ନନ୍ଦନକାନନକୁ ଆସିଲା ତାମରିନ, ଗୁଣ୍ଡୁଚି ମାଙ୍କଡ଼

ବାରଙ୍ଗ,୧ା୯(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଗୁରୁବାର ହାଇଦ୍ରାବାଦରୁ ହଳେ ଗୋଲଡେନ ହ୍ୟାଣ୍ଡ ତାମରିନ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତ୍ତୃପକ୍ଷ ଆଣିଛନ୍ତି। ଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଲେଙ୍ଗାନାର ଜନ ଗ୍ରୋଭ ଆଣ୍ଡ୍‌ ଫାର୍ମ ଏହି ନୂତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି। ଏହି ନୂଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆସିଥିବା ୪ଜଣ ଅତିଥିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ ନଜର ରଖାଯିବାର ଯୋଜନା କରାଯାଇଛି।
ଚଳିତବର୍ଷ ନନ୍ଦନକାନନ ଦ୍ୱାରା ସମୁଦାୟ ୨୪ ବିଦେଶୀ ପ୍ରଜାତିର ପଶୁପକ୍ଷୀ ଅଣାଯିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ନନ୍ଦନକାନନରେ ନୂଆ ପ୍ରଜାତି ସୃଷ୍ଟି କରାଯାଇପାରିବ। ଏହାସହ ଏକୁଟିଆରହି ନିଃସଙ୍ଗ ଜୀବନ ଜିଉଥିବା ସାଥିହରାଙ୍କୁ ସେମାନଙ୍କ ସାଥି ମିଳିଯିବା ସହ ନୂଆ ରକ୍ତସର୍ମ୍ପକର ବଂଶବୃଦ୍ଧି ହୋଇପାରିବ। ତେବେ ଏହି ବିଦେଶାଗତ ପଶୁପକ୍ଷୀଙ୍କୁ କ୍ରୟ କରାଯାଇ ଆଣିବାପାଇଁ ନନ୍ଦନକାନନ ସୋସାଇଟିର ସାଧାରଣ ବୈଠକରେ ନିଷ୍ପତ୍ତିି ହୋଇଛି ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି । ନୂଆ କରିଆସିବାକୁ ଥିବା ବିଦେଶାଗତ ପ୍ରଜାତି ମଧ୍ୟରେ କାସୁୱାରୀ, ଅଷ୍ଟିଚ, ହଳଦିପିଠିଆଲୋରୀ, ଇଗୁଆନା, ସାଧାରଣ ମାର୍ମୋସେଟ, ଟୁଫ୍ଟେଡ ମାର୍ମୋସେଟ, ର୍ମିକାଟ, ଅମ୍ବ୍ରେଲା କକାଟୋ, ଲେସର ସଲଫର୍‌ କ୍ରେଷ୍ଟେଡ କକାଟୋ, ବାରଭିକପୋତ, ଷ୍ଟାରଫ୍ରିନ୍ଚ, ସୁନେଲି କପୋତ, ଲମ୍ବାଲାଞ୍ଜ ରଫ୍ରିନ୍ଚ ରିଙ୍ଗନେକେଡ ପିଜାଣ୍ଟ, ବ୍ଲାକକ୍ରାଉନକ୍ରେନ, ଭାଉଲେଟ ଟୁରାକୋ, ବେଙ୍ଗାଲିସଫ୍ରନ୍ଚ, ସବୁଜ ଡେଣାମାକାଓ.ଜିରାଫ, ଲିଭିଙ୍ଗଷ୍ଟୋନ ଟୁରାକୋ, ନାଲିପିଠିଆୱାଲାବି ରହିଥିବାର ସୂଚନା ମିଳିିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri