୀ ଆସିଥାଏ। ଚାଷୀ ମୌସୁମୀ ଆଗମନ ପୂର୍ବରୁ…

କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ପୁରୁଷୋତ୍ତମପୁର,୧୭ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ସନ୍ଧ୍ୟାରେ କୂଅ ସଫାକରିବା ବେଳେ ଏଥିରେ ନିୟୋଜିତ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମର…

ମାଛଗାଁ କେନାଲ ଭାଙ୍ଗି ତରିକୁନ୍ଦ, ଦଳେଇଘାଇ ନିକଟରେ ଘାଇ

ଜଗତ୍‌ସିଂହପୁର,୧୭ା୭(ପ୍ରମୋଦ ନାୟକ): ବିରିବାଟୀଠାରୁ ଜଗତ୍‌ସିଂହପୁର ଦେଇ ଲମ୍ବିଥିବା ମାଛଗାଁ କେନାଲର ତରିକୁନ୍ଦ ଓ ଦଳେଇଘାଇ ନିକଟରେ ଯଥାକ୍ରମେ ୨୦ ଓ ୧୫ ଫୁଟର ଘାଇ ହୋଇଛି। ଫଳରେ ଜଗତ୍‌ସିଂହପୁର-କନ୍ଦରପୁର ୫୫ ନଂ. ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ଜଳ ପ୍ରବାହିତ…

ହୁମ୍ମା ଓଭରବ୍ରିଜ କାମ ଅଧାପନ୍ତରିଆ, ବଢୁଛି ଦୁର୍ଘଟଣା

ଛତ୍ରପୁର,୧୭ା୭(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥର ହୁମ୍ମା ଛକଠାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ ରହିଛି। ଫଳରେ ଏହା ଦୁର୍ଘଟଣା ହଟସ୍ପଟ ସ୍ଥାନ ହୋଇଛି। ବ୍ରହ୍ମପୁର- ଭୁବନେଶ୍ୱରକୁ ଯାତାୟାତ ପାଇଁ ଏନଏଚର…

ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ…

ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର

ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା…

ଲୁଣାନଦୀ ସେତୁକୁ ସଂଯୋଗ ରାସ୍ତା ନାହିଁ

ଡେରାବିଶ,୧୭ା୭ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ଳକ ଅଧୀନ ଲୁଣାନଦୀର ଦାନପୁରଠାରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ଫଳରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ କରାଯାଇଛି। ତେବେ ଲୁଣାନଦୀ ପାର୍ଶ୍ୱରେ ଥିବା କେନ୍ଦ୍ରାପଡ଼ା କେନାଲ ଉପରେ…

ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ ଲଘୁଚାପଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?