ବର୍ଷା ନାହିଁ, ଚାଷଜମି ଶୁଖିଲାଣି

ବରଗଡ଼/ଝାରବନ୍ଧ,୧।୯(ପ୍ରେମାନନ୍ଦ ଖମାରୀ/ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଅଭାବିବିକ୍ରୀ ଯୋଗୁ ଚାଷୀଙ୍କୁ ବିକ୍ରିଧାନର ଉଚିତ୍‌ ମୂଲ୍ୟ ମିଳିପାରୁ ନାହିଁ ତ ଆଉକେବେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜିଲାରେ ମରୁଡ଼ି ସ୍ଥିତି ଉପୁଜିବାରେ ଲାଗିଛି। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ବର୍ତ୍ତମାନ ଚାଷୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଆସନ୍ନ ମରୁଡ଼ି ପରିଲକ୍ଷିତ ହୋଇଛି। ଏହା ଜିଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି।
ଜିଲାରେ ଜୁନ ମାସରୁ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ଜିଲାର ସମୁଦାୟ ୩ଲକ୍ଷ ୪୮ହଜାର ହେକ୍ଟର ଚାଷୋପଯୋଗୀ ଜମିରୁ ଖରିଫରେ ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳରେ ୨ଲକ୍ଷ ୧୨ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥାଏ । ତେବେ ଖରିଫ ଚାଷ ବର୍ଷା ଉପରେ ହିଁ ନିର୍ଭର କରିଥାଏ। ମାତ୍ର ଜୁନ ମାସକୁ ଛାଡ଼ିଦେଲେ ଏଥର ଜୁଲାଇ ଏବଂ ଅଗଷ୍ଟ ମାସରେ ସ୍ବାଭାବିକ ବୃଷ୍ଟିପାତ ପରିମାଣରୁ ଯଥେଷ୍ଟ କମ୍‌ ବର୍ଷା ହୋଇଛି। ଜୁନ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ହୋଇଥିବାବେଳେ ୨୫୨.୮୫ ମି.ମି ବର୍ଷା ହୋଇଛି। କିନ୍ତୁ ଜୁନ ପରଠାରୁ ହୋଇଥିବା ବର୍ଷା ଜିଲାର ସ୍ବାଭାବିକ ବୃଷ୍ଟିପାତକୁ ମଧ୍ୟ ଛୁଇଁ ପାରି ନାହିଁ। ଜୁଲାଇ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୯୭.୨୨ ମି.ମି ହୋଇଥିବାବେଳେ ୩୩୭.୧୩ ମି.ମି ବର୍ଷା ହୋଇଛି । ସେହିପରି ଅଗଷ୍ଟ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୭୪.୪ ମି.ମି ଅଟେ । ମାତ୍ର ଚଳିତମାସ ବୁଧବାର ସୁଦ୍ଧା ୩୧୨.୭୮ ମି.ମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି । ଏଭଳି ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀକୁଳ ଚିନ୍ତିତ ହୋଇ ପଡ଼ିଛନ୍ତି।
ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଚାଷର ସ୍ଥିତି ଉପରେ ପ୍ରଶାସନ ୩ମାସରେ ଥରେ ରିପୋର୍ଟ ପ୍ରସ୍ତୁତି କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇବା ବ୍ୟବସ୍ଥା ରହିଛି। ସେ ନେଇ ସଠିକ୍‌ ରିପୋର୍ଟ ପ୍ରସ୍ତୁତ କରାଯିବା ଦରକାର। ବର୍ତ୍ତମାନ ଜିଲାରେ ଯେଭଳି ସ୍ଥିତି ଦେଖାଦେଲାଣି, ଏଥର ମରୁଡ଼ି ଆଶଙ୍କା ଦୃଢ଼ୀଭୁତ ହେବାରେ ଲାଗିଛି । ନଦୀନାଳରେ ଉଠାଜଳସେଚନ ବ୍ୟବସ୍ଥା ସହିତ ଚାଷଜମିକୁ ଜଳଯୋଗାଣ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଜରୁରୀ ହୋଇ ପଡ଼ିଛି । ସେହିପରି ଜିଲା ମୁଖ୍ୟ କୃଷି ଅଧିକାରୀ ଅମୀୟ ସାହୁ କହିଛନ୍ତି, ବର୍ତ୍ତମାନ ଫସଲରେ ସେଭଳି ଫରକ୍‌ ପଡ଼ି ନାହିଁ । ଆଉ ୮ଦିନ ମଧ୍ୟରେ ବର୍ଷା ନହେଲେ ଫସଲ ପ୍ରଭାବିତ ହେବାର ଆଶଙ୍କା ଦେଖାଯାଇଛି।

ଫସଲକ୍ଷତି ସତ୍ତ୍ବେ ମିଳୁନି ସହାୟତା
୯ଏକର ଜମିରେ ଧାନଚାଷ କରିଛି। ବର୍ଷା ହେଉନାହିଁ। ଫସଲ ମରିବାରେ ଲାଗିଛି। ଗତବର୍ଷ ଫସଲକ୍ଷତି ହୋଇଥିଲା, କିନ୍ତୁ ସହାୟତା ମିଳିଲା ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ଉଠାଜଳସେଚନ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। – ଲିଙ୍ଗେଶ୍ୱର ପୋଢ଼, କୋତନା
ପ୍ରଶାସନ ପଦକ୍ଷେପ ନେବା ଜରୁରୀ
୮ଏକର ଜମିରେ ଧାନଚାଷ କରିଛି। ସବୁଜମି ବର୍ଷା ଉପରେ ନିର୍ଭର କରିଥାଏ। ଚାଷଜମି ଶୁଖିଗଲାଣି। ଆଗକୁ ବର୍ଷା ନହେଲେ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ଯିବା ନିଶ୍ଚିତ ହୋଇ ପଡ଼ିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବା ଦରକାର। – ଡୋଲାମଣି ପାତ୍ର, ସଲଡ଼ିହି
ଧାନଗଛ ହଲଦିଆ ହୋଇ ଗଲାଣି
ବର୍ଷା ଯେଭଳି ହୋଇଥିଲା, ଏଥର ଭଲ ଫସଲ ହେବ ବୋଲି ଆଶା ରଖିଥିଲୁ। ଚାଷକାର୍ଯ୍ୟ ମଧ୍ୟ ଆଗେଇ ନେଇଥିଲୁ। ହେଲେ ଧାନଗଛ ବଢ଼ି ଚାଲିଥିବାବେଳେ ବର୍ଷା ହେଉ ନାହିଁ। ପାଣି ଅଭାବରୁ ଧାନଗଛଗୁଡ଼ିକ ହଲଦିଆ ବର୍ଣ୍ଣର ହୋଇଗଲାଣି।
-ଦ୍ରୋଣାଚାର୍ଯ୍ୟ ପୋଢ଼, କୋତନା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri