ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଉନି ପୌର ପ୍ରଶାସନ

ଖୋର୍ଦ୍ଧା,୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପୌର ପରିଷଦ ଗୁରୁବାର ୬୪ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଏବଂ ରାସ୍ତାକଡ କ୍ୟାବିନ ସହରର ମୁଖ୍ୟ ସମସ୍ୟା ପାଲଟିଛି। ଦୀର୍ଘ ୩ବର୍ଷର ବ୍ୟବଧାନ ପରେ ଖୋର୍ଦ୍ଧା ପୌରାଞ୍ଚଳ ନୂତନ କାଉନସିଲ୍‌ କମିଟି ଗଠନ ହୋଇଥିଲା। କୋଭିଡ୍‌ ମହାମାରୀ ପରେ ପୌର ପରିଷଦ ଚଳଚଞ୍ଚଳ ହୋଇ ଉଠିବ ବୋଲି ସହରବାସୀ ଆଶା କରିଥିଲେ। ତେବେ ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ପୌର ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଛି। ସେଥିରୁ ୨୦ଟି ଓ୍ବାର୍ଡକୁ ଘରୋଇକରଣ କରାଯାଇଛି। ଏଥିଲାଗି ଲକ୍ଷାଧିକ ଟଙ୍କା ପୌର ପ୍ରଶାସନ ପକ୍ଷରୁ ପଇଠ କରାଯାଉଛି। ତେବେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସହରରେ ଅଳିଆ ହଟୁନି। ସହର ମୁଖ୍ୟରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦିରେ ଅଳିଆ ଆବର୍ଜନା ପଡି ପାହାଡ଼ ସଦୃଶ ଗଦା ହେଉଛି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷା ଚାଲିଛି ବୋଲି କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଡ୍ରେନେଜ ବିପର୍ଯ୍ୟସ୍ତ ହୋଇପଡିଛି। ବର୍ଷ ବର୍ଷ ଧରି ଡ୍ରେନ ସଫା ନ ହେବା ଫଳରେ ପୋତି ହୋଇଗଲାଣି। ଡ୍ରେନଗୁଡିକ ମଧ୍ୟ ରାସ୍ତାଠାରୁ ଉପରେ ରହିଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ମଶା ଔଷଧ ସ୍ପ୍ରେ କରାଯାଉନାହିଁ। ବିପର୍ଯ୍ୟସ୍ତ ଡ୍ରେନେଜ, ପରିମଳ ଡେଙ୍ଗୁକୁ ଆମନ୍ତ୍ରଣ କରୁଛି। ସହରରେ ଅନ୍ୟତମ ସମସ୍ୟା ହେଉଛି ରାସ୍ତାକଡ଼ ଉଠାଦୋକାନୀ। ମାରଓ୍ବାଡିପଟିଠାରୁ ସମବାୟ ଛକ, ଏସ୍‌ବିଆଇ ଛକ ପର୍ଯ୍ୟନ୍ତ ୫୪୦ରୁ ଊର୍ଦ୍ଧ୍ୱ କ୍ୟାବିନ ରହିଛି। କ୍ୟାବିନ ଥଇଥାନ ଲାଗି ଦୀର୍ଘ ୨୩ବର୍ଷ ଧରି ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନର ଆନ୍ତରିକତା ବାଧକ ସାଜିଛି। ସମସ୍ତ ଉଠାଦୋକାନ ରାସ୍ତା ଉପରେ ରହିଥିବାରୁ ଦୈନିକ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନକୁ ଦିନ ସହର ସଙ୍କୁଚିତ ହେବାରେ ଲାଗିଛି। ଏକାଧିକ ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଛି। ସେପଟେ ମୁକ୍ତା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ଫଳକ ଲାଗିଥିବା ପ୍ରକଳ୍ପ ଦେଖାନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଶୌଚାଳୟ ଉଦ୍‌ଘାଟନ ପରଠାରୁ ବନ୍ଦ ପଡିଛି। ପୁରୁଣା ବସଷ୍ଟାଣ୍ଡ ଏବଂ ନୂଆ ବସଷ୍ଟାଣ୍ଡରେ ରହିଥିବା ଶୌଚାଳୟ ଦୀର୍ଘ ୩ବର୍ଷ ହେବ ବନ୍ଦ ପଡିଛି। ଫଳରେ ଯାତ୍ରୀ ଏବଂ ସ୍ଥାନୀୟ ବ୍ୟବସାୟୀ ହଇରାଣ ହେଉଛନ୍ତି। ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମାର୍କେଟ କମ୍ପ୍ଲେକ୍ସ କୋଠା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏପରିକି ଛାତ ଉପରେ ବରଅଶ୍ୱତ୍ଥ ଗଛ ଉଠିଲାଣି। ବସଷ୍ଟାଣ୍ଡ ପରିସର ମୁକ୍ତ ଡମ୍ପିୟାର୍ଡ ପାଲଟିଛି। ସହରରେ ବୁଲା ଗୋରୁ ଏବଂ କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି। କୁକୁର ବନ୍ଧ୍ୟାକରଣ ପ୍ରହସନରେ ପରିଣତ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରାଯାଉଥିଲେ ମଧ୍ୟ ସହରର ବିକାଶ ସେଭଳି ହୋଇ ପାରିନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଏ ସମ୍ପର୍କରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି, ଖୋର୍ଦ୍ଧା ସହରକୁ ଏକ ସୌନ୍ଦର୍ଯ୍ୟମୟ ସହରରେ ପରିଣତ ଲାଗି ଚେଷ୍ଟା ଜାରି ରହିଛି। ସହରର ବିକାଶକୁ ତ୍ୱରାନ୍ବିତ କରାଯିବ। ସେହିପରି ପୌର ନିର୍ବାହୀ ଅଧିକାରୀ ରିଜଓ୍ବାନା କଅକବ କହିଛନ୍ତି, ପରିମଳ, ଡ୍ରେନେଜରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସହରବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଖୋର୍ଦ୍ଧା ସହରର ସର୍ବାଙ୍ଗୀନ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?