ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଉନି ପୌର ପ୍ରଶାସନ

ଖୋର୍ଦ୍ଧା,୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପୌର ପରିଷଦ ଗୁରୁବାର ୬୪ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଏବଂ ରାସ୍ତାକଡ କ୍ୟାବିନ ସହରର ମୁଖ୍ୟ ସମସ୍ୟା ପାଲଟିଛି। ଦୀର୍ଘ ୩ବର୍ଷର ବ୍ୟବଧାନ ପରେ ଖୋର୍ଦ୍ଧା ପୌରାଞ୍ଚଳ ନୂତନ କାଉନସିଲ୍‌ କମିଟି ଗଠନ ହୋଇଥିଲା। କୋଭିଡ୍‌ ମହାମାରୀ ପରେ ପୌର ପରିଷଦ ଚଳଚଞ୍ଚଳ ହୋଇ ଉଠିବ ବୋଲି ସହରବାସୀ ଆଶା କରିଥିଲେ। ତେବେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ପୌର ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡକୁ ଘରୋଇକରଣ କରାଯାଇଛି। ଏଥିଲାଗି ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରରେ ଅଳିଆ ହଟୁନି। ସହର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡି ପାହାଡ଼ ସଦୃଶ ଗଦା ହେଉଛି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷା ଚାଲିଛି ବୋଲି କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଡ୍ରେନେଜ ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ପୋତି ହୋଇଗଲାଣି। ଡ୍ରେନଗୁଡିକ ମଧ୍ୟ ରାସ୍ତାଠାରୁ ଉପରେ ରହିଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ମଶା ଔଷଧ ସ୍ପ୍ରେ କରାଯାଉନାହିଁ। ବିପର୍ଯ୍ୟସ୍ତ ଡ୍ରେନେଜ, ପରିମଳ ଡେଙ୍ଗୁକୁ ଆମନ୍ତ୍ରଣ କରୁଛି। ସହରରେ ଅନ୍ୟତମ ସମସ୍ୟା ହେଉଛି ରାସ୍ତାକଡ଼ ଉଠାଦୋକାନୀ। ମାରଓ୍ବାଡିପଟିଠାରୁ ସମବାୟ ଛକ, ଏସ୍‌ବିଆଇ ଛକ ପର୍ଯ୍ୟନ୍ତ ୫୪୦ରୁ ଊର୍ଦ୍ଧ୍ୱ କ୍ୟାବିନ ରହିଛି। କ୍ୟାବିନ ଥଇଥାନ ଲାଗି ଦୀର୍ଘ ୨୩ବର୍ଷ ଧରି ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନର ଆନ୍ତରିକତା ବାଧକ ସାଜିଛି। ସମସ୍ତ ଉଠାଦୋକାନ ରାସ୍ତା ଉପରେ ରହିଥିବାରୁ ଦୈନିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନକୁ ଦିନ ସହର ସଙ୍କୁଚିତ ହେବାରେ ଲାଗିଛି। ଏକାଧିକ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି। ସେପଟେ ମୁକ୍ତା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ଫଳକ ଲାଗିଥିବା ପ୍ରକଳ୍ପ ଦେଖାନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍‌ଘାଟନ ପରଠାରୁ ବନ୍ଦ ପଡିଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରେ ରହିଥିବା ଶୌଚାଳୟ ଦୀର୍ଘ ୩ବର୍ଷ ହେବ ବନ୍ଦ ପଡିଛି। ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବ୍ୟବସାୟୀ ହଇରାଣ ହେଉଛନ୍ତି। ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମାର୍କେଟ କମ୍ପ୍ଲେକ୍ସ କୋଠା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏପରିକି ଛାତ ଉପରେ ବରଅଶ୍ୱତ୍ଥ ଗଛ ଉଠିଲାଣି। ବସଷ୍ଟାଣ୍ଡ ପରିସର ମୁକ୍ତ ଡମ୍ପିୟାର୍ଡ ପାଲଟିଛି। ସହରରେ ବୁଲା ଗୋରୁ ଏବଂ କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି। କୁକୁର ବନ୍ଧ୍ୟାକରଣ ପ୍ରହସନରେ ପରିଣତ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ସହରର ବିକାଶ ସେଭଳି ହୋଇ ପାରିନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି, ଖୋର୍ଦ୍ଧା ସହରକୁ ଏକ ସୌନ୍ଦର୍ଯ୍ୟମୟ ସହରରେ ପରିଣତ ଲାଗି ଚେଷ୍ଟା ଜାରି ରହିଛି। ସହରର ବିକାଶକୁ ତ୍ୱରାନ୍ବିତ କରାଯିବ। ସେହିପରି ପୌର ନିର୍ବାହୀ ଅଧିକାରୀ ରିଜଓ୍ବାନା କଅକବ କହିଛନ୍ତି, ପରିମଳ, ଡ୍ରେନେଜରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସହରବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri