ଅଭାବରେ ଚାଲିଛି ଅଗ୍ନିଶମ ସେବା

ରାଉରକେଲା,୧।୯(ସଙ୍ଗୀତା ଜେନା): ଝଡ଼ବତାସ, ଅଗ୍ନିକାଣ୍ଡ, ଜଙ୍ଗଲ ନିଆଁ, ବନ୍ୟା ଓ ଅନ୍ୟ ଆପାତକାଳୀନ ପରିସ୍ଥିତିରେ ଅଗ୍ନିଶମ ବା ଦମକଳ ବାହିନୀଙ୍କୁ ଖୋଜାପଡେ। ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ କରିବା ସହ ପରିସ୍ଥିତିକୁ ଆୟତ୍ତ କରିଥାନ୍ତି। ଏପରିକି ଦମକଳ ବାହିନୀ ବିଭିନ୍ନ ଲୋକହିତକର କାର୍ଯ୍ୟରେ ମଧ୍ୟ ଯୋଗଦାନ କରିଥାନ୍ତି। ନିଜ ଜୀବନକୁ ବାଜି ଲଗାଇ ଅଗ୍ନିଶମ କର୍ମଚାରୀମାନେ ଜନଜୀବନ ରକ୍ଷା କରନ୍ତି। ତେବେ ରାଉରକେଲା ସହରରେ ଥିବା ଅଗ୍ନିଶମ କେନ୍ଦ୍ରରେ କର୍ମଚାରୀ ସାଙ୍ଗକୁ ଅତ୍ୟାଧୁନିକ ଯନ୍ତ୍ରପାତି ସମ୍ପନ୍ନ ଦମକଳ ଗାଡ଼ି ଅଭାବ ଥିବା ଦେଖିବାକୁ ମିଳିଛି। ଫଳରେ ଜନସାଧାରଣଙ୍କୁ ଠିକଣା ସମୟରେ ସେବା ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଆର୍‌ଏମ୍‌ସି ସମେତ ଆଖପାଖ ଅଞ୍ଚଳକୁ ସେବା ଯୋଗାଇ ଦେବା ପାଇଁ ରାଉରକେଲା ଦମକଳ କେନ୍ଦ୍ରରେ ମାତ୍ର ୫ଟି ଗାଡ଼ି ରହିଛି। ସେହିପରି ଏଠାରେ କର୍ମଚାରୀ ଅଭାବ ପରିଲକ୍ଷିତ ହୋଇଛି। କେନ୍ଦ୍ର ଅଧିକାରୀଙ୍କ କହିବା ଅନୁଯାୟୀ, ଏଠାରେ ମାତ୍ର ୧୩ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ୧୬ଟି ପଦବୀ ଥିବାବେଳେ ୧୩ ଜଣ ୨ଟି ୟୁନିଟରେ କାର୍ଯ୍ୟ କରୁଛନ୍ତି। ଗୋଟିଏ ପ୍ଲାଜମା କଟର ଭ୍ୟାନ (ରେଳ ଦୁର୍ଘଟଣା ସମୟରେ ବ୍ୟବହୃତ), ୩ଟି ପାଣି ଗାଡ଼ି ଓ ୨ଟି ଉଦ୍ଧାର କାର୍ଯ୍ୟ ପାଇଁ ଛୋଟ ଦମକଳ ରହିଛି। ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ସମେତ କାଳବୈଶାଖୀ ଓ ଗଛ କାଟିବା, ମେଳା ମହୋତ୍ସବ ଏବଂ ଭିଆଇପି କାର୍ଯ୍ୟକ୍ରମରେ ସେମାନଙ୍କୁ ଯୋଗଦେବାକୁ ପଡୁଛି। ସେହିପରି ନଦୀ କୂଳରେ ଅନୁଷ୍ଠିତ ପର୍ବପର୍ବାଣି ଯଥା ଡଙ୍ଗାଭସା, ଛଟ୍‌ ବ୍ରତ, ବେଦବ୍ୟାସ ମେଳା ଓ ଅନ୍ୟ ମେଳା ପାଇଁ ଅଗ୍ନିଶମ ବାହିନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟତ୍ୱ ଦିଆଯାଉଛି। ରାଉରକେଲାର କୋଏଲ ନଗର, ବାସନ୍ତୀ କଲୋନୀ, ଛେଣ୍ଡ, ଉଦିତନଗର, ସିଭିଲଟାଉନଶିପ୍‌, ପାନପୋଷ ଆଦି ଆର୍‌ଏମ୍‌ସି ଅଞ୍ଚଳ ସମେତ ଗୋପବନ୍ଧୁପାଲି, ମଧୁସୂଦନପାଲି, ଟିମ୍ବରକଲୋନୀ, ମାଲଗୋଦାମ, ଗଙ୍ଗାଧରପାଲି, ବାଲୁଘାଟ ବସ୍ତି, ଦେଓଗାଁ, ବନ୍ଧମୁଣ୍ଡା ତିଲକାନଗର ବସ୍ତି, ନେପାଳୀ ବସ୍ତି ସମେତ ବଡ଼ ବଡ଼ ଜନବହୁଳ ଅଞ୍ଚଳ ରହିଛି। କାଳବୈଶାଖୀ ସମୟରେ ଅଧିକ କର୍ମଚାରୀ ଆବଶ୍ୟକ ପଡୁଥିବା ବେଳେ ଅନ୍ୟ କେନ୍ଦ୍ରରୁ ସହାୟତା ଲୋଡା ଯାଉଛି। ଏ ସମ୍ପର୍କରେ ଉପଅଗ୍ନିଶମ ଅଧିକାରୀ (ଏଏଫ୍‌ଓ) ସରୋଜ ବେହେରାଙ୍କୁ ପଚରାଯିବାରୁ ସେ କହିଲେ, ସମଗ୍ର ରାଜ୍ୟରେ ଅଗ୍ନିଶମ ବିଭାଗରେ କର୍ମଚାରୀ ଅଭାବ ରହିଛି। ରାଜ୍ୟ ସରକାର ନୂତନ ନିଯୁକ୍ତି ପାଇଁ ଉଦ୍ୟମ କରୁଛନ୍ତି। ଅନ୍ୟ ମହାନଗର ଭଳି ହାଇଡ୍ରୋଲିକ ଫ୍ଲାଟଫର୍ମ ସମ୍ପନ୍ନ ଦମକଳ ଗାଡ଼ି ବ୍ୟବସ୍ଥା ନାହିଁ। ସମସ୍ତ କଲ୍‌କୁ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛୁ। ଅଧିକ ଆବଶ୍ୟକ ରହିଲେ ରାଉରକେଲା ଇସ୍ପାତ କାରଖାନା ଅଗ୍ନିଶମ ବିଭାଗର ସାହାଯ୍ୟ ନିଆଯାଉଛି। ରାଉରକେଲା ଏଏଫ୍‌ଓ ସର୍କଲ ଅନ୍ତର୍ଗତ ରାଉରକେଲା ଫାୟାର ଷ୍ଟେଶନ ପାନପୋଷ, କୁଆଁରମୁଣ୍ଡା, ନୂଆଗାଁ, ବଣେଇ, କୋଇଡ଼ା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ଅଗ୍ନିଶମ କେନ୍ଦ୍ର ରହିଛି। ମୁଖ୍ୟ କାର୍ଯ୍ୟାଳୟରୁ ପ୍ରତ୍ୟେକ ବର୍ଷ ନିଆଁ ଲିଭାଇବା ଉପକରଣ ସମାନ ଭାବେ ବିତରଣ କରାଯାଉଛି ବୋଲି ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri