ପାଣି ଅଭାବରୁ ଚାଷ ଜମି ଫାଟି ଆଁ

ଭବାନୀପାଟଣା,୧।୯(ଉତ୍ତମ କୁମାର ଦାଶ): ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଯେଉଁ ଜମିରେ ପ୍ରତିବର୍ଷ ଭଲ ଫସଲ ହେଉଥିଲା, ସେଠାରେ ଏବର୍ଷ ଗଜା ମରୁଡିର ଆଶଙ୍କା ଦେଖାଦେଇଛି। ବିଲରେ ତଳି ଶୁଖି ନଷ୍ଟ ହେବାକୁ ବସିଥିବା ବେଳେ ବଞ୍ଚାଇ ରଖିବା ପାଇଁ ଚାଷୀ ସଂଘର୍ଷ କରୁଛି। ସେପଟେ ଇନ୍ଦ୍ରାବତୀ ଜଳଯୋଗାଣ ପ୍ରକଳ୍ପର ପାଦତଳେ ଥାଇ ମଧ୍ୟ ପାଣି ପାଇପାରୁ ନ ଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ। ନିଅଣ୍ଟିଆ ବର୍ଷା ଯୋଗୁ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ମରୁଡି ପରିସ୍ଥିତି ଦେଖାଦେଇଛି। ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପ ନିକଟରେ ଥାଇ ମଧ୍ୟ ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତର ଚାନ୍ଦପୁର ଗାଁରେ ଏଯାଏ ପହଞ୍ଚି ପାରିନାହିଁ ଜଳସେଚନ। ଫଳରେ ଏଠାକାର ଚାଷୀ ବର୍ଷାର ଭରସାରେ ଚାଷ କାର୍ଯ୍ୟ କରୁଛନ୍ତି। ଦୀପ ତଳ ଅନ୍ଧାର ଭଳି ପାଖରେ ଚାରୋଟି ଜଳସେଚନ ପ୍ରକଳ୍ପ ରହିଥିଲେ ସୁଦ୍ଧା ଏହି ଗାଁ ବାଦ ପଡିଛି। ସରକାରୀ ସ୍ତରରେ ଏହି ଅଞ୍ଚଳରେ ଜଳସେଚନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି ା କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହି ଗାଁରେ ଏବେ ବି ଜଳଯୋଗାଣ ହୋଇପାରୁ ନାହିଁ। ଏହି ଗାଁର ୮୦ରୁ ଊଦ୍ଧର୍‌ବ ଚାଷୀ, ୫୨୧.୭୯ ଏକର ଚାଷଜମିରେ ବର୍ଷାକୁ ଆଶ୍ରା କରି ଚାଷ କରନ୍ତି । ଚଳିତବର୍ଷ ଚାଷପୋଯୋଗୀ ବର୍ଷା ଅଭାବରୁ ଏବେ ବି ଚାଷୀ ଧାନ ରୋଇ ପାରିନାହାନ୍ତି। ଅନେକ ଚାଷ ଜମିରେ ଧାନ ଗଛ ଶୁଖି ନଷ୍ଟ ହେବାକୁ ବସିଲାଣି। ଆଗକୁ କିଭଳି ପରିବାର ପ୍ରତିପୋଷଣ କରିବା ସହ ଋଣ ଟଙ୍କା ଶୁଝିବେ ତାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଜିଲାର ଜୀବନରେଖା ପାଲଟିଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ଲାଞ୍ଜିଗଡ଼, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ୧ ଲକ୍ଷ ୧୨ ହଜାର ୮୬୬.୦୪ ହେକ୍ଟର ଚାଷଜମି ଜଳ ସେଚିତ ହେବା ସହ ୯୯ ହଜାର ୧୭୨ ଚାଷୀ ପରିବାର ଉପକୃତ ହେଉଛନ୍ତି। ଅନ୍ୟପକ୍ଷରେ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଚାନ୍ଦପୁର ଉଠାଜଳସେଚନ ପ୍ରକଳ୍ପ ୨୩ା୦୯ା୨୦୧୮ ଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ୩୦ ଗୋଟି ଆଉଟଲେଟ ମାଧ୍ୟମରେ ହୀରାପୁର, ସାନକରଲାକୋଟ, ଧନସୁଲି, କେନ୍ଦୁଗୁଡା ଓ ସାସ୍ତୁଗୁଡା ଗ୍ରାମର ୫୪୪ ହେକ୍ଟର ଚାଷଜମିରେ ଜଳସେଚନ ହେଉଛି। କିନ୍ତୁ ସେହି ଅଞ୍ଚଳରେ ଥିବା ଚାନ୍ଦପୁର ଗାଁକୁ କୌଣସି ପ୍ରକଳ୍ପରୁ ଜଳ ସେଚନ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ପାଣି ଡ୍ରମ ଭିତରେ କୁଣ୍ଡଳୀ ମାରି ବସିଥିଲା ବିରାଟକାୟ ଅଜଗର, ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ତା’ ପରେ…

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଅଞ୍ଚଳରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ସୂର୍ଯ୍ୟ-କେତୁ ଆଣିବେ ବଡ଼ ସଙ୍କଟ! ଆଗାମୀ ୨୬ ଦିନ ୩ ରାଶି ପାଇଁ ବଢିବ ଅଯଥା ଟେନସନ୍, ହୋଇଯାଆନ୍ତୁ ସାବଧାନ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ଦେବତାଙ୍କୁ ଆତ୍ମା, ପିତା, ସମ୍ମାନ ଏବଂ ନେତୃତ୍ୱର କାରକ ଭାବରେ ବିବେଚନା କରାଯାଏ । ସମାନକ୍ରମରେ ପାପି କେତୁଙ୍କୁ ଏକ ଛାୟା ଗ୍ରହ…

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଆଦିବାସୀ ଝିଅ ପୂର୍ଣ୍ଣିମା, ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ

କୋକସରା,୨୫।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ମେଧାବୀ ଆଦିବାସୀ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (NEET UG) ପରୀକ୍ଷାରେ ସଫଳତା…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

କାମ କରୁଥିବା ବେଳେ ହେଲା ଛାତିରେ ଯନ୍ତ୍ରଣା, ହୃଦଘାତରେ ଚାଲିଗଲା କ୍ୟାସିୟର ଅରବିନ୍ଦଙ୍କ ଜୀବନ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର କ୍ୟାସିୟର (କୋଷାଧ୍ୟକ୍ଷ) ଅରବିନ୍ଦ ପଣ୍ଡାଙ୍କର ୫୬ ବର୍ଷ ବୟସରେ ହୃଦଘାତରେ ମଙ୍ଗଳବାର ପୂର୍ବାହ୍ନରେ ପରଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri