ବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବରଗଡ଼/ଝାରବନ୍ଧ,୧।୯(ପ୍ରେମାନନ୍ଦ ଖମାରୀ/ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଭାବିବିକ୍ରୀ ଯୋଗୁ ଚାଷୀଙ୍କୁ ବିକ୍ରିଧାନର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ ତ ଆଉକେବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲାରେ ମରୁଡ଼ି ସ୍ଥିତି ଉପୁଜିବାରେ ଲାଗିଛି। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ବର୍ତ୍ତମାନ ଚାଷୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଆସନ୍ନ ମରୁଡ଼ି ପରିଲକ୍ଷିତ ହୋଇଛି। ଏହା ଜିଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି।
ଜିଲାରେ ଜୁନ ମାସରୁ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ଜିଲାର ସମୁଦାୟ ୩ଲକ୍ଷ ୪୮ହଜାର ହେକ୍ଟର ଚାଷୋପଯୋଗୀ ଜମିରୁ ଖରିଫରେ ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳରେ ୨ଲକ୍ଷ ୧୨ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ । ତେବେ ଖରିଫ ଚାଷ ବର୍ଷା ଉପରେ ହିଁ ନିର୍ଭର କରିଥାଏ। ମାତ୍ର ଜୁନ ମାସକୁ ଛାଡ଼ିଦେଲେ ଏଥର ଜୁଲାଇ ଏବଂ ଅଗଷ୍ଟ ମାସରେ ସ୍ବାଭାବିକ ବୃଷ୍ଟିପାତ ପରିମାଣରୁ ଯଥେଷ୍ଟ କମ୍‌ ବର୍ଷା ହୋଇଛି। ଜୁନ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ହୋଇଥିବାବେଳେ ୨୫୨.୮୫ ମି.ମି ବର୍ଷା ହୋଇଛି। କିନ୍ତୁ ଜୁନ ପରଠାରୁ ହୋଇଥିବା ବର୍ଷା ଜିଲାର ସ୍ବାଭାବିକ ବୃଷ୍ଟିପାତକୁ ମଧ୍ୟ ଛୁଇଁ ପାରି ନାହିଁ। ଜୁଲାଇ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୯୭.୨୨ ମି.ମି ହୋଇଥିବାବେଳେ ୩୩୭.୧୩ ମି.ମି ବର୍ଷା ହୋଇଛି । ସେହିପରି ଅଗଷ୍ଟ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୭୪.୪ ମି.ମି ଅଟେ । ମାତ୍ର ଚଳିତମାସ ବୁଧବାର ସୁଦ୍ଧା ୩୧୨.୭୮ ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି । ଏଭଳି ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀକୁଳ ଚିନ୍ତିତ ହୋଇ ପଡ଼ିଛନ୍ତି।
ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଚାଷର ସ୍ଥିତି ଉପରେ ପ୍ରଶାସନ ୩ମାସରେ ଥରେ ରିପୋର୍ଟ ପ୍ରସ୍ତୁତି କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ବ୍ୟବସ୍ଥା ରହିଛି। ସେ ନେଇ ସଠିକ୍‌ ରିପୋର୍ଟ ପ୍ରସ୍ତୁତ କରାଯିବା ଦରକାର। ବର୍ତ୍ତମାନ ଜିଲାରେ ଯେଭଳି ସ୍ଥିତି ଦେଖାଦେଲାଣି, ଏଥର ମରୁଡ଼ି ଆଶଙ୍କା ଦୃଢ଼ୀଭୁତ ହେବାରେ ଲାଗିଛି । ନଦୀନାଳରେ ଉଠାଜଳସେଚନ ବ୍ୟବସ୍ଥା ସହିତ ଚାଷଜମିକୁ ଜଳଯୋଗାଣ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଜରୁରୀ ହୋଇ ପଡ଼ିଛି । ସେହିପରି ଜିଲା ମୁଖ୍ୟ କୃଷି ଅଧିକାରୀ ଅମୀୟ ସାହୁ କହିଛନ୍ତି, ବର୍ତ୍ତମାନ ଫସଲରେ ସେଭଳି ଫରକ୍‌ ପଡ଼ି ନାହିଁ । ଆଉ ୮ଦିନ ମଧ୍ୟରେ ବର୍ଷା ନହେଲେ ଫସଲ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି।

ଫସଲକ୍ଷତି ସତ୍ତ୍ବେ ମିଳୁନି ସହାୟତା
୯ଏକର ଜମିରେ ଧାନଚାଷ କରିଛି। ବର୍ଷା ହେଉନାହିଁ। ଫସଲ ମରିବାରେ ଲାଗିଛି। ଗତବର୍ଷ ଫସଲକ୍ଷତି ହୋଇଥିଲା, କିନ୍ତୁ ସହାୟତା ମିଳିଲା ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଉଠାଜଳସେଚନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। – ଲିଙ୍ଗେଶ୍ୱର ପୋଢ଼, କୋତନା
ପ୍ରଶାସନ ପଦକ୍ଷେପ ନେବା ଜରୁରୀ
୮ଏକର ଜମିରେ ଧାନଚାଷ କରିଛି। ସବୁଜମି ବର୍ଷା ଉପରେ ନିର୍ଭର କରିଥାଏ। ଚାଷଜମି ଶୁଖିଗଲାଣି। ଆଗକୁ ବର୍ଷା ନହେଲେ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ଯିବା ନିଶ୍ଚିତ ହୋଇ ପଡ଼ିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବା ଦରକାର। – ଡୋଲାମଣି ପାତ୍ର, ସଲଡ଼ିହି
ଧାନଗଛ ହଲଦିଆ ହୋଇ ଗଲାଣି
ବର୍ଷା ଯେଭଳି ହୋଇଥିଲା, ଏଥର ଭଲ ଫସଲ ହେବ ବୋଲି ଆଶା ରଖିଥିଲୁ। ଚାଷକାର୍ଯ୍ୟ ମଧ୍ୟ ଆଗେଇ ନେଇଥିଲୁ। ହେଲେ ଧାନଗଛ ବଢ଼ି ଚାଲିଥିବାବେଳେ ବର୍ଷା ହେଉ ନାହିଁ। ପାଣି ଅଭାବରୁ ଧାନଗଛଗୁଡ଼ିକ ହଲଦିଆ ବର୍ଣ୍ଣର ହୋଇଗଲାଣି।
-ଦ୍ରୋଣାଚାର୍ଯ୍ୟ ପୋଢ଼, କୋତନା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?