କେନ୍ଦୁଝରରେ ଡେଙ୍ଗୁ: ଚିହ୍ନଟ ହେଲେଣି ୫୧

କେନ୍ଦୁଝର,୧ା୯(ଦୀପକ ମିଶ୍ର): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ଥିବାବେଳେ କେନ୍ଦୁଝର ଜିଲାରେ ରୋଗୀ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୧ଜଣରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ବହୁ ସଂଖ୍ୟାରେ ରୋଗୀ ବେସରକାରୀ ଚିକିତ୍ସାଳୟରେ ପରୀକ୍ଷା କରି ଚିକିତ୍ସିତ ହେଉଥିବାରୁ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ପୂର୍ବ ଦିନରେ ଜିଲାରେ ଡେଙ୍ଗୁ ଭୟାବହତା ଲୋକେ ଦେଖିଛନ୍ତି। ଏବେ ରୋଗୀ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ପ୍ରକାଶ ଯେ, ୨୦୧୬ରେ କେନ୍ଦୁଝର ଜିଲାର ବଡ଼ବିଲରେ ଡେଙ୍ଗୁ ଆତଙ୍କ ଖେଳାଇଥିଲା। ସେତେବେଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଥିବା ବେଳେ ସର୍ବାଧି ରେକର୍ଡ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୧ରେ ୧୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୨ ରେ ୧୪, ୨୦୧୩ରେ ୩୦, ୨୦୧୪ରେ ୩୪୩, ୨୦୧୫ରେ ୭୩ ଜଣ, ୨୦୧୬ରେ ୧୪୬୯ ଜଣ, ୨୦୧୭ରେ ୯୩ ଜଣ, ୨୦୧୮ରେ ୨୮ ଜଣ, ୨୦୧୯ରେ ୨୬ଜଣ, ୨୦୨୦ରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବାବେଳେ ୨୦୨୧ରେ ୨୯, ୨୦୨୨ରେ ୨୭ ଓ ୨୦୨୩ରେ ଏପର୍ଯ୍ୟନ୍ତ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜିଲାରେ ୨୦୧୧ ରୁ ଡେଙ୍ଗୁରେ ମୋଟ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୩ରେ ଶାଳଣିଆଁରେ ଜଣେ, ୨୦୧୬ରେ ବଡ଼ବିଲ ପୌରାଞ୍ଚଳରେ ୫ଜଣ, ୨୦୧୭ରେ ପାଟଣାରେ ଜଣେ, ୨୦୧୮ରେ ଶାଳଣିଆଁରେ ଜଣେ ଡେଙ୍ଗୁ ରୋଗୀ ପ୍ରାଣ ହରାଇଥିଲେ। ଜିଲାରେ ବିଭିନ୍ନ ଗ୍ୟାରେଜରେ ଟାୟାର, ପୁରୁଣା ଅବ୍ୟବହୃତ କୁଲର ଓ ପୁରୁଣା ଯନ୍ତ୍ରାଂଶ ଗଦା ହେଉଛି। ସେଥିରେ ପାଣି ଜମି ଏଡିସ୍‌ ମଶା ଜନ୍ମ ନେଉଥିବାରୁ ଡେଙ୍ଗୁ ବ୍ୟାପୁଛି। ପୌର ପ୍ରଶାସନ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ମଶା, ମାଛି ବଂଶ ବୃଦ୍ଧି ସହ ଏଡିଶ୍‌ ମଶା ବଢ଼ିବାରେ ସହାୟକ ହେଉଛି ବୋଲି ଅଭିଯୋଗ ହେଉଛି। ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦେବେନ ଦାସ କହିଛନ୍ତି, ଯେଉଁମାନଙ୍କର ଜ୍ୱର ହେଉଛି ଏବଂ ବାହାରକୁ ଯାତ୍ରା କରିଥିବେ ସେମାନଙ୍କର ଜ୍ୱର ହେଲେ ଡେଙ୍ଗୁ ପରୀକ୍ଷା (ଏଲିସା) ମେଥଡ୍‌ରେ ପରୀକ୍ଷା କରାଯାଉଛି। ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ିଥିବାରୁ ରୋଗୀ ସଂଖ୍ୟା ବଢିଛନ୍ତି। ଡେଙ୍ଗୁ ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଉପଲବ୍ଧ ରହିଛି। ମଶା ଉତ୍ସକୁ ନଷ୍ଟ କରାଯାଉଛି, ପରିବେଶ ସଫା ସୁତୁରା ରଖିବାକୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?