ସ୍କୁଲ ବ୍ୟାଗ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ

ନିଶ୍ଚିନ୍ତକୋଇଲି,୧।୯(ଅଶୋକ କୁମାର ମହାପାତ୍ର): ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବର୍ଷେ ହେବ ଅଧିକାଂଶ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଏହି ବ୍ୟାଗ ମିଳି ନ ଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ ଦାବି ହୋଇଛି।
କଟକ ଜିଲା ସମଗ୍ର ଶିକ୍ଷା ଯୋଜନାର ପ୍ରକଳ୍ପ ଅଧିକାରୀଙ୍କ ଚିଠି (ନଂ. ୩୮୪/୯-୨-୨୦୨୨) ଅନୁଯାୟୀ ଗଙ୍ଗାଧର ମେହେର ମାନକ ବୃଦ୍ଧି ଯୋଜନାରେ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ବ୍ୟାଗ ବଣ୍ଟନ ସମ୍ପର୍କରେ ଅବଗତ କରାଯାଇଥିଲା। ଏନେଇ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନରେ ଥିବା ୧୮୩ ବିଦ୍ୟାଳୟର ୩୬୭୮ ଜଣ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪ଲକ୍ଷ ୭୬ ହଜାର ୬୬୮ଟଙ୍କା ୮୦ ପଇସା ପଠାଯାଇଥିଲା। ଏହି ଟଙ୍କାରେ ବ୍ଲକ ଅଞ୍ଚଳର ପ୍ରତି ବିଦ୍ୟାଳୟର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବ୍ୟାଗ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିଶ୍ଚିନ୍ତକୋଇଲି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ତଥା ବିଆର୍‌ସିସିଙ୍କ ନାମରେ ମାହାଙ୍ଗା ବ୍ଲକ ଗୌଡ଼ଗୋପରେ ଥିତ୍ବା ଏକ ଘରୋଇ ବ୍ୟାଙ୍କ ଜମା ଖାତାରେ ଏହି ଟଙ୍କା ଜମା କରାଯାଇଥିଲା। ଏଥିସହ ପ୍ରତି ବିଦ୍ୟାଳୟ ନାମରେ ଥିବା ଜମାଖାତାକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଉକ୍ତ ଟଙ୍କା ଉଠାଯାଇ ଛାତ୍ରୀଛାତ୍ରଙ୍କ ନିମନ୍ତେ ୧୩୦ ଟଙ୍କା ମୂଲ୍ୟରେ ବ୍ୟାଗ କିଣିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା। ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଲକର ବହୁ ଛାତ୍ରୀଛାତ୍ରଙ୍କୁ ବ୍ୟାଗ ମିଳିନାହଁି ବୋଲି ଅଭିଭାବକମାନେ କହିଛନ୍ତି। ବ୍ଲକର ନାମକୁ ମାତ୍ର କେତୋଟି ହାତଗଣତି ବିଦ୍ୟାଳୟରେ ଏହି ବ୍ୟାଗ ବଣ୍ଟନ କରାଯାଇଥିବା ଶୁଣିବାକୁ ମିଳୁଛି। ଅପରପକ୍ଷେ ୧୩୦ ଟଙ୍କା ପରିବର୍ତ୍ତେ ମାତ୍ର ୪୦ରୁ ୫୦ ଟଙ୍କା ମୂଲ୍ୟର ବ୍ୟାଗ କିଣାଯାଇ ଅବଶିଷ୍ଟ ଟଙ୍କା ହଡ଼ପ କରାଯାଇଛି ବୋଲିି କେତେଜଣ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିମାନଙ୍କ ଏଥିରେ ସମ୍ପୃକ୍ତି ଥିବା କୁହାଯାଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାମାଜିକ କର୍ମୀ ଅମିୟ କୁମାର ବିଶ୍ୱାଳ, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଦିଲୀପ କୁମାର ରାଉତ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା କୁହନ୍ତି, ପ୍ରତି ବିଦ୍ୟାଳୟ ଆକାଉଣ୍ଟକୁ ଅର୍ଥ ପଠାଯାଇଛି। କିଛି ବିଦ୍ୟାଳୟରେ ବ୍ୟାଗ ମଧ୍ୟ ବଣ୍ଟନ କରାଯାଇଛି। ତେବେ ବ୍ୟାଗ ବଣ୍ଟନ ହୋଇ ନ ଥିବା ନେଇ କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?